Ind vs Aus : ଏବେବି ସୁଧୁରି ନାହାନ୍ତି ଅଷ୍ଟ୍ରେଲିଆର ଦର୍ଶକ । ପୁଣି ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦରଙ୍କୁ କଲେ ଗାଳିଗୁଲଜ,ଜାଣନ୍ତୁ ପୁରା ଘଟଣା

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ବ୍ରିସବେନର ଗାବାରେ ଖେଳାଯାଉଛି । ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆର କିଛି ଦର୍ଶକ ପୁଣିଥରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଛନ୍ତି । ସିଡନୀ ହେରାଲଡ଼ ମର୍ଣ୍ଣି ଖବର ମୁତାବିକ, ଦର୍ଶକ ମାନେ ମହମ୍ମଦ ସିରାଜଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପୂର୍ବରୁ ସିଡନୀରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟ କିଛି ଦର୍ଶକ ଏହିପରି ଅଭଦ୍ର ବ୍ୟବହାର କରିଥିଲେ ।

ଆପଣଙ୍କୁ ଜଣାଇଦେଉଛୁ କି, ସିରାଜଙ୍କର ଏହା ତୃତୀୟ ଟେଷ୍ଟ ଓ ୱାଶିଂଟନ ସୁନ୍ଦରଙ୍କର ଏହା ଡେବ୍ୟୁ ମ୍ୟାଚ ଅଟେ । ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ସୀମାରେଖାରେ ଫିଲ୍ଡିଂ କରୁଥିବା ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦରଙ୍କୁ କିଛି ଅଷ୍ଟ୍ରେଲିଆ ଦର୍ଶକ ପୋକ କହିଥିଲେ ।

Google

ଖବର ରିପୋର୍ଟ ମୁତାବିକ, ଜଣେ ବ୍ୟକ୍ତି କହିଥିଲା କି, ସିରାଜଙ୍କୁ ଜଣେ ପଛ ପଟରୁ ଚିଲାଇ ଚିଲାଇ କହିଥିଲା କି, ଗିଭ ଆସ ବେବ, ଗିଭ ଆସ ବେବ । ଏହାପରେ ୱାଶିଂଟନ ସୁନ୍ଦରଙ୍କୁ ଜଣେ ଚିଲାଇ କହୁଥିଲା, ତୁ ଗୋଟିଏ ପୋକ ଅଟୁ ।

ଏହା ଲଗାତାର ହେବାରେ ଲାଗିଛି । ପୂର୍ବରୁ ସିଡନୀ ଗ୍ରାଉଣ୍ଡରେ ଏହିପରି ହୋଇଥିଲା ଓ ଏବେ ବ୍ରିସବେନର ଗାବା ଷ୍ଟାଡିୟମରେ ଦର୍ଶକ ମାନେ ଖେଳାଳି ମାନଙ୍କୁ ଅପଶବ୍ଦ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି ।

ଏହି କାରଣ ପାଇଁ ପ୍ରଥମ ଦିନ ଖେଳ 15 ମିନିଟ ଅଟକାଇ ଯାଇଥିଲା । ଆଜିଙ୍କ୍ୟ ରାହାଣେ ଓ ମହମ୍ମଦ ସିରାଜ ଅମ୍ପାୟାରଙ୍କ ପାଖରେ ଆରୋପ ଆଣିବାପରେ 6 ସଦସ୍ୟଙ୍କୁ ଷ୍ଟାଡିୟମରୁ ବାହାର କରିଦିଆଯାଇଥିଲା ।

ସେହିପରି ବ୍ୟକ୍ତି ମାନଙ୍କୁ ଷ୍ଟାଡିୟମରେ ସମ୍ପୂର୍ଣ୍ଣ ରୂପରେ ବ୍ୟାନ କରିଦିଆଯିବ । ଏହି ଘଟଣା ପାଇଁ ପୂର୍ବ କ୍ରିକେଟର ସମେତ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଜଷ୍ଟିନ ଲାଙ୍ଗର ମଧ୍ୟ ନିନ୍ଦା କରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *