ଆଜି ଭୁବନେଶ୍ୱରରେ ପହଞ୍ଚିବ କରୋନା ଟିକା

୧୬ ତାରିଖରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ କରାଯାଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ତିକ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରାୟ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ପୁଣେରୁ ଆସୁଛି।

Google

ଆଜି ଭୋର ୫ଟା ସମୟରେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ସ୍ଵତନ୍ତ୍ର ଉତ୍ତାପ ନିୟନ୍ତ୍ରିତ ଟ୍ରକରେ ଟିକା ଏୟାରପୋର୍ଟକୁ ପଠାଯାଇଛି। ସେଠାରୁ ଟିକାଥିବା ସ୍ଵତନ୍ତ୍ର କଣ୍ଟେନର ମାଧ୍ୟମରେ ଦେଶର ବିଭିନ୍ନ ସହରକୁ ପଠାଯାଇଛି। ଆଜି ପଠାଯାଇଥିବା ସହର ମଧ୍ୟରେ ଭୁବନେଶ୍ୱର,ଦିଲ୍ଲୀ,ଅହମଦାବାଦ,କୋଲକାତା, ଚେନ୍ନାଇ, ବାଙ୍ଗାଲୁରୁ, କର୍ନାଲ, ହାଇଦ୍ରାବାଦ, ବିଜୟଓ୍ବାଡ଼ା, ଗୁଆହାଟୀ,ଲକ୍ଷ୍ନୌ ଓ ଚଣ୍ଡିଗଡ଼ ରହିଛି। ଏୟାରଇଣ୍ଡିଆ କାର୍ଗୋ ବିମାନ ଯୋଗେ ଏହିସବୁ ଟିକା ପଠାଯାଇଛି। ପୁଣେରୁ ମୁମ୍ଭାଇକୁ ଯିବାକୁ ଥିବା ଟିକା ସଡ଼କ ପଥରେ ପଠାଯିବ। କୁଲ-ଏକ୍ସ କୋଲ୍ଡ ଚେନ ଲିଃର ସ୍ବତନ୍ତ୍ର ଟ୍ରକ ସାହାଯ୍ୟରେ ଏହିସବୁ ଟିକା ପଠାଯିବ।

Google

ସୂଚନା ଅନୁସାରେ, ପୁନେ ଏୟାରପୋର୍ଟରୁ ସ୍ପାଇଶ ବିମାନ ଦ୍ଵାରା ଭୁବନେଶ୍ୱରକୁ ଟିକା ଆସିବ। ଏହି ଟିକା ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *