ଆଇପିଏଲ ୨୦୨୧ : ସ୍ମିଥଙ୍କୁ ଦଳରୁ ହଟାଇବ ରାଜସ୍ଥାନ ରୟାଲସ,ଦଳର ଅଧିନାୟକ ଦାୟିତ୍ୱ ନେବେ ଏହି ଭାରତୀୟ ଯୁବ ଖେଳାଳି,ଜାଣନ୍ତୁ କିଏ ହେବେ ନୂଆ ଅଧିନାୟକ ?

ଇଣ୍ଡିଆନ ପ୍ରିମିଅର ଲିଗର 14 ତମ ସିଜିନ ଏପ୍ରିଲ-ମେ ମାସରେ ଆରମ୍ଭ ହେବାକୁ ଯାଉଛି । ଏମିତିରେ ଜାନୁଆରୀ 20 ତାରିଖ ପୂର୍ବରୁ ବୋର୍ଡକୁ ସମସ୍ତ ଫ୍ରାଞ୍ଚାଇଜ ନିଜ ଦଳର ଖେଳାଳି ମାନଙ୍କ ଲିଷ୍ଟ ଦେବେ ଯାହାକୁ ସେ ରଖିବାକୁ ଚାହୁଁନାହାନ୍ତି । ଏହାମଧ୍ୟରେ ଖବର ଆସୁଛି କି, ରାଜସ୍ଥାନ ରୟାଲସ ନିଜର ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦଳରୁ କାଢ଼ିଦେବ ଓ ତାଙ୍କ ସ୍ଥାନରେ ଦଳର ଖେଳାଳି ସଞ୍ଜୁ ସାମସନଙ୍କୁ ଅଧିନାୟକ କରାଯିବ ।

ଇଣ୍ଡିଆନ ପ୍ରିମିଅର ଲିଗର 13 ତମ ସିଜିନରେ ରାଜସ୍ଥାନ ଦଳ ଷ୍ଟିଭ ସ୍ମିଥଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା କିନ୍ତୁ ଦଳର ପ୍ରଦର୍ଶନ ଠିକ ରହିନଥିଲା । ସେ ସମ୍ପୂର୍ଣ୍ଣ ସିଜିନରେ ମାତ୍ର 3 ଟି ଅର୍ଧଶତକ ହାସଲ କରିଥିଲେ ।

ରାଜସ୍ଥାନ ରୟାଲସ ଷ୍ଟିଭ ସ୍ମିଥଙ୍କୁ ବଲ ଟ୍ୟାମ୍ପରିଂ ମାମଲା ପରେ ପୁଣି ଅଧିନାୟକ ଦାୟିତ୍ୱ ଦେଇଥିଲା କିନ୍ତୁ ଦଳ ପ୍ଲେଅଫକୁ ଯିବାରେ ସକ୍ଷମ ହୋଇପାରିନଥିଲା ।

Google

ଟିମରେ ହେବ ପରିବର୍ତ୍ତନ :-

ରାଜସ୍ଥାନ ରୟାଲସ ଏହିଥର କୌଣସି ଭାରତୀୟକୁ ଅଧିନାୟକ ଦାୟିତ୍ୱ ଦେବ । ସଞ୍ଜୁ ସାମସନ ଦୀର୍ଘ ସମୟ ଧରି ରାଜସ୍ଥାନ ପାଇଁ ବହୁତ ଭଲ କରୁଛନ୍ତି । ସେଥିପାଇଁ ତାଙ୍କର ଅଧିନାୟକ ହେବା ସ୍ବାଭାବିକ ଅଟେ । ବର୍ତ୍ତମାନ ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେରଳ ପାଇଁ ଅଧିନାୟକ ପଦ ସମ୍ଭାଳିଛନ୍ତି ।

ରାଜସ୍ଥାନ ପାଖରେ ଜୋଶ ବଟଲର ଓ ବେନ ଷ୍ଟୋକ୍ସ ଭଳି ଖେଳାଳି ରହିଛନ୍ତି । ତଥାପି ରାଜସ୍ଥାନ ଦଳ ସଞ୍ଜୁଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛନ୍ତି ଓ ସେମାନେ ଖେଳାଳି ଭାବରେ ଦଳରେ ଖେଳିବେ ।

ରାଜସ୍ଥାନ ରୟାଳସ ଏହି ସିଜିନରେ ନିଜର ବୋଲିଂରେ ଜୋଫ୍ରା ଆର୍ଚ୍ଚର ଓ କାର୍ତ୍ତିକ ତ୍ୟାଗୀଙ୍କ ବ୍ୟତୀତ କୌଣସି ବୋଲର ଠାରୁ ଆଶାନୁରୂପ ରେଜଲ୍ଟ ପାଇନଥିଲା । ଜୟଦେବ ଉନାଦକତ ଓ ଅଙ୍କିତ ରାଜପୁତ ଦଳରୁ ବାଦ ପଡ଼ିପାରନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *