ଇଣ୍ଡୋନେସିଆ ବିମାନଟି ପାଣିରେ ପିଟିହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଛି, ସୂଚନା ଦେଲେ ମୁଖ୍ୟ ତ-ଦ-ନ୍ତ-କା-ରୀ

ଶନିବାର ଦିନ ୬୨ ଜଣ ଲୋକଙ୍କୁ ନେଇ ଉଡାଣ ଆରମ୍ଭ କରିଥିବା ଶ୍ରୀଓ୍ଵିଜୟ ଏୟାର୍‌ପ୍ଲେନଟି କାରଣ ବସତଃ ପାଣିରେ ପିଟି ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଥିବା କଥା ସୋମବାର ଦିନ ସୂଚନା ଦେଇଛନ୍ତି, ଇଣ୍ଡୋନେସିଆ ନ୍ୟାସ୍‌ନାଲ୍‌ ଟ୍ରାନ୍‌ସ୍‌ପୋର୍ଟେସନ୍ ସେଫଟି କମିଟିର ମୁଖ୍ୟ ସୋଏର୍‌ଜାନ୍ତୋ ଜାଜୋନୋ।

ଜାଜୋନୋ କହିଛନ୍ତି, ପାଣିରେ ମାଡ଼ ହେବା ସମୟରେ ହୋଇପାରେ ବିମାନଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଆକାଶରେ ବିମାନଟି ବୋଧହୁଏ ବି-ସ୍ଫୋ-ରି-ତ ନହୋଇ ଖରାପ ହୋଇଯାଇଥିଲା।

Google

ବିମାନର ଭଗ୍ନାଂଶରେ ଅଧିକାଂଶ ଛୋଟ ଛୋଟ ଟୁକୁରା ଦେଖିବାକୁ ମିଳିଥିଲା। ଆଉ ସେ ସବୁ ଦୂରକୁ ଦୂର ବିଛାଡି ହୋଇ ପଡିଥିଲା। ଭଙ୍ଗାରୁଜା ଟୁକୁରା ସବୁ ଗୋଟିଏ ସ୍ଥାନରୁ ମିଳିଛି।

ଏହି ବୋଇଙ୍ଗ ୭୩୭-୫୦୦ ବିମାନଟି ଶନିବାର ଅପରାହ୍ନରେ ରାଜଧାନୀ ଜାକର୍ତାରୁ ପଶ୍ଚିମ କାଲିମତନ ପ୍ରଦେଶ ଅନ୍ତର୍ଗତ ପୋନ୍ଟିଆନକ୍ ସହର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଜାକର୍ତାର ଉତ୍ତର ପଟେ ଥିବା ସେରିବୁ ଜିଲ୍ଲା ଅନ୍ତର୍ଗତ ଜାଭା ସାଗରରେ ଖସିପଡ଼ିଥିଲା।

Google

ଏହି ଦୁ-ର୍ଘ-ଟ-ଣା-ରେ ୭ ଜଣ ପିଲା ଏବଂ ୩ଜଣ କୋଳଛୁଆ ସମେତ ୫୦ଜଣ ଯାତ୍ରୀ ଓ ୧୨ଜଣ ବିମାନ ସେବାକାରୀ ଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *