ଦେଖନ୍ତୁ ଭିଡ଼ିଓ : ପନ୍ତଙ୍କ ବ୍ୟାଟିଂ ସହି ନପାରି ଖଳ-ନାୟକ ସାଜିଲେ ସ୍ମିଥ,ଆଉ ଘଟାଇଲେ ଏମିତି କାଣ୍ଡ,ଜାଣନ୍ତୁ ପୁରା ଘଟଣା

ଭାରତ ଟିମର ପେସ ବୋଲର ମହମ୍ମଦ ସିରାଜଙ୍କ ଉପରେ ଜତିଆଣ ଘଟଣା ଶାନ୍ତ ପଡିନଥିବା ସମୟରେ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଖେଳାଳି ଆଉ ଏକ ହୀନ କାର୍ଯ୍ୟ କରି ଟିମ ଇଣ୍ଡିଆକୁ ସମସ୍ୟାରେ ପକାଇଦେଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ସ୍ମିଥ ଇଣ୍ଡିଆ ଦଳର ବ୍ୟାଟିଂ ଚାଲୁଥିବା ସମୟରେ କ୍ରିଜ୍ ଉପରେ ଗାର୍ଡ ମାର୍କକୁ ଲିଭାଉଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଓ ଚେତେଶ୍ୱର୍ ପୂଜାରା ଅଷ୍ଟ୍ରେଲିଆ ଦଳର ବୋଲରଙ୍କ ବୋଲିଂକୁ ଉଚିତ୍ ଶିକ୍ଷା ଦେଇଥିଲେ। ପନ୍ତ ଦିନିକିଆ କ୍ରିକେଟ ଭଳି ବ୍ୟାଟିଂ କରିଥିଲେ। ପନ୍ତଙ୍କ ଏହିପରି ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବାର ଦେଖି ସହ୍ୟ କରିପାରିନଥିଲେ ସ୍ମିଥ। ପନ୍ତଙ୍କ ଧ୍ୟାନ ଭାଙ୍ଗିବା ପାଇଁ ସ୍ମିଥ ଏହି ପ୍ରକାର ହୀନ କାମ କରିଛନ୍ତି। ଯାହା କ୍ୟାମେରାରେ କଏଦ ହୋଇଯାଇଥିଲା। ପଞ୍ଚମ ଦିନର ଡ୍ରିଙ୍କସ୍ ସମୟରେ ସ୍ମିଥ କ୍ରିଜ୍ ଉପରକୁ ଚାଲିଆସି ବ୍ୟାଟ୍ସମ୍ୟାନ୍ ମାର୍କ ନେଉଥିବା ସ୍ଥାନକୁ ନିଜ ଜୋତା ସାହାଯ୍ୟରେ ଲିଭାଇବା ପାଇଁ ପ୍ରୟାସ କରିଥିଲେ। ପନ୍ତ ବ୍ୟାଟିଂ କରିବା ପାଇଁ ଆସିଥିଲେ,ସେ ଅମ୍ପାୟାରଙ୍କୁ ପଚାରି ପୁଣିଥରେ ଗାର୍ଡ ମାର୍କ ନେଇଥିଲେ।

ସ୍ମିଥଙ୍କ ଏହିପରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିନ୍ତୁ, ଭିଡିଓରେ ଖେଳାଳିଙ୍କ ମୁହଁ ଦେଖାଯାଉନଥିଲା। ଯେଉଁ ଖେଳାଳି ଜୋତାରେ କ୍ରିଜରେ ଥିବା ମାର୍କକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଜର୍ସି ନମ୍ବର ୪୯ଲେଖାଯାଇଥିବା ସ୍ପଷ୍ଟ ଭାବରେ ଦେଖାଯାଉଥିଲା।ଯାହା, ସ୍ମିଥଙ୍କର ବୋଲି ଜଣାପଡିଚି।

ଏହିପରି ହୀନ ମାନର କାମ ସ୍ମିଥ ପ୍ରଥମ ଥର ପାଇଁ କରିନାହାନ୍ତି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚ୍ ଖେଳୁଥିବା ସମୟରେ ବଲ୍ ଟାମ୍ପରିଂ କରି କ୍ରିକେଟରୁ ବାଛନ୍ଦ କରାଯାଇଥିଲା।ସ୍ମିଥଙ୍କ ସହିତ ଡେଭିଡ ୱାର୍ଣ୍ଣର ଓ କାମରେନ୍ ବ୍ୟାନକ୍ରଫ୍ଟ ମଧ୍ୟ ଏହି ଟାମ୍ପରିଂ ଅଭିଯୋଗରେ ସମସ୍ତଙ୍କୁ କ୍ରିକେଟ ଖେଳରୁ ବ୍ୟାନ କରାଯାଇଛି।

Leave a Reply

Your email address will not be published. Required fields are marked *