ସିଏସକେରୁ ଏହି ୩ ଖେଳାଳୀ ବାହାରିବା ସୁନିଶ୍ଚିତ, ଧୋନୀ ସେନା ସେମାନଙ୍କ ଉପରେ ଆଗ୍ରହ ଦେଖାଇବ ନାହିଁ । ଜାଣନ୍ତୁ କିଏ କିଏ ସେହି ଖେଳାଳି ?

ତିନିଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ଦଳ ବର୍ତ୍ତମାନ 13 ତମ ଆଇପିଏଲ ସିଜିନରେ ନିରାଶଜନକ ପ୍ରଦର୍ଶନ କରିଛି । ଆଇପିଏଲ 2020 ରେ ଚେନ୍ନାଇ ପ୍ଲେ ଅଫ ପର୍ଯ୍ୟନ୍ତ ମଧ୍ୟ ପହଁଞ୍ଚି ପାରିନାହିଁ ଏପରିକି ଅଙ୍କ ତାଲିକାରେ ଦଳ ସପ୍ତମ ସ୍ଥାନରେ ରହିଛି । 2021 ଆଇପିଏଲର ପ୍ଲେୟାର ନିଲାମ ଫେବୃଆରୀ ମାସରୁ ଆରମ୍ଭ ହେବ । ଏମିତିରେ କୁହାଯାଉଛି କି, ଚେନ୍ନାଇ ନିଜ ଦଳରୁ ଏହି ତିନି ଖେଳାଳିଙ୍କୁ ରିଲିଜ କରିବ।

ପୀୟୂଷ ଚାୱାଲା :-

ପୀୟୂଷ ଚାୱାଲା ଆଇପିଏଲ 2020 ରେ ଚେନ୍ନାଇ ପାଇଁ 6 କୋଟି 75 ଲକ୍ଷ ଟଙ୍କାରେ କିଣା ହୋଇଥିଲେ । ଆଇପିଏଲରେ ପୀୟୂଷ ଚାୱାଲାଙ୍କ ପ୍ରଦର୍ଶନ କିଛି ଠିକ ରହିନଥିଲା ସେ 7ଟି ମ୍ୟାଚରୁ ମାତ୍ର 6ଟି ଉଇକେଟ ନେଇଥିଲେ ।

Google

କେଦାର ଯାଦବ :-

କେଦାର ଯାଦବ ନିଲାମରେ ଚେନ୍ନାଇ ପାଇଁ 7 କୋଟି 83ଲକ୍ଷ ଟଙ୍କାରେ କିଣା ହୋଇଥିଲେ । ଆଇପିଏଲ 2020 ରେ ତାଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା । ଯାଦବ ଏହି ସିଜିନରେ ମୋଟ 8ଟି ମ୍ୟାଚ ଖେଳି ମାତ୍ର 62 ରନ କରିଥିଲେ ।

ଇମ୍ରାନ ତାହିର :-

ଚେନ୍ନାଇ ଦଳ ତୃତୀୟ ଖେଳାଳି ରୂପରେ ଯେଉଁ ଖେଳାଳିଙ୍କୁ ବାହାର କରିବ, ସେ ହେଉଛନ୍ତି ଇମ୍ରାନ ତାହିର । ସେ ଆଇପିଏଲରେ ତିନୋଟି ମ୍ୟାଚ ଖେଳି ମାତ୍ର ଗୋଟିଏ ଉଇକେଟ ନେଇଥିଲେ ।

ବିଗତ ଗୁରୁବାର ଦିନ ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲ କହିଥିଲେ, ନିଲାମ ତାରିଖ ବର୍ତ୍ତମାନ ତୟ କରାଯାଇନାହିଁ । ଜାନୁଆରୀ 21 ତାରିଖ ପର୍ଯ୍ୟନ୍ତ ଖେଳାଳି ମାନଙ୍କୁ ରିଟେନ କରାଯିବ ଓ 4 ଫେବୃଆରୀରେ ଏହି ଟ୍ରେଡ଼ ଶେଷ ହୋଇଯିବ । ଚେନ୍ନାଇ ପାଖରେ ମୋଟ 15 ଲକ୍ଷ ଟଙ୍କା ବଞ୍ଚିଛି । କେଦାର ଯାଦବ ଓ ପୀୟୂଷ ଚାୱାଲା ଭଳି ମହଙ୍ଗା ଖେଳାଳିଙ୍କୁ ବିକ୍ରି କରି ଚେନ୍ନାଇ ନିଜର ବଜେଟ ସୁଧାର କରିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *