ପୁଣି ମୁସ୍କିଲରେ ପଡିଲା ଭାରତୀୟ ଦଳ । ଦଳର ଆଉ ଜଣେ ଦ୍ରୁତ ବୋଲର ହେଲେ ଆହତ,ଜାଣନ୍ତୁ ପୁରା ଖବର

ପ୍ରଥମରୁ ଭାରତୀୟ ଦଳ ନିଜର ଖେଳାଳି ମାନଙ୍କର ଆହତ ହେବାକୁ ନେଇ ଚିନ୍ତିତ ଥିବାବେଳେ ଏବେ ଆଉ ଏକ ଘଟଣା ଘଟି ଯାଇଛି । ବର୍ତ୍ତମାନ ଦଳର ଯୁବ ଫାଷ୍ଟ ବୋଲର ନବଦୀପ ସାଇନି ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଗ୍ରୋଇନ ଯନ୍ତ୍ରଣାକୁ ନେଇ ପଡ଼ିଆରୁ ବାଦ ପଡିଛନ୍ତି ।

ସାଇନି ହେଲେ ଆହତ :-

ନବଦୀପ ସାଇନି ନିଜର ଅଷ୍ଟମ ଓଭରର ପଞ୍ଚମ ବଲ ପକାଉଥିଲେ ଓ ଏହା ପାଳିର 36 ତମ ଓଭର ଥିଲା । ଏହାପରେ ସେ ଯନ୍ତ୍ରଣା କାରଣରୁ ପାଭିଲିୟନ ଫେରିଯାଇଥିଲେ । ଏହାସହ ସେ ଆଗକୁ ମ୍ୟାଚ ଖେଳିବେ କି ନାହିଁ ସନ୍ଦେହ କରାଯାଉଛି ।

Google

ବିସିସିଆଇ ନିଜ ରିପୋର୍ଟରେ କହିଲା ଏହିସବୁ କଥା :-

ଭାରତୀୟ କଣ୍ଟ୍ରୋଲ ବୋର୍ଡ ତଥା ବିସିସିଆଇ ନିଜର ଟ୍ୱିଟର ହ୍ୟାଣ୍ଡଲ ଜରିଆରେ କହିଥିଲେ କି, ଭାରତୀୟ ଦ୍ରୁତ ବୋଲର ନବଦୀପ ସାଇନି ଗ୍ରୋଇନ ଯନ୍ତ୍ରଣା କାରଣରୁ ଖେଳିପାରିନଥିଲେ । ବୋର୍ଡ ର ମେଡିକାଲ ଟିମ ତାଙ୍କୁ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ନବଦୀପ ସାଇନିଙ୍କୁ ସ୍କାନ ପାଇଁ ନିଆଯାଇଛି ।

କେତେକ ଖେଳାଳି ମଧ୍ୟ ଆଘାତ ହୋଇସାରିଛନ୍ତି :-

ଉପ- ଅଧିନାୟକ ରୋହିତ ଶର୍ମା ସାଇନିଙ୍କ ଓଭର ପୂରଣ କରିଥିଲେ । ଏହାପୂର୍ବରୁ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀ ଆଘାତ କାରଣରୁ ଦଳରୁ ବାଦ ପଡିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *