ବ୍ରିସବେନ ହୋଟେଲରେ ଭାରତୀୟ ଦଳ ପାଇଁ ଲାଗିଲା ବ୍ୟାନ,ନିଜ ରୁମ ଟୟଲେଟ ସଫା କରୁଛନ୍ତି ଖେଳାଳି,ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ଚତୁର୍ଥୀ ତଥା ଅନ୍ତିମ ଟେଷ୍ଟ ପାଇଁ ଭାରତୀୟ ଦଳ ବ୍ରିସବେନ ପହଞ୍ଚିଯାଇଛି । ଏଠାରେ ଦଳ ଉପରେ ବ୍ୟାନ ଲାଗିଛି ଓ ହୋଟେଲରେ କେତେକ ସାରା ସୁବିଧା ମଧ୍ୟ ଖେଳାଳିଙ୍କୁ ମିଳୁନାହିଁ । ଭାରତୀୟ ଟିମ ଯେଉଁ ହୋଟେଲରେ ରହିଛି, ସେଠାରେ ଖେଳାଳି ହାଉସକିପିଂ ବ୍ୟତୀତ ସ୍ୱିମିଙ୍ଗ ପୁଲ ବ୍ୟବହାର କରିପାରିବ ନାହିଁ । କୁହାଯାଉଛି କୋଭିଡ-19 ଟ୍ରାନ୍ସମିସନ କମ୍ୟୁନିଟିକୁ ରୋକିବାପାଇଁ ଏମିତି କରାଯାଉଛି। କାରଣ ବ୍ରିସବେନ ପ୍ରଥମରୁ ହିଁ ହଟସ୍ପଟ ଏରିଆ ଘୋଷିତ କରାଯାଉଛି ।

Google

କରୋନା ମହାମାରୀ ବଢ଼ୁଥିବାରୁ ଏବଂ ନ୍ୟୁସାଉଥ ୱେଲସରେ ସୀମାରେ ଲକଡାଉନ କାରଣରୁ କଡା ନିୟମ ଲାଗିଛି । ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବର୍ତ୍ତମାନ 1-1 ବରାବର ହୋଇଯାଇଛି । ସିରିଜର ଅନ୍ତିମ ମ୍ୟାଚ ବ୍ରିସବେନର ଗାବା ଠାରେ ଖେଳାଯିବ ।

ରିପୋର୍ଟ ମୁତାବିକ, ବିସିସିଆଇର ଏକ ଅଧ୍ୟକ୍ଷ କହିଛନ୍ତି, ଭାରତୀୟ ଦଳ ମଙ୍ଗଳବାର ଅପରାହ୍ନରେ ବ୍ରିସବେନରେ ପହଞ୍ଚିଥିଲା ଓ ଖେଳାଳି ମାନଙ୍କୁ ରୁମ ସର୍ଭିସ, ସିକ୍ୟୁରିଟି ଓ ସ୍ୱିମିଙ୍ଗ ପୁଲ ବ୍ୟବହାର କରିବାର ସେବା ଦିଆଯାଇନାହିଁ । ଅଧିକାରୀ କହିଛନ୍ତି, ବିସିସିଆଇ ଏହି ମାମଲାରେ ସିଏ ସହିତ ଆଲୋଚନା କରୁଛନ୍ତି ଓ ବହୁତ ଜଲଦି ଏହାର ସମାଧାନ ହୋଇଯିବ ।

Google

ଏକ ଅନ୍ୟ ରିପୋର୍ଟ ମୁତାବିକ, ଭରତୀୟ ଦଳର ଖେଳାଳି ମାନଙ୍କୁ ହୋଟେଲ ରୁମରେ ବନ୍ଦ କରାଯାଇଛି । ସେମାନେ ନିଜ ନିଜର ବେଡ଼ ମଧ୍ୟ ସଫା କରୁଛନ୍ତି ଓ ଟୟଲେଟ ମଧ୍ୟ ସଫା କରୁଛନ୍ତି । ହୋଟେଲର ସବୁ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ପଡିଛି । ଖେଳାଳି ମାନେ ଭାରତୀୟ ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କରୁଛନ୍ତି ।

କୁହାଯାଉଛି ହୋଟେଲ ସମ୍ପୂର୍ଣ୍ଣ ଭାବରେ ଖାଲି ଅଛି ଓ ଖେଳାଳି ମାନଙ୍କୁ ଜିମ ଭଳି ସୁବିଧାରୁ ବଞ୍ଚିତ କରାଯାଇଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *