ସାମୁଦ୍ରିକ ଜୀବର ପିଠି ଉପରେ ଟ୍ରମ୍ପଙ୍କ ନାମ,ଆସାମୀଙ୍କୁ ଧରାଇ ଦେଲେ ମିଳିବ ୩ ଲକ୍ଷ ଟଙ୍କା ପୁରସ୍କାର,ଜାଣନ୍ତୁ ପୁରା ମାମଲା

ଆମେରିକାର ଫ୍ଲୋରିଡା ସହରରେ ଏକ ସାମୁଦ୍ରିକ ପ୍ରାଣୀର ପିଠି ଉପରେ ଟ୍ରମ୍ପ ଲେଖାଯାଇଥିବାର ଦେଖିବାକୁ ମିଳିଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ଆମେରିକାର ଫିସ ଆଣ୍ଡ ୱାଇଲଡଲାଇଫ ସର୍ଭିସ ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି | ଆମେରିକାର ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ, ଏହି ସାମୁଦ୍ରିକ ଜୀବ ଅତ୍ୟନ୍ତ ବିରଳ ପ୍ରଜାତିର ଅଟେ |

Google

ସିଟ୍ରସ କାଉଣ୍ଟି କ୍ରୋନିକଲ ଏହି ମାମଲାରେ ଏକ ଭିଡିଓ ଅପଲୋଡ କରିଛି | ଏହି ଭିଡିଓରେ ଏହି ସାମୁଦ୍ରିକ ଜୀବକୁ ସ୍ଲୋ ମୋସନରେ ବୁଲୁଥିବାର ଦେଖାଯାଇ ପାରିବ | ଏହି ବିଶାଳକାୟ ଜୀବର ପିଠି ଉପରେ ବଡ ଅକ୍ଷରରେ ଟ୍ରମ୍ପ ଲେଖାଯାଇଥିବା ମଧ୍ୟ ଦେଖିପାରିବେ | ତେବେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ଯେ ପ୍ରକୃତରେ କିପରି ଲେଖାଯାଇଥିଲା | ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି |

ଏହି ମାମଲାରେ ଏରିଜୋନା ବେଷ୍ଟ ସେଣ୍ଟର ଫର ବାୟୋଲୋଜିକାଲ ଡାଇଭରସିଟି କହିଛି ଯେ ସେମାନେ ଏହି ମାମଲାରେ ସଠିକ ସୂଚନା ଦେବା ଲୋକକୁ ୫୦୦୦ ହଜାର ଡଲାର ଅର୍ଥାତ ପ୍ରାୟ ୩ ଲକ୍ଷ ଟଙ୍କା ପୁରସ୍କାର ଦେବେ | ଏହି ସାମୁଦ୍ରିକ ଜୀବ ଅଧିକାଂଶ ଶାକାହାରୀ ଅଟନ୍ତି ଏବଂ ନିଜର ବିଶାଳକାୟ ଶରୀର ଏବଂ ଶାନ୍ତ ପ୍ରକୃତି କାରଣରୁ ତାକୁ ସାମୁଦ୍ରିକ ଗାଈ ମଧ୍ୟ କୁହାଯାଇଥାଏ |

ଆମେରିକାର ଫିସ ଆଣ୍ଡ ୱାଇଲଡଲାଇଫ ସର୍ଭିସର ମୁଖ୍ୟ କହିଛନ୍ତି ଯେ ଏହି ମାମଲାରେ ସାମୁଦ୍ରିକ ଜୀବକୁ କୌଣସି ପ୍ରକାରର ଆଘାତ ଲାଗିନାହିଁ | ଆମେରିକା ସରକାର ଏହି ପଶୁମାନଙ୍କ ସୁରକ୍ଷାକୁ ନେଇ ବହୁତ ଆକ୍ଟିଭ | ଗତ ଅନେକ ବର୍ଷ ମଧ୍ୟରେ ଏହି ପଶୁମାନଙ୍କର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମଧ୍ୟ ମିଳୁଛି | ୧୯୯୧ମସିହାରେ ଫ୍ଲୋରିଡାରେ ଏହି ସାମୁଦ୍ରିକ ଜୀବଙ୍କ ସଂଖ୍ୟା ୧୨୬୭ ଥିଲା, ଯାହା ବର୍ତ୍ତମାନ ବୃଦ୍ଧିପାଇ ୬୩୦୦ ହୋଇସାରିଛି |

ବାସ୍ତବରେ ଏହା ପ୍ରଥମଥର ନୁହେଁ ଯେ ଯେବେକି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଏକ ପଶୁ ଶରୀରରେ ଲେଖିବାକୁ ଚେଷ୍ଟା କରାଯାଇଛି | ଏହାପୂର୍ବରୁ ମଧ୍ୟ ନର୍ଥ କାରୋଲିନାରେ ଗତ ବର୍ଷ ଟ୍ରମ୍ପ ୨୦୨୦ ନାମକ ଏକ ଷ୍ଟିକର ଏକ ଭାଲୁ ଶରୀରରେ ଲଗାଇ ଦିଆଯାଇଥିଲା | ଏହି ଘଟଣା ସାମ୍ନାକୁ ଆସିବା ପରେ ପରିବେଶ ବିଶେଷଜ୍ଞମାନେ ଏହି ଘଟଣାକୁ ବହୁତ ନିନ୍ଦା କରିଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *