ସରକାରଙ୍କ ଦ୍ବାରା ଘୋଷିତ କରାଗଲା ଭ୍ୟାକ୍ସିନର ମୂଲ୍ୟ | ବିଭିନ୍ନ କମ୍ପାନୀ ଗୁଡିକର କରୋନା ଭ୍ୟାକ୍ସିନର ମୂଲ୍ୟ ଜାଣନ୍ତୁ ।

କରୋନା ଭାଇରସ ଆଗ ଅପେକ୍ଷା ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି । ତଥାପି ବିଭିନ୍ନ ଦେଶ ଗୁଡିକ ଏହାଉପରେ ଆକ୍ରମଣ କରିବାପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିସାରିଛନ୍ତି । ଭାରତ ମଧ୍ୟ ନିଜ ପାଖରେ ଦୁଇଟି ମେଡିସିନ ମହଜୁଦ କରିଛି । ଏଥିସହ ରୁଷ ଓ ଚୀନର ଭ୍ୟାକ୍ସିନ ମଧ୍ୟ ଅର୍ଡର ଦିଆଯାଇଛି । ଯାହାର ମୂଲ୍ୟ ସରକାର ମଙ୍ଗଳବାର ଦିନ ପ୍ରେସ କନ୍ଫରେନ୍ସରେ ଦେଇଥିଲେ ।

ସରକାରଙ୍କ ଆଡୁ କୁହାଯାଇଛି କି, ସିରମ ଇନଷ୍ଟିଚ୍ୟୁଟରୁ 110 ଲକ୍ଷ ଡୋଜ ଭ୍ୟାକ୍ସିନ ଅର୍ଡର କରାଯାଇଛି । ଏହାର ମୂଲ୍ୟ 200 ଟଙ୍କା ପ୍ରତି ଡୋଜ( ଟ୍ୟାକ୍ସ କୁ ଛାଡି) ହେବ । ଭାରତ ବାୟୋଟେକର କୋଭ୍ୟାକ୍ସିନର 38 ଲକ୍ଷ ଡୋଜ ଅର୍ଡର ଦିଆଯାଇଛି । ଏଥିରୁ 12 ଲକ୍ଷ ଡୋଜ ଭାରତ ସରକାରଙ୍କୁ ମାଗଣା ଦିଆଯିବ। ଏମିତିରେ ଭ୍ୟାକ୍ସିନର ହାରାହାରି ମୂଲ୍ୟ 206 ଟଙ୍କା ପ୍ରତି ଡୋଜ ହେବ ।

Google

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି କି, ଫାଇଜର ଓ ବାୟୋଏନଟେକର ଗୋଟିଏ ପାନ ମେଡିସିନର ଦାମ 1431 ଟଙ୍କା ହେବ । ମଡ଼ରନାର ଏକ ଭ୍ୟାକ୍ସିନର ମୂଲ୍ୟ 2348 ରୁ 2715 ମଧ୍ୟରେ ହେବ । ଚୀନ ଭ୍ୟାକ୍ସିନର ଗୋଟିଏ ପାନ 5600 ଟଙ୍କା ହେବ । ଯେବେକି ଭାରତୀୟ କୋଭିସିଲଡ଼ ଭ୍ୟାକ୍ସିନ 200 ଟଙ୍କା ପ୍ରତି ପାନ ହେବ । ଆପଣଙ୍କୁ ଜଣାଇଦିଆଯାଉଛି କି, ଏହି ମୂଲ୍ୟ ସରକାରଙ୍କ ପାଇଁ ଅଟେ, ସରକାର ଏହି ମୂଲ୍ୟରେ କମ୍ପାନୀ ଠାରୁ କିଣିଛନ୍ତି ।

Google

ଦେଶରେ କୋଭ୍ୟାକ୍ସିନ ଓ କୋଭିସିଲଡ଼ର ଉପଯୋଗ ଜାନୁଆରୀ 16 ତାରିଖରୁ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଚ୍ଚିବ ରାଜେଶ ଭୂଷଣଙ୍କ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦୁନିଆର ସବୁଠାରୁ ବଡ଼ ଟୀକାକରଣ ଅଭିଯାନ ବୋଲି କହିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *