ବଲିଉଡର ସବୁଠାରୁ ମହଙ୍ଗା ଫିଲ୍ମ ହେବାକୁ ଯାଉଛି ଦୀପିକା ଓ ହୃତିକ ରୋଶନଙ୍କ ଏହି ଫିଲ୍ମ । ବଜେଟ ଜାଣିଲେ ହେବେ ଆଶ୍ଚର୍ଯ୍ୟ !

ହୃତିକ ରୋଶନ ଓ ଦୀପିକା ପାଦୁକୋଣଙ୍କୁ ପ୍ରଥମଥର ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ । ଏହି ଯୋଡି ପ୍ରଥମଥର ପାଇଁ ଧୂମ ମଚାଇବାକୁ ଯାଉଛନ୍ତି । କିଛିଦିନ ତଳେ ହୃତିକ ରୋଶନ ନିଜ ଫିଲ୍ମର ଏକ ମୋଶନ ଫୋଟୋ ଶେୟର କରିଥିଲେ । ଯେଉଁଥିରେ ସେ ଦୀପିକାଙ୍କ ସହିତ ନଜର ଆସୁଥିଲେ । ଉଭୟ ଷ୍ଟାର ପରପ୍ସର ସହିତ ଏକାଠି ସ୍କ୍ରିନରେ ଆସିବା ପାଇଁ ବହୁତ ଏକ୍ସାଇଟେଡ଼ ଅଛନ୍ତି । ଏକ ଇନସାଇଡ଼ର ଡିଟେଲସ ମୁତାବିକ, ଏହି ଫାଇଟର ଫିଲ୍ମ ବଲିଉଡର ସବୁଠାରୁ ମହଙ୍ଗା ଫିଲ୍ମ ହେବ ।

250 କୋଟିର ହେବ ଏହି ଫିଲ୍ମ :-

ଏହି ଫାଇଟର ଫିଲ୍ମରେ ଦେଶଭକ୍ତି ସହିତ ହାଇ ଆଟ୍ରାକ୍ସନ ରୋମାନ୍ସ ମଧ୍ୟ ସାମିଲ ରହିଛି । କୁହାଯାଉଛି ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଫିଲ୍ମର ବଜେଟ 250 କୋଟି ଟଙ୍କା ହେବ । ଏବେପର୍ଯ୍ୟନ୍ତ ବଲିଉଡରେ ଏତେ ଦାମର କୌଣସି ଫିଲ୍ମ ହୋଇନାହିଁ । ଏହାପୂର୍ବରୁ ‘ପ୍ରେମ ରତନ ଧନ ପାୟ’ ଓ ଧୂମ 3 ମୁଭି 175 କୋଟି ଟଙ୍କାରେ ହୋଇଥିଲା । ଯେବେକି ଏହି ଫିଲ୍ମର ବଜେଟ 250 କୋଟି ଟଙ୍କା ହୋଇଥିବାରୁ ଏହା ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି ।

Google

ଫାଇଟର ବିମାନ ଉଡାଇବେ ହୃତିକ ରୋଶନ :-

ହୃତିକ ରୋଶନଙ୍କ ଏହି ଫିଲ୍ମର ଏକ ଟିଜରରୁ ଜଣାପଡୁଛି କି, ଫାଇଟର ବହୁତ ଜବରଦସ୍ତ ହୋଇଥିବ । ଫିଲ୍ମରେ ହୃତିକ ରୋଶନ ଜବରଦସ୍ତ ଆକ୍ସନ ସିନ ଦେଖାଇବେ । ଫାଇଟର ଫିଲ୍ମରେ ହୃତିକ ରୋଶନ ଏକ ଏୟାରଫୋର୍ସ ଅଫିସର ଭୂମିକା ନିଭାଇବେ ଓ ସେ ଫାଇଟର ବିମାନ ଉଡାଇବାରେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଏହାପୂର୍ବରୁ ହୃତିକ ରୋଶନ ଫରହାନ ଆଖତରଙ୍କ ଏକ ଦେଶଭକ୍ତି ଫିଲ୍ମ ‘ଲକ୍ଷ୍ୟ’ ରେ ନଜର ଆସିଛନ୍ତି ।

ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ :-

ଏହି ଫାଇଟର ଫିଲ୍ମରେ ହୃତିକ ରୋଶନ ପ୍ରଥମଥର ଭାବରେ ଦୀପିକା ପାଦୁକୋଣଙ୍କ ସହିତ ନଜର ଆସୁଛନ୍ତି ଓ ଏହି ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ଡ଼ାଇରେକ୍ଟ କରିଛନ୍ତି । 2021 ଡିସେମ୍ବର ମାସରେ ଏହାର ଶୁଟିଂ ଆରମ୍ଭ ହେବ ଓ ସେପ୍ଟେମ୍ବର 30 ତାରିଖ 2022ରେ ଏହାକୁ ରିଲିଜ କରାଯିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *