ଧୂମ୍ରପାନ କରୁଥିବା ଲୋକର ଫୁସଫୁସ ଠାରୁ ଅଧିକ ଖରାପ ହୋଇଥାଏ କରୋନାରେ ପୀଡିତ ଥିବା ଲୋକର ଫୁସଫୁସ,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

କରୋନା ଭାଇରସ ସାରା ଦୁନିଆରେ ହାହାକାର ମଚାଇଦେଇ ସାରିଛି । କରୋନାରୁ ମୁକ୍ତି ପାଇ ଆସିଥିବା ଲୋକଙ୍କ ପାଇଁ ମଧ୍ୟ ଖରାପ ଖବର ଆସିଛି । ଆମେରିକାର ଟେକ୍ସସ ଟେକ ୟୁନିଭରସିଟିର ହେଲଥ ସାଇନ୍ସ ସେଣ୍ଟରର ଆସିଷ୍ଟାଣ୍ଟ ଡ଼କ୍ଟର ବ୍ରିଟିନଙ୍କ କହିବା କଥା ହେଲା, କରୋନାକୁ ମାତ୍ ଦେଇ ଆସିଥିବା ଲୋକଙ୍କୁ ଏହାର ଦୂରଗାମୀ ପରିଣାମ ଭୋଗିବାକୁ ପଡ଼ିପାରେ ଓ ତାଙ୍କର ଫୁସଫୁସ ଜଣେ ଧୂମ୍ରପାନ କରୁଥିବା ବ୍ୟକ୍ତିର ଫୁସଫୁସ ଠାରୁ ମଧ୍ୟ ଅଲଗା ଅଟେ ।

ସେ ଟ୍ୱିଟରରେ ଏହି ରୋଗର ପ୍ରଭାବକୁ ଦେଖାଇବା ପାଇଁ ତିନି ଏକ୍ସରେର ଫୋଟୋ ଶେୟର କରିଥିଲେ । ଏମାନଙ୍କ ମଧ୍ୟରୁ ଗୋଟିଏ ଫୁସଫୁସ ଧୂମ୍ରପାନ କରୁଥିବା ବ୍ୟକ୍ତିର ହୋଇଥିବା ବେଳେ ଅନ୍ୟଟି ଜଣେ ବ୍ୟକ୍ତିର ଯିଏକି ଏବେଏବେ କରୋନା ଭାଇରସରୁ ମୁକ୍ତି ପାଇଛି । ଧୂମ୍ରପାନ କରୁଥିବା ବ୍ୟକ୍ତିର ଫୁସଫୁସ କଳା ଥିବାବେଳେ କରୋନା ପଜିଟିଭ ରୋଗୀଙ୍କ ଫୁସଫୁସ ବହୁତ ସଫା ଥିଲା । ସର୍ଜନଙ୍କ କହିବା ମୁତାବିକ, କରୋନା ରୋଗୀର ଫୁସଫୁସରେ ପବନ ପଶିନପାରିବାରୁ ଏହିପରି ଦେଖାଯାଉଛି ।

Google

ଏହାପରେ ସେ କହିଥିଲେ, କରୋନା ହେବାପରେ ବ୍ୟକ୍ତିର ଫୁସଫୁସ ଏହିପରି ହୋଇଯାଇଥାଏ ଓ ଲମ୍ବା ସମୟରେ ଏହା ସମସ୍ୟା ଦେଖା ଦେଇଥାଏ ଓ ଶ୍ଵାସକ୍ରିୟାରେ ମଧ୍ୟ ସମସ୍ୟା ଦେଖା ଦେଇଥାଏ ।

ଜଣେ ମହିଳା ନ୍ୟୁଜ ମାଧ୍ୟମକୁ ସୂଚନା ଦେଇ କହିଥିଲେ, ସର୍ବଦା ଲୋକେ ଚିନ୍ତା କରିଥାନ୍ତି କରୋନାରୁ ଭଲ ହେବାପରେ ସେ ସମ୍ପୂର୍ଣ୍ଣ ଭାବରେ ଠିକ ହୋଇଯାଇଛନ୍ତି ନା ନାହିଁ । କିନ୍ତୁ ସେ ଏହାଉପରେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥାନ୍ତି କି, କରୋନା ପରେ ଲମ୍ବା ସମୟ ବ୍ୟବଧାନରେ ଏହା କଣ ପ୍ରଭାବ ଦେଖାଇବ ? ଯେଉଁ ଲୋକମାନେ ଏହି ରୋଗରୁ ମୁକ୍ତି ପାଇଛନ୍ତି ଓ ବହୁତ ଜଟିଳତାର ସହ ସେମାନେ ଏଥିରୁ ସଫଳ ହୋଇପାରିଛନ୍ତି ଭବିଷ୍ୟତରେ ସେମାନେ ବହୁତ ଅସୁବିଧାର ସାମ୍ନା ହୋଇପାରନ୍ତି ।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କ କହିବା ମୁତାବିକ, ସେ ଇଂଲଣ୍ଡର ପ୍ରାୟ 70 ପ୍ରତିଶତ ଲୋକଙ୍କୁ ଫେବୃଆରୀ ମାସର ମଝି ବେଳକୁ କରୋନା ଭ୍ୟାକ୍ସିନର ଡୋଜ ପ୍ରଦାନ କରିବେ । ରିପୋର୍ଟସ ଅନୁସାରେ ଏହି ଦେଶରେ ପ୍ରାୟ 20 ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଇସାରିଛି ଓ ପ୍ରତିଦିନ 2 ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଉଛି । ସେହିପରି ଭାରତରେ ଭ୍ୟାକ୍ସିନ ଲଗାଇବାର ପ୍ରକ୍ରିୟା ଶନିବାର ଦିନ ଆରମ୍ଭ ହେବାକୁ ଯାଉଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *