ଭାରତୀୟ ଦଳକୁ ଶକ୍ତ ଝଟକା,ପଡିଆକୁ ଆସିବେନି ଆଉ ଏହି ଦୁଇ ଷ୍ଟାର ଖେଳାଳୀ

ଟିମ ଇଣ୍ଡିଆକୁ ତୃତୀୟ ଟେଷ୍ଟର ବଡ଼ ଝଟକା। ଦଳର ଦୁଇ ମୁଖ୍ୟ ସଦସ୍ୟ ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ମ୍ୟାଚରେ ଆହତ ହୋଇଛନ୍ତି। ବ୍ୟାଟିଂ କରିବା ସମୟରେ ପ୍ରଥମେ ପନ୍ତଙ୍କ କହୁଣିରେ ବଲ୍ ମାଡ଼ ହୋଇଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇ ତାଙ୍କୁ ସ୍କାନ କରାଯାଇଥିଲା। ସେହିପରି ଜାଡେଜା ବ୍ୟାଟିଂ କରୁଥିବା ବେଳେ ତାଙ୍କ ବାମ ହାତର ଆଙ୍ଗୁଳିରେ ବଲ୍ ବାଜିଥିଲା। ଏହି କାରଣ ପାଇଁ ଜାଡେଜା ଓ ପନ୍ତ ଅଷ୍ଟ୍ରେଲିଆର ଦ୍ଵିତୀୟ ଇନିଂସରେ ପଡିଆକୁ ଆସିନଥିଲେ। ବିସିସିଆଇ କହିବା ଅନୁସାରେ, ଉଭୟଙ୍କର ଆଘାତ ହୋଇଥିବା ସ୍ଥାନକୁ ସ୍କାନ କରାଯାଇଛି।

Google

ଆଜି ପନ୍ତ ପଡିଆକୁ ନଆସିବାରୁ ରିଦ୍ଧିମାନ ସାହା ୱିକେଟ କିପିଂ ଦାୟିତ୍ଵ ଗ୍ରହଣ କରିଥିଲେ। ଯଦି ପନ୍ତ ଆହତ ଗୁରୁତର ଥିବେ ତା’ହେଲେ ଆସନ୍ତାକାଲି ମଧ୍ୟ ସାହା ୱିକେଟ କିପିଂ କରିବେ। କିନ୍ତୁ, ସେ ପନ୍ତଙ୍କ ବଦଳରେ ବ୍ୟାଟିଂ କରିପାରିବେ ନାହିଁ। ସେହିପରି ଜାଡେଜା ଆହତ ହୋଇଥିବାରୁ ସେ ବ୍ୟାଟିଂ କରିପାରିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।

ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍ କରି ଅଲଆଉଟ ହୋଇଯାଇଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯୪ ରନରେ ଲିଡ ହାସଲ କରିଥିଲା। ଦ୍ଵିତୀୟ ଇନିଂସରେ ଦଳ ତୃତୀୟ ଦିନର ଖେଳ ଶେଷ ବେଳକୁ ୨ ୱିକେଟ ହରାଇ ୧୦୩ ରନ୍ କରିଛି। ଅଷ୍ଟ୍ରେଲିଆ ଟିମ୍ ୧୯୭ ରନରେ ଅଗ୍ରଣୀ ହାସଲ କରି ନେଇଛି। କିନ୍ତୁ, ଏହିଭଳି ସ୍ଥିତିରେ ଇଣ୍ଡିଆର ଦୁଇ ମୁଖ୍ୟ ଖେଳାଳି ଆହତ ହେବା ଦଳର ଚିନ୍ତା ବଢାଇ ଦେଇଛି।

Google

ଜାଡେଜା ପ୍ରଥମ ଟି-୨୦ରେ ଆହତ ହୋଇଥିଲେ। ସେ ବାକି ଦୁଇଟି ଟି-୨୦ରୁ ବାଦ୍ ପଡ଼ିଥିଲେ। ସେହିପରି ଆହତ କାରଣରୁ ଉମେଶ ଯାଦବ,ମହମ୍ମଦ ଶାମି ଓ କେଏଲ ରାହୁଲ ଟେଷ୍ଟ ସିରିଜରୁ ବାଦ ପଡ଼ିଥିଲେ। ବିରାଟ କୋହଲି ମଧ୍ୟ ଭାରତ ଫେରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *