ଭାଇରାଲ ହେଲା ଉର୍ବଶୀଙ୍କ ଦେଶୀ ଲୁକ୍

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଗ୍ଲାମର ଲୁକ୍‌ ପାଇଁ ପିଲ୍ମ୍ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚିତ। ପ୍ରତିଦିନ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ଆସିଥାଏ। ଏହି ଫଟୋଗୁଡ଼ିକରେ ତାଙ୍କର ହଟ ଲୁକ୍ ସହ ଗ୍ଲାମରର ଅନ୍ଦାଜ ଦେଖିବାକୁ ମିଳିଥାଏ। କିନ୍ତୁ, ତାଙ୍କର ଏଭଳି କିଛି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ହଠାତ୍ ସେ ଉର୍ବଶୀ ବୋଲି ଚିହ୍ନି ହେଉନାହିଁ। ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Google

ସବୁବେଳେ ହଟ ଲୁକରେ ରହୁଥିବା ଅଭିନେତ୍ରୀ ଉର୍ବଶୀ ସାମ୍ନାକୁ ଦେଶୀ ଲୁକରେ ଆସିଛନ୍ତି। ସେ ପୁରାପୁରି ସିମ୍ପୁଲ ଲୁକରେ ନଜର ଆସିଛନ୍ତି। ଏହି ଫଟୋକୁ ଅଭିନେତ୍ରୀ ନିଜେ ନିଜର ଇନଷ୍ଟାଗ୍ରାମରେ ସେଆର କରିଥିଲେ। ଫଟୋରେ ଉର୍ବଶୀ ପିଚ୍‌ କଲରର ସାଲୱାର ପିନ୍ଧିଥିବା ବେଳେ ଧଳା ରଙ୍ଗର ଓଢ଼ଣୀ ପକାଇଛନ୍ତି। ଆଉ ଅଭିନେତ୍ରୀ ଲମ୍ବା ବେଣୀ ସହ ମଥାରେ ସିନ୍ଦୂର ମଧ୍ୟ ପିନ୍ଧିଛନ୍ତି। ଯାହାକୁ ଦେଖି ପ୍ରସଂଶକମାନେ ଆଶ୍ଚର୍ୟ୍ଯ ହୋଇପଡ଼ିଛନ୍ତି। ଉର୍ବଶୀ ତାଙ୍କ ଅପ୍‌କମିଂ ଫିଲ୍ମରେ ଜଣେ ବିବାହିତ ମହିଳା ଚରିତ୍ରରେ ନଜର ଆସିବେ ବୋଲି ସୂଚନା ମିଳିଛି।

Google

‘ସନମ୍‌ ରେ’, ‘ଭର୍ଜିନ ଭାନୁପ୍ରିୟା’, ‘ହେଟ ଷ୍ଟୋରୀ-୪’, ‘ସିଙ୍ଗ ସାହବ ଦି ଗ୍ରେଟ୍‌’ ଭଳି ବଲିଉଡ ଫିଲ୍ମରେ ଉର୍ବଶୀ ଅଭିନୟ ମଧ୍ୟ କରିସାରିଛନ୍ତି। ଏବେ ନିକଟରେ ତାଙ୍କର ଏକ ମ୍ୟୁଜିକ ଭିଡିଓ “ବୋ ଚାନ୍ଦ କାହାଁ ସେ ଲାଓଗି” ଆସିଥିଲା। ଏହି ଭିଡିଓରେ ତାଙ୍କ ଅପୋଜିଟରେ ଥିଲେ ଟିଭି ଷ୍ଟାର ମୋସିନ ଖାନ। ଆଗକୁ ତାଙ୍କର ତାମିଲ ରିମେକ୍ ଫିଲ୍ମ “ଥିରୁତୁ ପାଏଲି-୨”ରେ ଦେଖିବାକୁ ମିଳିବ। ଇଜିପ୍ଟିଆନ ସୁପରଷ୍ଟାରଙ୍କ ସହ ଏକ ଇଣ୍ଟରନ୍ୟାସନାଲ ପ୍ରୋଜେକ୍ଟରେ ମଧ୍ୟ ଉର୍ବଶୀଙ୍କୁ ଦେଖିବାକୁ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *