Ind vs Aus : ଭାରତ ପାଖରେ ରହିବ ବର୍ଡର ଗାଭାସ୍କର ଟ୍ରଫି । ବ୍ରିସବେନରେ କେବଳ ମ୍ୟାଚ ଡ୍ର ହେବା ଦରକାର,ଜାଣନ୍ତୁ କଣ ରହିଛି ପୁରା ଘଟଣା

ସିଡନୀରେ ଭାରତୀୟ ଦଳ ଦ୍ୱାରା ଅବିଶ୍ୱସନୀୟ ଡ୍ର ଦ୍ୱାରା ଭାରତୀୟ ଦଳ ସିରିଜର ଅନ୍ତିମ ମ୍ୟାଚ ଜାନୁଆରୀ 15 ତାରିଖରେ ଗାବା ଷ୍ଟାଡିୟମରେ ଖେଳିବାକୁ ଯାଉଛି ଓ ଯାହାକି ନିର୍ଣ୍ଣାୟକ ମ୍ୟାଚ ମଧ୍ୟ ହେବ । ଦଳରେ ଅତ୍ୟଧିକ ଆଘାତ ଖେଳାଳି ଥିବାରି ଦଳ ପ୍ଲେଇଙ୍ଗ 11 କୁ ନେଇ ବହୁତ ଶୁକ୍ରବାର ସକାଳେ ଏହାର ନିଷ୍ପତି ନେଇପାରିବ । ବର୍ତ୍ତମାନ ସିରିଜ 1-1 ରେ ବରାବର ରହିଥିବା ବେଳେ ଏହା ଭାରତୀୟ ସମାୟାନୁସାର ସକାଳ 5 ଘଟିକା 30 ମିନିଟରୁ ଆରମ୍ଭ ହେବ।

ଭାରତୀୟ ଦଳ 1947-2014 ମଧ୍ୟରେ ବ୍ରିସବେନରେ 6ଟି ଟେଷ୍ଟ ମ୍ୟାଚ ଖେଳିସାରିଛି କିନ୍ତୁ କୌଣସି ଥିରେ ବିଜୟ ହାସଲ କରିନାହିଁ । 1988 ମସିହା ପରଠାରୁ ମଧ୍ୟ ଅଷ୍ଟ୍ରେଲିଆ ଦଳ ବ୍ରିସବେନରେ ହାରିନାହିଁ ।

Team India (Getty)

ବର୍ଡର-ଗାଭାସ୍କର ଟ୍ରଫି ନିଜ ପାଖରେ ରଖିବାପାଇଁ ଅଷ୍ଟ୍ରେଲିଆକୁ ଯେକୌଣସି ପ୍ରକାରରେ ଶେଷ ମ୍ୟାଚ ଜିତିବାକୁ ହେବ କିନ୍ତୁ ଭାରତ ଏହାକୁ ଡ୍ର ରଖିଲେ ମଧ୍ୟ ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ଏହି ଟ୍ରଫି ନିଜ ପାଖରେ ରଖିପାରିବ କାରଣ 2018-19 ରେ ଭାରତ ଏହି ସିରିଜରେ ବିଜୟୀ ହୋଇଥିଲା।

ଭାରତୀୟ ଦଳରେ ବର୍ତ୍ତମାନ ରବୀନ୍ଦ୍ର ଜାଡେଜା ନାହାଁନ୍ତି, ବୁମରା ମଧ୍ୟ ଖେଳିବେ କି ନାହିଁ ଠିକ ନାହିଁ, ଅଶ୍ଵିନଙ୍କର ଅବସ୍ଥା ମଧ୍ୟ ସଠିକ ନାହିଁ । ହନୁମା ବିହାରୀ ମଧ୍ୟ ହ୍ୟାମିସ୍ତ୍ରୀଙ୍ଗ ଆଘାତରୁ ବାଦ ପଡିଯାଇଛନ୍ତି । ବ୍ୟାଟିଂ କୋଚ୍ ବକ୍ରମ ରାଠୋଡ଼ କହିଛନ୍ତି, ପ୍ଲେଇଂ ଇଲେଭେନ ଉପରେ ଶୁକ୍ରବାର ସକାଳେ ନିର୍ଣ୍ଣୟ ନିଆଯିବ । ବୁମରା ଠିକ ରହିବେ ତ ନିଶ୍ଚିତ ଖେଳିବେ ।

2014 ପରେ ଭାରତୀୟ ଦଳ ବ୍ରିସବେନରେ ଖେଳିବାକୁ ଯାଉଛି । ଭାରତୀୟ ବୋଲିଂ କଥା କହିବାକୁ ଗଲେ କେବଳ ରବିଚନ୍ଦ୍ରନ ଅଶ୍ୱିନ ଅଭିଜ୍ଞ ରହିଛନ୍ତି ତାଙ୍କ ବ୍ୟତୀତ ବୁମରା ଦଳରେ ଖେଳିବେ କି ନାହିଁ ଠିକ ହୋଇନାହିଁ ।

ଭାରତୀୟ ପୂର୍ବ ଦ୍ରୁତ ବୋଲର ଇରଫାନ ପଠାନ କହିଥିଲେ କି, ଏହି ପିଚ ବହୁତ ଚ୍ୟାଲେଞ୍ଜ ଦେବ । ବୁମରା ଏହି ପିଚରେ ବହୁତ ଭଲ ଭାବରେ ବୋଲିଂ କରିପାରିବେ । ଏବେ ଦେଖିବାକୁ ରହିଲା ବୁମରା ଶେଷ ମ୍ୟାଚ ଖେଳିବେ କି ନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *