UIDAI କଲା ସତର୍କ : ଭୁଲରେ ବି ଆଧାର କାର୍ଡକୁ ନେଇ ସୋସିଆଲ ମିଡିଆରେ କରନ୍ତୁ ନାହିଁ ଏହି କାମ,ଜାଣନ୍ତୁ କେଉଁ କାମ ନକରିବାକୁ ସତର୍କ କରାଇଲା UIDAI

ଆଧାର କାର୍ଡ ଆମ ଜୀବନରେ ବହୁତ ଗୁରୁତ୍ୱ ଦେବାରେ ଲାଗିଲାଣି | ଏହି ୧୨ ନମ୍ବର କାର୍ଡକୁ ଜଣେ ବ୍ୟକ୍ତିର ପରିଚୟ ଭାବରେ ଦେଖାଯାଏ | କିନ୍ତୁ ଆଧାର କାର୍ଡକୁ ନେଇ ଲୋକମାନେ ଅନେକଥର ଏକ ବଡ ଭୁଲ କରିଦିଅନ୍ତି, ଯେଉଁଥିପାଇଁ ସେମାନେ ଫସି ଯାଆନ୍ତି | ବର୍ତ୍ତମାନ ଆଧାର କାର୍ଡର ବ୍ୟବହାର ବ୍ୟକ୍ତିଗତ ଭାବରେ ଆର୍ଥିକ ଉଦ୍ଦେଶ୍ୟରେ ମଧ୍ୟ କରାଯାଉଛି |

ବ୍ୟାଙ୍କରୁ ନେଇ ଆୟକର ରିଟର୍ଣ୍ଣ ଦାଖଲ ପର୍ଯ୍ୟନ୍ତ ଆଧାର କାର୍ଡ ରହିବା ଆବଶ୍ୟକ ଅଟେ | ଏହି କାରଣରୁ ଆଧାର ସହ ଜଡିତ ଅନେକ ଠକେଇ ଏବଂ ଜାଲିଆତି ମାମଲା ସାମ୍ନାକୁ ଆସୁଛି | ତେବେ ଏହି ଠକେଇ ଏବଂ ଜାଲିଆତି ଠାରୁ ବଞ୍ଚିବାକୁ ଚାହୁଁଥିଲେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (UIDAI) ନିଜ ଗ୍ରାହକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି |

Google

UIDAI ନିଜର ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କହିଛି ଯେ ଲୋକମାନେ ନିଜ ଆଧାର କାର୍ଡର ସୂଚନା ସୋସିଆଲ ମିଡିଆରେ ସେୟାର କରିବା ଉଚିତ ନୁହେଁ | ଆଧାର ହେଉଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରୁ ଗୋଟିଏ, ତେଣୁ ଏହାକୁ ସୋସିଆଲ ମିଡିଆ ପରି ସର୍ବସାଧାରଣ ସ୍ଥାନରେ ସେୟାର କରିବା ଉଚିତ ନୁହେଁ |

ଏଜେନ୍ସି କହିଛି ଯେ ଲୋକମାନେ ଆଧାର କାର୍ଡ ସହିତ ଜଡିତ ନିଜ ତଥ୍ୟାବଳୀ ସୋସିଆଲ ମିଡିଆରେ ସେୟାର କରିବା ଉଚିତ ନୁହେଁ | ସେହିପରି, ଆଧାର ସହ ଜଡିତ ସମସ୍ୟା ପାଇଁ ୟୁଜର୍ସ ଏଜେନ୍ସିର ବ୍ୟକ୍ତିଗତ ଇନବକ୍ସରେ ହିଁ ମେସେଜ କରନ୍ତୁ | UIDAI କହିଛି ଯେ ଯଦି ଆଧାର କାର୍ଡରୁ କୌଣସି ସେବା ଉପଲବ୍ଧ ଥାଏ, ତେବେ ଏହାର ଭେରିଫିକେସନ ପାଇଁ ପ୍ରଥମେ ମୋବାଇଲ ଫୋନକୁ OTP ପଠାଯାଇଥାଏ |

ସେଥିପାଇଁ ଆଧାର କାର୍ଡକୁ ମୋବାଇଲ ଫୋନ ସହିତ ନିଶ୍ଚିତ ଭାବେ ଲିଙ୍କ କରନ୍ତୁ | ଏଥିପାଇଁ ଆପଣଙ୍କୁ ନିକଟତମ ଆଧାର କେନ୍ଦ୍ରକୁ ଯିବାକୁ ପଡିବ | ସେଠାକୁ ଯାଇ ୟୁଜର୍ସ ନିଜର ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଅପଡେଟ କରିପାରିବେ | ଏହା ବ୍ୟତୀତ ଆପଣ ଘରେ ବସି ହିଁ ନିଜ ଆଧାର କାର୍ଡରେ ଜନ୍ମ ତାରିଖ ଏବଂ ଠିକଣାକୁ ଅପଡେଟ କରିପାରିବେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *