୧୩ ଜଣ କରୋନା ପଜିଟିଭ ଚିହ୍ନଟ ହେଲେ ହାଇସ୍କୁଲ ଛାତ୍ର ଛାତ୍ରୀ

କରୋନା ସଂକ୍ରମଣ ପିଛା ଛାଡୁ ନାହିଁ। ଝାରସୁଗୁଡ଼ା ସହରର ବୃନ୍ଦାବନ କଲୋନୀ ଇଲାକାରେ ଏକ ଆପାର୍ଟମେଣ୍ଟରେ ରହୁଥିବା ଏକ ବୈଷୟିକ ଶିକ୍ଷାନୁଷ୍ଠାନରୁ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କିନ୍ତୁ, ଗତକାଲି ଠାରୁ ଆଜି ମଧ୍ୟରେ ପିଲାମାନଙ୍କ ମଧ୍ୟରେ ଦେଖାଦେଇଛି କରୋନା ସଂକ୍ରମଣ। କରୋନା କଟକଣା ମଧ୍ୟରେ ସ୍କୁଲ ଚାଲିଥିବା ସମୟରେ ଲଇକେରା ବ୍ଲକର ୩ଟି ହାଇସ୍କୁଲରେ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସରକାରଙ୍କ ସ୍କୁଲ ଖୋଲିବ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠିଛି।

Google

ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନାପଣ୍ଡାଙ୍କ କହିବା ଅନୁସାରେ, ଲଇକେରାବ୍ଲକର ପାକେଲଖୋଲ ସ୍ଥିତ ହେମସାଗର ହାଇସ୍କୁଲରେ ୮ ଜଣ ଓ ସହସପୁରର ଜବ୍ ‌ଓରିଏଣ୍ଟେଡ୍‌ ହାଇସ୍କୁଲର ୯ ଜଣ ଛାତ୍ର ବୁଧବାର ଟେଷ୍ଟ ପରେ କରୋନା ‌ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଉଭୟ ସ୍କୁଲକୁ ସାନିଟାଇଜ୍ କରାଯିବା ପରେ ଅନ୍ୟ ସୁସ୍ଥ ପିଲା ମାନଙ୍କ ପାଠ ପଢ଼ିବା ସୁଯୋଗ ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଏବଂ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସାଲେଟିକ୍ରା ହାଇସ୍କୁଲର ୨ ଜଣ ଛାତ୍ରଛାତ୍ରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଘଟଣା ଜଣାପଡିଛି। କରୋନା ସଂକ୍ରମଣ ପାଇଁ ଦୀର୍ଘ ୯ ମାସ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା ଓ ପରେ ଗତ ୮ ତାରିଖରେ ଖୋଲିଥିଲା। ଦଶମ ଶ୍ରେଣୀର ପିଲାମାନଙ୍କୁ ସ୍କୁଲକୁ ଯିବାକୁ ଅନୁମତି ଦିଆଯାଇଛି। ଏବେ ସ୍କୁଲ ପିଲାଙ୍କ ପାଖରେ ସଂକ୍ରମଣ ଦେଖ ଯିବା ପରେ ପରିସ୍ଥିତି କିଭଳି ହେବ ସେନେଇ ପ୍ରଶ୍ନ ଉଠିଛି। କରୋନର ଦ୍ରୁତ ସଂକ୍ରମଣ ଯେପରି ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପ୍ରଭାବ ନକରିବା ପାଇଁ ବିଶେଷ ଧ୍ୟାନ ରଖାଯାଇଛି। ପିଲାମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା,ସାନିଟାଇଜର ବ୍ୟବହାର କରିବା ଭଳି ସତର୍କତା ଅବଲମ୍ବନ ପରେ କିପରି କରୋନା ସଂକ୍ରମଣ ଦେଖ ଦେଇଛି, ତାହା ଅଭିଭାବକ ମାନଙ୍କୁ ଚିନ୍ତାରେ ପକାଇଦେଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *