ଅନଲାଇନ କ୍ୟାବ କମ୍ପାନୀ ଭାଙ୍ଗିଲେ କରୋନା ନିୟମ, ୩୮ ଲକ୍ଷ ଟଙ୍କା ଜୋରିମାନା,ଜାଣନ୍ତୁ ପୁରା ଖବର

କରୋନା ଭାଇରସକୁ ନେଇ ଦୁନିଆର ସମସ୍ତ ଦେଶ ନୁଆଁ ନୁଆଁ ନିୟମ ଏବଂ ଆଇନ ପ୍ରସ୍ତୁତ କରୁଛନ୍ତି | କରୋନା ସହ ଜଡିତ ଏକ ଏପରି ନିୟମକୁ ଭାଙ୍ଗିବା ପରେ ଚୀନରେ ଅନଲାଇନ କ୍ୟାବ ପ୍ରୋଭାଇଡର କମ୍ପାନୀକୁ ଯେଉଁ ଦଣ୍ଡର ସମ୍ମୁଖୀନ ହେବାକୁ ପଡିଥିଲା, ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଚୀନରେ ଲୋକଙ୍କୁ ଅନଲାଇନ କ୍ୟାବ ଯୋଗାଉଥିବା କମ୍ପାନୀ Didi Chuxing ଉପରେ ବେଜିଂ ନଗର ଟ୍ରାନ୍ସପୋର୍ଟ କମିଶନ ଭାରି ରକମର ଜୋରିମାନା ଲଗାଇଛନ୍ତି | କରୋନା ଭାଇରସକୁ ରୋକିବା ପାଇଁ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନକରିବାରୁ କମ୍ପାନୀଠାରୁ ୩୪୦,୦୦୦ ୟୁଆନ ବା ପ୍ରାୟ ୩୮ ଲକ୍ଷ ୫୨ ହଜାର ୮୩୬ ଟଙ୍କା ଜରିମାନା ହୋଇଛି |

Google

ଆୟୋଗ ତରଫରୁ କୁହାଯାଇଛି ଯେ ଏହି କ୍ୟାବ କମ୍ପାନୀର ଡ୍ରାଇଭରମାନେ କାରରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଏବଂ ମାସ୍କ ବିନା ଯାତ୍ରୀମାନଙ୍କୁ କାରରେ ବସିବାକୁ ଅନୁମତି ଦେଇଛନ୍ତି, ଯେଉଁ କାରଣରୁ ତାଙ୍କ ଉପରେ ଜରିମାନା ଲଗାଯାଇଛି |

କୁହାଯାଉଛି ଯେ ଆୟୋଗ ତରଫରୁ ଏହି କ୍ୟାବ କମ୍ପାନୀ ଉପରେ ସେତେବେଳେ ଜୋରିମାନା ଲଗାଯାଇଥିଲା, ଯେତେବେଳେ କମ୍ପାନୀର ଅନେକ ଡ୍ରାଇଭର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବାର ଦେଖାଯାଇଥିଲେ | ଜଣେ ଅଧିକାରୀ କହିଛନ୍ତି ଯେ ଆଇନ ଶୃଙ୍ଖଳା ଅଧିକାରୀମାନେ କ୍ୟାବ କମ୍ପାନୀର ଡ୍ରାଇଭରମାନଙ୍କୁ ମଧ୍ୟ କଠୋର ଦଣ୍ଡ ଦେବେ |

କୁହାଯାଉଛି ଯେ Didi Chuxing ହେଉଛି ଚୀନର ସବୁଠୁ ବଡ କ୍ୟାବ କମ୍ପାନୀ ମଧ୍ୟରୁ ଗୋଟିଏ ଏବଂ ଏହାର ଗ୍ରାହକଙ୍କ ସଂଖ୍ୟା ୫୫ କୋଟି | ଏହାସହିତ କମ୍ପାନୀରେ ଲକ୍ଷ ଲକ୍ଷ ଡ୍ରାଇଭର କାମ କରୁଛନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *