Aus vs Ind: ରୋହିତ ଶର୍ମା ସେୟାର କଲେ ଋଷଭ ପନ୍ତଙ୍କ ହୋଟେଲ ରୁମର ଏମିତି ଏକ ଫୋଟୋ, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ସିରିଜ ଚାଲୁଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା ଯାହାକି ଡ୍ର ରେ ସମାପ୍ତ ହୋଇଥିଲା । ପନ୍ତ କ୍ରିଜରେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଲାଗୁଥିଲା ଭାରତୀୟ ଦଳ ବହୁତ ସହଜରେ ଏହି ମ୍ୟାଚକୁ ଜିତିଯିବ କିନ୍ତୁ ପନ୍ତ 118 ବଲରେ 97 ରନ କରି ଆଉଟ ହୋଇଯାଇଥିଲେ । ପନ୍ତ ଏହି ପାଳିରେ 12 ଚୌକା ଓ 3 ଛକା ମାରିଥିଲେ । ସିଡନୀ ଟେଷ୍ଟ ପରେ ରୋହିତ ଶର୍ମା ପନ୍ତଙ୍କ ହୋଟେଲ ରୁମର ଏକ ଭିଡ଼ିଓ ଶେୟର କରିଥିଲେ ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ ଅଟକାଇ ପାରିବେନାହିଁ।

Google

ରୋହିତ ଶର୍ମା ପନ୍ତଙ୍କ ରୁମର ଏକ ଫୋଟୋ ଶେୟର କରି ଲେଖିଥିଲେ, “ମହାନ ଋଷଭ ପନ୍ତଙ୍କ ରୁମ” । ଏହି ଫୋଟୋରେ ପନ୍ତଙ୍କ ବ୍ୟତୀତ ଶୁଭମାନ ଗିଲ ମଧ୍ୟ ନଜର ଆସିଥିଲେ । ପନ୍ତଙ୍କ ରୁମରେ ପ୍ରତେକ ଜିନିଷ ଏପଟ ସେପଟ ହୋଇ ପଡିଛି । ଏହି ଫୋଟୋକୁ ସୋସିଆଲ ମିଡିଆରେ ବହୁତ ଶେୟର କରାଯାଇଛି ।

ମ୍ୟାଚ କଥା କହିବାକୁ ଗଲେ, ଭରତୀୟ ଦଳ ସିଡନୀ ଟେଷ୍ଟ ଡ୍ରରେ ଶେଷ କରିଦେଇଛି । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରି 338 ରନ କରିଥିଲା । ଷ୍ଟିଭ ସ୍ମିଥ 131 ରନ କରିଥିବା ବେଳେ ମାର୍ଣ୍ଣସ ଲାବୁସେନ 91 ରନ କରିଥିଲେ । ଜବାବରେ ଟିମ ଇଣ୍ଡିଆ ପ୍ରଥମ ପାଳିରେ 244 ରନ କରିଥିଲା। ପୂଜାରା ଓ ଶୁବମାନ ଗିଲ ଅର୍ଧଶତକ ମାରିଥିଲେ । ଦ୍ବିତୀୟ ପାଳିରେ ଅଷ୍ଟ୍ରେଲିଆ 312 ରନ କରି ପାଳି ଘୋଷିତ କରିଥିଲା । ଜବାବରେ ଭାରତ 5 ଉଇକେଟରେ 334 ରନ କରିଥିଲା । ରୋହିତ ଶର୍ମା ଏହି ପାଳିରେ 52, ପୂଜାରା 77 ଓ ପନ୍ତ 97 ରନ କରିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *