୧୬ -୧୭ ଜାନୁଆରୀରେ ବଦଳିପାରେ ଅନ୍ତରୀକ୍ଷ ଯାତ୍ରାର ଇତିହାସ,ଜାଣନ୍ତୁ କଣ ରହିଛି କାରଣ

ଏହି ସପ୍ତାହର ଶେଷକୁ ଅନ୍ତରୀକ୍ଷ ଦୁନିଆର 16-17 ଜାନୁଆରୀରେ ଅନ୍ତରୀକ୍ଷ ଦୁନିଆର ଇତିହାସ ବଦଳିବାକୁ ଯାଉଛି । ଜାନୁଆରୀ 16 ରେ ଓଏଚବି ଗ୍ରୁପର ରକେଟ ଇଲେକ୍ଟ୍ରୋନ ଦ୍ୱାରା ଏକ ମଇକ୍ରୋ ସାଟେଲାଇଟ ଛାଦିବାକୁ ପ୍ରସ୍ତୁତି କରୁଛି । 17 ଜାନୁଆରୀରେ ସ୍ପେସେକ୍ସ ଫାଲକନ-9 ରକେଟ ସ୍ପେସକୁ 60 ଷ୍ଟାରଲିଙ୍କ ସାଟେଲାଇଟ ଛାଡିବ । କିନ୍ତୁ ଏହି ସବୁଠାରୁ ବଡ଼ ହେଉଛି ଭର୍ଜୀନ ଗ୍ୟାଲେଟିକ କମ୍ପାନୀର ଭର୍ଜୀନ ଆର୍ବିଟ ସ୍ପେସ ଯାନର ପରୀକ୍ଷଣ । କାରଣ ଏହି ପରୀକ୍ଷଣ ସଫଳ ହେଲେ ଅନ୍ତରୀକ୍ଷରେ ଯାତ୍ରା କରିବା ସହଜ ହୋଇଯିବ ।

ବର୍ଜିନ ଗ୍ୟାଲେଟିକ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମେଜାୱ ଏୟାର ଆଣ୍ଡ ସ୍ପେସ ପୋର୍ଟରେ ନିଜର ସ୍ପେସଯାନ ଲଞ୍ଚ କରିବ। କମ୍ପାନୀର ଲକ୍ଷ୍ୟ ହେଉଛି ପୃଥିବୀ ବାସୀଙ୍କୁ କିଛି ବର୍ଷ ଭିତରେ ଅନ୍ତରୀକ୍ଷ ଯାତ୍ରା କରାଇବ । ଏଥିପାଇଁ କମ୍ପାନୀ ଲଗାତାର 4-5 ବର୍ଷ ହେବ ପ୍ରସ୍ତୁତି କରିଥିଲା । ବିଗତ ବର୍ଷ କମ୍ପାନୀ ଏହାକୁ ଅନ୍ତରୀକ୍ଷ ପଠାଇଥିଲା କିନ୍ତୁ ଏହା ସଫଳ ହୋଇନଥିଲା ।

Google

ଜାନୁଆରୀ 17 ତାରିଖରେ ଭର୍ଜିନ ଆର୍ବିଟ ଅନ୍ତରୀକ୍ଷକୁ ଏକ କ୍ୟାରିଅର ପ୍ଲେନ କସମିକ ଗାର୍ଲକୁ ତଳେ ଲଗାଇ ପୃଥିବୀରୁ 35 ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ନିଆଯିବ । ଏହାପରେ ଭର୍ଜିନ ଆର୍ବିଟ ପ୍ଲେନରୁ ଅଲଗା ହୋଇ ଅନ୍ତରୀକ୍ଷରେ ପୃଥିବୀ କକ୍ଷରେ ଯାତ୍ରା ପାଇଁ ବାହାରିବ ।

ଏହି ଲଞ୍ଚ କାଲିଫର୍ଣ୍ଣିଆର ମେଜୱା ଏୟାର ଆଣ୍ଡ ସ୍ପେସ ପୋର୍ଟରୁ କରାଯିବ । ଭର୍ଜିନ ଆର୍ବିଟ ବିଗତବର୍ଷ ଡ଼ିସେମ୍ବରରେ ପୃଥିବୀର କକ୍ଷକୁ ଯିବାପାଇଁ ଚେଷ୍ଟା କରିଥିଲା କିନ୍ତୁ କରୋନା ମହାମାରୀ କାରଣରୁ ଏହା ହୋଇପାରିନଥିଲା ।

ଭର୍ଜିନ ଆର୍ବିଟ ବର୍ତ୍ତମାନ ନିଜର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଜାନୁଆରୀ 17 ତାରିଖରେ ହିଁ ଲଞ୍ଚ କାର୍ଯ୍ୟ ଆରମ୍ଭ କରିବ ଏବଂ ସମସ୍ତ ଅପଡେଟ କାମ ମଧ୍ୟ ସରିଛି ।

ଭର୍ଜିନ ଆର୍ବିଟ ନିଜର ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେଇ କହିଛି କି, ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଛୁ ଓ ଜାନୁଆରୀ 17 ତାରିଖରେ ଆମେ ଲଞ୍ଚ କରିବୁ ଓ ନୂଆ ଇତିହାସ ସୃଷ୍ଟି କରିବୁ।

ଭର୍ଜିନ ଗ୍ୟାଲେକଟିକର ଓନର ରିଚାର୍ଡ ବ୍ରେସନାନ ସାଧାରଣ ଲୋକଙ୍କ ପାଇଁ ଅନ୍ତରୀକ୍ଷକୁ ଯିବାପାଇଁ ସରଳ ପ୍ରଣାଳୀ କରୁଛନ୍ତି ।

Google

ଯଦି 17 ଜାନୁଆରୀରେ ଏହା ସଫଳ ଭାବରେ ଲଞ୍ଚ ହେଉଛି ତାହେଲେ ସ୍ପେସେକ୍ସ ପରେ ଏହା ଦ୍ଵିତୀୟ କମ୍ପାନୀ ହେବ । ଅନ୍ତରୀକ୍ଷରେ ଏହି ଉପଲବ୍ଧି ହାସଲ କରିବାରେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *