ଭାରତ ବାୟୋଟେକ୍‌ର ବଡ଼ ଘୋଷଣା, କୋଭାକ୍ସିନ ଟିକାର ସାଇଡ ଇଫେକ୍ଟ ଦେଖାଦେଲେ କମ୍ପାନୀ ଦେବ କ୍ଷତିପୂରଣ

ଭାରତ ବାୟୋଟେକର ଭ୍ୟାକସିନ୍-କୋଭାକ୍ସିନ୍‌କୁ ନେଇ ଲଗାତାର ଉଠିଥିବା ପ୍ରଶ୍ନର ଖୁଲାସା ହୋଇଛି। କମ୍ପାନୀ ସ୍ପଷ୍ଟ ଭାବରେ କହିଛି ଯେ, ଭ୍ୟାକସିନର ଯଦି କୌଣସି ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ ତାହେଲେ ସେ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ। ଏହି ବିଷୟରେ କମ୍ପାନୀ ନିଜ ଫର୍ମରେ ସ୍ପଷ୍ଟ ଭାବରେ ଲେଖିଛି। ଆଜି ସାରା ଦେଶରେ ଭ୍ୟାକସିନ୍ ପ୍ରୋଗ୍ରାମର ଶୁଭାରମ୍ଭ ହୋଇଯାଇଛି। ଏହି ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଭ୍ୟାକସିନ୍ ଦିଆଯାଇଛି। ପ୍ରଥମ ୩ଦିନରେ ସରକାର ଲକ୍ଷାଧିକ ଲୋକଙ୍କୁ ଟିକା ଲଗାଇବେ।

Google

 

ମୁମ୍ବାଇର ୬ଟି ସରକାରୀ ହସ୍ପିଟାଲରେ କୋଭାକ୍ସିନ୍‌ ଦିଆଯାଉଛି। ଶୁକ୍ରବାର ଜାରି କରି Consent Form ସମ୍ମତି ପତ୍ରରେ ଲେଖା ହୋଇଛି, ଭ୍ୟାକସିନ୍ କାରଣରୁ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଲେ ଲାଭାର୍ଥୀଙ୍କୁ ସରକାର ଧାର୍ଯ୍ୟ କରିଥିବା ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ଦିଆଯିବ। ମହାରାଷ୍ଟ୍ର ସହିତ ୧୧ଟି ରାଜ୍ୟ କୋଭାକ୍ସିନ ଟିକା ନେବା ପାଇଁ ସ୍ବୀକାର କରିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ କମ୍ପାନୀ ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିନାହିଁ।

Google

ସୂଚନା ଅନୁସାରେ, ଭ୍ୟାକସିନ୍ ପାଇବା ପାଇଁ ଏକ ଫାକ୍ଟ ସିଟ୍ ଓ ଖରାପ ପରିଣାମ ସମ୍ପର୍କିତ ଏକ ଫର୍ମ ଦିଆଯିବ। ଏହି ଫର୍ମରେ ୭ଦିନ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଗଲେ ଲକ୍ଷଣ ଗୁଡ଼ିକ ଏହି ଫର୍ମରେ ଉଲେଖ କରାଯିବ। ସମ୍ମତି ପତ୍ରରେ ଲେଖା ହୋଇଛି ଯେ, ଫେଜ୍ -୧ ଓ ଫେଜ୍ -୨ରେ କରୋନା ବିରୁଦ୍ଧରେ ଭ୍ୟାକସିନ୍ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ। ସେହିଭଳି ଫେଜ୍ -୩ ଟ୍ରାଏଲ୍ ଜାରି ରହିବ କାରଣରୁ କୋଭାକ୍ସିନ୍ କେତେ ଫଳପ୍ରଦ ହେବ ତାହା ଧାର୍ଯ୍ୟ କରାଯାଇନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *