ଖୁସି ଖବର : ବଜେଟରେ ମିଳିବ କୃଷକଙ୍କୁ ଉପହାର । ବଢିଯିବ କିଷାନ ସମ୍ମାନ ନିଧି ଯୋଜନାର ମୂଲ୍ୟ,ଜାଣନ୍ତୁ ପୁରା ଖବର

ଫେବୃଆରୀ 1 ତାରିଖକୁ ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଜେଟ ଲାଗୁ କରିବାକୁ ଯାଉଛନ୍ତି । କୃଷକ ମାନଙ୍କୁ ଆଶା ଅଛି କି, ବିତ୍ତ ମନ୍ତ୍ରୀ ତାଙ୍କ ପାଇଁ କିଛି ଭଲ କରିବେ । ମିଡ଼ିଆ ରିପୋର୍ଟସର ମାନିବା ହେଉଛି ଏହି ଯୋଜନାର ମୂଲ୍ୟ ଅଧିକ ବଢିଯିବ । କିଷାନ ମାନଙ୍କୁ 6 ହଜାର ଟଙ୍କା ବାର୍ଷିକ ବ୍ୟାଙ୍କ ଆକାଉଣ୍ଟଙ୍କୁ ଦିଆଯାଉଥିଲା କିନ୍ତୁ ଏହା ବଢିବ ବୋଲି ଆଶା କରାଯାଉଛି ।

କିଷାନ ମାନଙ୍କର କହିବା ହେଉଛି, ସରକାରଙ୍କ 6000 ଟଙ୍କା ବହୁତ କମ । ବାର୍ଷିକ 6 ହଜାର ଟଙ୍କା ମାନେ ମାସକୁ 500 ଟଙ୍କା । ଯଦି କୌଣସି ଏକ କୃଷକକୁ 1 ଏକର ଜମିରେ ଧାନ ଚାଷ କରିବାକୁ ହୁଏ ତାହେଲେ 3 ରୁ 3.5 ହଜାର ଟଙ୍କା ଖର୍ଚ୍ଚ ହେଉଛି, ସେହିପରି ଗହମ ଚାଷ କଲେ 2 ରୁ 2.5 ହଜାର ଟଙ୍କା ଖର୍ଚ୍ଚ ହେଉଛି । ଯଦି କୌଣସି ଚାଷୀ ପାଖରେ 1 ଏକରରି ଅଧିକ ଜମି ରହିଛି ତାହେଲେ ଅଧିକ ଖର୍ଚ୍ଚ ହେବା ତ ନିଶ୍ଚିତ ସେଥିପାଇଁ ସରକାର ଏହି ରାଶିକୁ ବଢାଇବା ଆବଶ୍ୟକ।

Google

ବିତ୍ତବର୍ଷ 2019-20 ରେ କୃଷି ମାନଙ୍କ ରାଶି 1.51 ଲକ୍ଷ କୋଟି ଥିଲା ଓ ଏହାକୁ ବଢ଼ାଇ 2020-21 ରେ 1.55 ଲକ୍ଷ କୋଟି କରିଦିଆଗଲା । ସେହିପରି ଗ୍ରାମୀଣ ଆବଣ୍ଟନରେ 1.41 ଲକ୍ଷ କୋଟି ରୁ 1.44 ଲକ୍ଷ କୋଟି ରାଶି ବଢ଼ାଇ ଦିଆଗଲା । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ 9682 କୋଟି ଟଙ୍କା ରୁ 11,127 କୋଟି ଟଙ୍କା ବଢ଼ାଗଲା । ସେହିପରି ଫସଲ ବୀମା ଯୋଜନାର ରାଷିକୁ 14 ହଜାର କୋଟିରୁ ବଢ଼ାଇ 15,695 କୋଟି କରିଦିଆଗଲା ।

ସରକାର ଡିସେମ୍ବର 1 ତାରିଖ 2018 ମସିହାରୁ ଏହି ପ୍ରଧାନମନ୍ତ୍ରୀ କିଷାନ ସ୍କିମ ଆରମ୍ଭ କରିଥିଲେ। ଏବେପର୍ଯ୍ୟନ୍ତ ଏହାର ସାତଟି କିସ୍ତି ଜାରି କରାଯାଇଛି । କେନ୍ଦ୍ରସରକାର ଏପର୍ଯ୍ୟନ୍ତ ଏହି ସ୍କିମରେ 10.60 କୋଟି କୃଷକଙ୍କୁ ଓ 95,000 କୋଟି ଟଙ୍କା ରାଶି ଜାରି କରିଛନ୍ତି।

ପିଏମ କିଷାନ ନିଧି ଯୋଜନା 2021 ର ନୂଆ ସୂଚନାକୁ ଆପଣ https://pmkisan.gov.in/ ଯାଇ ଦେଖିପାରିବେ । ମୋଦି ସରକାରଙ୍କ ଏହା ସବୁଠୁ ବଡ଼ ସ୍କିମ ଅଟେ । ଯେଉଁ କୃଷକ ମାନଙ୍କର କୌଣସି ଅସୁବିଧା ଅଛି ସେମାନେ ୱେବସାଇଟରେ ଥିବା ହେଲ୍ପଲାଇନ ନମ୍ବର 18001155266 ପିଏମ କିଷାନ ହେଲ୍ପ ଲାଇନ ନମ୍ବର୍:155261, ପିଏମ କିଷାନ ଲ୍ୟାଣ୍ଡ ଲାଇନ ନମ୍ବର୍: 011—23381092, 23382401, ପିଏମ କିଷାନ ହେଲ୍ପ ଲାଇନ ନମ୍ବର୍: 0120-6025109, ଇମେଲ ଆଇଡି: [email protected] ରେ ଯୋଗାଯୋଗ କରିପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *