ଅଭିନେତା ସୋନୁ ସୁଦ ରାସ୍ତା କଡରେ କରୁଛନ୍ତି ଏହି କାମ । କହିଲେ ପ୍ୟାଣ୍ଟ ଜାଗାରେ ସର୍ଟ ହୋଇଯାଇପାରେ,ମୋର କିଛି ଗ୍ୟାରେଣ୍ଟି ନାହିଁ,ଜାଣନ୍ତୁ ପୁରା ଖବର

ଅଭିନେତା ସୋନୁ ସୁଦ କରୋନା କାଳ ମଧ୍ୟରେ କେତେକ ଗରିବଙ୍କୁ ସାହାର୍ଯ୍ୟ ଦେଇ ସେମାନଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି । ଏହିସମୟରେ ସୋନୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଶେୟର କରିଥିବାର ଦେଖିବାକୁ ମିଳିଛି। ଭିଡ଼ିଓ ଟିରେ ରାସ୍ତା କଡରେ ସୋନୁ ଏକ ସିଲାଇ ମେସିନ ଚଳାଉଛନ୍ତି ଓ ପାଖ ଗଛରେ କିଛି କପଡା ରହିଥିବାର ଦେଖିବାକୁ ମିଳିଛି ।

ସୋନୁ ସୁଦ ଏହି ଭିଡ଼ିଓକୁ ସୋନୁ ଟେଲର ଶପ ନାମରେ ଶେୟର କରିଥିଲେ । ସୋନୁ ଏହାପରେ ଲେଖିଥିଲେ, ଏଠାରେ ମାଗଣାରେ ସିଲାଇ କରାଯାଉଛି କିନ୍ତୁ ପ୍ୟାଣ୍ଟ ଜାଗାରେ ସାର୍ଟ ହୋଇଗଲେ ମୋର କିଛି ଗ୍ୟାରେଣ୍ଟି ନାହିଁ’ ।

News

ବିଏମସି ବିବାଦରେ ଫସିଲେ ସୋନୁ ସୁଦ :-

ଅବୈଧ ନିର୍ମାଣ ପାଇଁ ସୋନୁଙ୍କ ନାମରେ ମୁମ୍ବାଇ ହାଇକୋର୍ଟରେ ଏତଲା ଜାରି ହୋଇଛି । ବିଏମସି ସୋନୁଙ୍କୁ ଏକ ଅପରାଧୀ କହିଛି କାରଣ ବିଏମସି କହିଛି, ଏହାପୂର୍ବରୁ ସୋନୁ ବହୁତ ନିୟମ ଭାଙ୍ଗିଛନ୍ତି ଯାହାପାଇଁ ତାଙ୍କ ଉପରେ କାର୍ଯ୍ୟବାହୀ କରାଯିବ । ଜୁହୁ ସ୍ଥିତ ଏକ ମହଲା ପାଖରେ ଅନାଧିକାରୀ ଭାବରେ ନିର୍ମାଣ ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଓ ତାଙ୍କୁ ଅକ୍ଟୋବର 2020ରେ ନୋଟିସ ମଧ୍ୟ ଜାରି କରାଯାଇଥିଲା କିନ୍ତୁ ସୋନୁ ଏହାକୁ ଚ୍ୟାଲେଞ୍ଜ କରିଥିଲେ ଓ ପରେ ଅଦାଲତ ତାଙ୍କର ନିବେଦନ ବାରଣ କରିଥିଲେ । ଏହାପରେ ସୋନୁ ମୁମ୍ବାଇ ହାଇକୋର୍ଟକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *