ବୁକିଂ କରିବାର ଅଧଘଣ୍ଟା ଭିତରେ ମିଳିବ LPG ! IOC ଆରମ୍ଭ କରିବ ତତ୍କାଳ ସେବା,ଜାଣନ୍ତୁ କେମିତି ପାଇବେ ଲାଭ

ବିଜନେସ ଷ୍ଟାଣ୍ଡର୍ଡ ଏକ ରିପୋର୍ଟ ଅନୁସାରେ, IOC ର କହିବା କଥା ହେଲା, ରାଜ୍ୟ/ୟୁନିଅନ ଟେରିଟୋରୀକୁ ଏକ ସହର ଏବଂ ଜିଲ୍ଲା ଚୟନ କରିବାକୁ ହେବ ଯେଉଁଠାରେ ତତ୍କାଳ LPG ସେବା ଆରମ୍ଭ କରାଯିବ । ଏହି ସେବାରେ ଗ୍ରାହକ LPG ବୁକିଂ କରିବାର 30 ରୁ 40 ମିନିଟ ଭିତରେ LPG ମିଳିଯିବ । IOC କହିଛି, ଏହାଉପରେ ବର୍ତ୍ତମାନ କାର୍ଯ୍ୟ କରାଯାଉଛି ।

IOC କହିଛି, ଏହିସେବା ଆମକୁ ଆମର ପ୍ରତିଷ୍ପରଧୀ ଠାରୁ ଅଲଗା କରିଦେବ । IOC କହିଛି ଏହିସେବାକୁ ବହୁତ ଜଲଦି ଆରମ୍ଭ କରିବାକୁ ନିର୍ଣ୍ଣୟ ନିଆଯାଇଛି, ଫେବୃଆରୀ 1 ତାରିଖରୁ ଏହାର ଆରମ୍ଭ କରିବାକୁ ଯୋଜନା ରଖାଯାଇଛି । ଇଣ୍ଡିଆନ ପେଟ୍ରୋଲ Indane ନାମରେ ନିଜର LPG ବିକ୍ରି କରୁଛି । ଦେଶରେ LPG ଗ୍ରାହକଙ୍କ ସଂଖ୍ୟା 28 କୋଟି ଓ ସେମାନଙ୍କ ମଧ୍ୟରୁ 14 କୋଟି ହେଉଛନ୍ତି Indane କମ୍ପାନୀ ।

Google

IOC ଅଧିକାରୀଙ୍କ ମୁତାବିକ, ଯେଉଁ ଗ୍ରାହକ ଏହି ତତ୍କାଳ ସେବାର ଉପଭୋଗ କରିବେ ସେମାନଙ୍କୁ କେବଳ ଛୋଟ ରାଶି ଦେବାକୁ ହେବ । ଏହି ପ୍ରିମିୟମ ଚାର୍ଜ କେତେ ରହିବ, ଏହାଉପରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏହି ସେବା ପାଇଁ ଡିଲର୍ସ ମାନଙ୍କୁ ଉପସ୍ଥିତ ଡେଲିଭରୀ ନେଟ୍ୱୱାର୍କକୁ ବ୍ୟବହାର କରାଯିବ ।

ଯାହା ପାଖରେ ଗୋଟିଏ LPG ସିଲିଣ୍ଡର ରହିଛି ସେମାନଙ୍କର ଅସୁବିଧା ଏହା ହେଉଛି କି, ସେମାନଙ୍କର ଏହା ସରି ଯିବାପରେ ସେମାନେ ସମସ୍ୟାରେ ପଡିଯାଆନ୍ତି ।

ଏକ LPG ଗ୍ରାହକ ମୁତାବିକ, IOC ର ଏହିସେବା ସମ୍ପୂର୍ଣ୍ଣ ଭାବରେ ନୂଆ ଅଟେ । ଏହାପୂର୍ବରୁ 2010 ମସିହାରେ ତେଲମନ୍ତ୍ରୀ ମୁରଲୀ ଦେବଡା ଏକ ସ୍କିମ ଲଞ୍ଚ କରିଥିଲେ ଯାହାର ନାମ ଥିଲା , ପ୍ରିଫର୍ଡ ଟାଇମ LPG ଡେଲିଭରୀ ସ୍କିମ। ଏହି ସ୍କିମ ଦ୍ୱାରା ସକାଳ 7 ଘଟିକାରୁ ରାତି 9 ଘଟିକା ପର୍ଯ୍ୟନ୍ତ ସିଲିଣ୍ଡର ଡିମାଣ୍ଡ କରିପାରିବ । କିନ୍ତୁ ସ୍କିମ କେବେ ଲାଗୁ ହୋଇପାରିଲା ନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *