ଶନିବାର ଦିନ ରାଜ୍ୟରେ ଆରମ୍ଭ ହେବ ଟିକାଦାନ, ସକାଳ ୯ଟାରୁ ୫ଟା ପର୍ଯ୍ୟନ୍ତ ଖୋଲାରହିବ ଟିକାକରଣ କେନ୍ଦ୍ର

କୋଭିସିଲ୍‌ଡ ପରେ କୋଭାକ୍ସିନ୍‌ ଓଡ଼ିଶାରେ ପହଞ୍ଚିଛି। କୋଭିସିଲ୍‌ଡକୁ ଜିଲ୍ଲାକୁ ପଠାଯାଇଛି। ଜିଲ୍ଲା ଭ୍ୟାକସିନ୍‌ ସେଣ୍ଟରରେ ଟିକା ୨ରୁ ୮ ଡିଗ୍ରୀ ସେଲ୍‌ସିଅସ୍ ମଧ୍ୟରେ ସଂରକ୍ଷଣ ଭାବେ ରଖାଯାଇଛି। ଟିକା ଦେବାକୁ ଥିବା ଅଧିକାରୀମାନେ ଟିକା କିପରି ଭାବରେ ଦେବେ ତାହା ତାଲିମ ନେଇଛନ୍ତି। ସବୁ ପ୍ରସ୍ତୁତ ସରିଯାଇଛି, ମଝିରେ ମାତ୍ର ଆଉ ଦୁଇ ଦିନ ରହିଲା। ଆସନ୍ତା ୧୬ ତାରିଖ ଦିନ ରାଜ୍ୟରେ ଟିକା ଦେବା ଆରମ୍ଭ ହେବ। ୧୬୦ ଟୀକାକରଣ କେନ୍ଦ୍ର ସକାଳ ୯ ଟାରୁ ୫ ଟା ପର୍ଯ୍ୟନ୍ତ ଟୀକାକରଣ ଚାଲିବ।

ବୁଧବାର ସକାଳ ୯ଟାରେ ହାଇଦ୍ରାବାଦ ଭାରତ ବାୟୋଟେକ ଟିକା ଉତ୍ପାଦନକାରୀ ୟୁନିଟ୍‌ରୁ ସ୍ୱତନ୍ତ୍ର ବିମାନରେ ଆସିଥିଲା ଏହି ଟିକା। ବିମାନ ବନ୍ଦରରୁ ରାଜ୍ୟ ଭ୍ୟାକ୍‌ସିନ୍‌ ଷ୍ଟୋରକୁ ପଠାଯାଇଥିଲା ଏହି ଟିକା। ଗତକାଲି ରାଜ୍ୟକୁ ଆସିଥିବା କୋଭିସିଲଡ୍‌ ଟିକାକୁ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ସ୍ୱତନ୍ତ୍ର ଗାଡ଼ିରେ ପଠାଯାଇଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସବୁ ଜିଲ୍ଲାରେ ଆଜି ପହଞ୍ଚିବ ଟିକା।

Google

ସବୁଠାରୁ ଅଧିକ ଟିକା କଟକ ଜିଲ୍ଲାକୁ ପଠାଯିବ। ୧୯,୧୦୦ ଡୋଜ୍‌ କୋଭିସିଲ୍‌ଡ ପଠାଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ସ୍ୱତନ୍ତ୍ର ଭାବେ ୧୬,୧୨୦ ଡୋଜ୍‌ କୋଭାକ୍ସିନ୍‌ ଟିକା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ପାଇଁ ୮,୧୦୦ ଡୋଜ୍‌, ଗଞ୍ଜାମକୁ ୧୬,୨୫୦ ଡୋଜ୍‌, ମୟୂରଭଞ୍ଜ ଜିଲ୍ଲାକୁ ୧୧,୯୦୦ ଡୋଜ୍‌, ସୁନ୍ଦରଗଡ଼ ଜିଲ୍ଲାକୁ ୧୧,୫୫୦ ଡୋଜ୍‌,ଦେବଗଡ଼ ଜିଲ୍ଲାକୁ ୧୬୫୦ ଡୋଜ୍‌, ବୌଦ୍ଧକୁ ୧୯୫୦ ଡୋଜ୍‌, ଝାରସୁଗୁଡ଼ାକୁ ୩୨୦୦ ଡୋଜ୍‌, ନୂଆପଡ଼ାକୁ ୩,୬୦୦ ଡୋଜ୍‌,ମାଲକାନଗିରିକୁ ୩,୬୦୦ ଡୋଜ୍‌ ଓ ସୁବର୍ଣ୍ଣପୁରକୁ ୩,୬୫୦ ଡୋଜ୍‌ କୋଭିସିଲଡ୍‌ ଟିକା ପଠାଯାଇଛି।

ଟୀକାକରଣ ବିଷୟରେ ଥିବା ଭୟ ଦୂର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ବୈଷୟିକ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ଗୋଟିଏ ଦିନରେ ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ ଟିକା ଦିଆଯିବ। କମ୍ ହିତାଧିକାରୀ ଥିଲେ, ୨/୩ କେନ୍ଦ୍ରକୁ ମିଶାଇ ଗୋଟିଏ କେନ୍ଦ୍ର କରିଦିଆଯିବ। ହିତାଧିକାରୀ କମିଲେ, ଅନ୍ୟ କେନ୍ଦ୍ରରୁ ହିତାଧିକାରୀ ଆଣି ଟିକା ଦିଆଯାଇପାରିବ ନାହିଁ। ପ୍ରତିଦିନ ଟୀକାକରଣ କେନ୍ଦ୍ରରେ କିଏ କିଏ ଟିକା ନେବେ, ତାହା ଆଗୁଆ ନିଷ୍ପତ୍ତି ନିଆଯିବ। ପୂର୍ବରୁ ଯେଉଁମାନେ ପଞ୍ଜୀକୃତ କରିଛନ୍ତି, ସେମାନେ ଠିକ୍ ସମୟରେ ଆସି ଟିକା ନେବା ଦରକାର।

Google

ପଞ୍ଜିକରଣ ସମୟରେ ଯେଉଁ ପରିଚୟ ପତ୍ର ଦେଇଛନ୍ତି, ସେହି ସମାନ ପରିଚୟ ପତ୍ର ସାଙ୍ଗରେ ଧରି ଟିକାଦାନ କେନ୍ଦ୍ରକୁ ଯିବାକୁ ପଡ଼ିବ। କୌଣସି କାରଣରୁ ଉକ୍ତ ପରିଚୟ ପତ୍ର ନମିଳେ, ତେବେ ଟୀକାକରଣ କେନ୍ଦ୍ରରେ ଥିବା ଅଧିକାରୀ ଚୁଡାନ୍ତ ନିଷ୍ପତ୍ତି ନେବେ। ଟୀକାକରଣ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆଗୁଆ ଅବଗତ କରାଇଲେ ଯାଇ ଅନ୍ୟଦିନ ଧାର୍ଯ୍ୟ କରି ଟିକା ଦିଆଯାଇପାରିବ। ଟିକାଦାନ ପରେ କୌଣସି ପ୍ରତିକ୍ରିୟା ଦେଖାଦେଲେ,ତୁରନ୍ତ ଡାକ୍ତର କିମ୍ବା ନର୍ସଙ୍କୁ ଯୋଗାଯୋଗ କରିବେ। ଗୁରୁତର ହେଲେ ରୋଗୀଙ୍କୁ ସାଙ୍ଗେସାଙ୍ଗେ ଆମ୍ବୁଲାନ୍ସରେ ଆଣି ଚିକିତ୍ସା କରିବାର ସୁବିଧା କରାଯାଇଛି। ଜଣେ ବ୍ୟକ୍ତି ଟିକା ନେବାର ପ୍ରଥମ ଡୋଜ୍‌ ପରେ କୋଭିଡ୍‌ ଚିହ୍ନଟ ହେଲେ, ଦ୍ୱିତୀୟ ଡୋଜ୍‌ ୨୮ ଦିନ ପରେ ନେବେନାହିଁ। ଦ୍ୱିତୀୟ ଡୋଜ୍‌ ପାଇଁ ତାଙ୍କୁ ପ୍ରଥମେ କୋଭିଡ୍‌ ମୁକ୍ତ ହେବାକୁ ପଡ଼ିବ। ଲକ୍ଷଣ ଯିବାର ୧୪ ଦିନ ପରେ ତାଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯିବ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ୪ ଲକ୍ଷ ୨୮ ହଜାର ଡୋଜ୍ ଆସିଛି। ୧ ଲକ୍ଷ ୯୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ୧୬ ତାରିଖ ପରେ ଆବଶ୍ୟକ ହେଲେ, ଅଧିକ ମାତ୍ରାରେ ଟୀକାକରଣ କେନ୍ଦ୍ର ଖୋଲାଯିବ। ସପ୍ତାହ ଭିତରେ ଟୀକାକରଣ ସରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକାଦାନ ସମୟରେ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ। ପଞ୍ଜୀକୃତ ମୋବାଇଲ ନମ୍ବର ସାହାଯ୍ୟରେ ଟିକାଦାନ ବିଷୟରେ ସୂଚନା ଦିଆଯିବ। ଏହାବ୍ୟତୀତ ଅଧିକ ଜାଣିବା ପାଇଁ ୧୦୪କୁ ମଧ୍ୟ ଯୋଗାଯୋଗ କରିପାରିବେ। ସରକାରୀ ଓ ବେସରକାରୀ ସ୍ତରରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରୁଥିବା ଅନୁଷ୍ଠାନକୁ ଆଗୁଆ ଚିହ୍ନଟ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ସମୟରେ ଦ୍ୱିତୀୟ ଓ ପ୍ରାଥମିକ ଚିକିତ୍ସା ଦେଉଥିବା ଅନୁଷ୍ଠାନ ଗୁଡ଼ିକୁ ସାମିଲ କରାଯିବ।

Google

ଟିକାକରଣରେ ଡାଟାବେସ୍‌ରେ ପୂର୍ବରୁ ସରପଞ୍ଚଙ୍କ ନାମ ଥିବା ବେଳେ ଏବେ ପଞ୍ଚାୟତ ସମିତିସଭ୍ୟଙ୍କୁ ମଧ୍ୟ ସାମିଲ କରାଯିବ। ଏ ସମ୍ପର୍କରେ ଡାଟାବେସ୍‌ ତୁରନ୍ତ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କୁ ଓସ୍‌ଡମା ଜିଏମ୍ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *