ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିବା IPS ଡ଼ି ରୂପା ନିଜର 20 ବର୍ଷର କାର୍ଯ୍ୟକାଳ ମଧ୍ୟରେ 40 ଥର ଟ୍ରାନ୍ସଫର ହୋଇ ସାରିଲେଣି ତଥାପି ସତ୍ୟର ସାଥ କେବେ ଛାଡି ନାହାଁନ୍ତି,ଜାଣନ୍ତୁ ତାଙ୍କ ବିଷୟରେ

ଆମ ଦେଶରେ ବହୁତ କମଥର ଦେଖାଯାଇଛି ଯେ, କୌଣସି ଅଫିସର ସମ୍ବିଧାନ ସହିତ ଚାଲିଥାଏ । ସମ୍ବିଧାନର ନିୟମ ତ ସାଧାରଣ ଜନତା ପାଳନ କରିଥାନ୍ତି କିନ୍ତୁ ବଡ଼ ବଡ଼ ରାଜନେତା ମାନେ ଏହାକୁ ପାଳନ କରିନଥାଆନ୍ତି । ଏଥିପାଇଁ ଦେଖାଯାଇଛି କି, କେତେକ ଅଫିସର ରାଜନେତାଙ୍କ ବିରୋଧରେ କାର୍ଯ୍ୟବାହୀ କରିଥାନ୍ତି ।

ଏକ ଅଫିସର ଯିଏକି ନିଜର ଚାକିରୀ ଓ ଟ୍ରାନ୍ସଫରକୁ ଖାତିର ନକରି ସମ୍ବିଧାନ ନିୟମ ପାଳନ ନକରିଥିବା ଏମପି ଓ ସିଏମ ଉମା ଭାରତୀଙ୍କୁ ମଧ୍ୟ ଗିରଫ କରିବାକୁ ପଛାଇନଥିଲେ । ସେ ହେଉଛନ୍ତି ଆଇପିଏସ ରୂପା ଦିବାକର । ସେ ନିଜର କର୍ତ୍ତବ୍ୟ ପାଳନ ଉପରେ ସବୁବେଳେ ସଚୋଟ ରହିଥାନ୍ତି । ତାଙ୍କର ଏହିପରି କାମ ପାଇଁ ସେ ନିଜର 20 ବର୍ଷର କାର୍ଯ୍ୟ ଭିତରେ 40 ଥର ଟ୍ରାନ୍ସଫର ମଧ୍ୟ ହୋଇଯାଇଛନ୍ତି ।

Google

ଆଇପିଏସ ରୂପା ଦିବାକର :-

ଭାରତର ପ୍ରଥମ ମହିଳା ହୋମ ସେକ୍ରେଟାରୀ ରୂପା ଦିବାକର 2000 ମସିହାରେ ଆଇପିଏସ ପାଇଁ ନିଯୁକ୍ତ ହୋଇଥିଲେ । ସେତେବେଳେ ତାଙ୍କର ୟୁପିଏସସି ରାଙ୍କ 43 ଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲବଭାଇ ପଟେଲ ପୋଲିସ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ ।

ଏହାପରେ ତାଙ୍କୁ କର୍ଣ୍ଣାଟକର ଧାରବାଡ଼ ଜିଲ୍ଲାରେ ଏସପି ଭାବରେ ନିଯୁକ୍ତି ମିଳିଲା । ତାଙ୍କର ବାପା ମଧ୍ୟ ଜଣେ ଇଂଜିନିୟର ଥିଲେ ।

ବର୍ତ୍ତମାନ ରୂପାଙ୍କୁ ରାଜ୍ୟ ଗୃହ ବିଭାଗ ହ୍ୟାଣ୍ଡଲୁମ  ଏମ୍ପୋରିୟମରେ ଟ୍ରାନ୍ସଫର କରାଗଲା କାରଣ ସେ ଏକ ଭ୍ରଷ୍ଟର କଳା କାରନାମାର ପର୍ଦାଫାଶ କରିଦେଇଥିଲେ । ଟ୍ରାନ୍ସଫର ହେବା ତାଙ୍କ ପାଇଁ ନୂଆକଥା ନୁହେଁ ଏହା 20 ବର୍ଷ ମଧ୍ୟରେ 40 ଥର ହୋଇଆସୁଛି । ସେ ଯେଉଁଠାରେ ନିଜର ସେବା ଦିଅନ୍ତି ସେଠାରେ ସେ ଭ୍ରଷ୍ଟ ଲୋକଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତି ନାହିଁ ।

ରୂପା କୁହନ୍ତି କି, ତାଙ୍କର ଟ୍ରାନ୍ସଫର ହେବାକୁ ନେଇ କୌଣସି ଚିନ୍ତା ନାହିଁ । ସେ ଯେଉଁଠାରେ ଭୁଲ ଦେଖନ୍ତି ସେଠାରେ ଷ୍ଟେପ ଉଠାଇଥାନ୍ତି । ଏକଦା ସେ ଏକ ଆଇପିଏସ ଅଫିସର ହେମନ୍ତ ନିବାଲକରଙ୍କୁ ନିଲମ୍ବିତ କରିଦେଇଥିଲେ ।

ରୂପାଙ୍କର ଚୟନ ଆଇଏଏସ ଅଫିସର ଭାବରେ ହୋଇଥିଲା କିନ୍ତୁ ସେ ପିଲାବେଳରୁ ଆଇପିଏସ ହେବାପାଇଁ ଆଶା ରଖିଥିଲେ ସେଥିପାଇଁ ସେ ଆଇପିଏସ ହେବା ପସନ୍ଦ କେଲ । ରୂପା କୁହନ୍ତି ଏହି ଚାକିରୀ କାରିବାପାଇଁ ଆପଣଙ୍କୁ ମାନସିକ ଭାବରେ ସଠିକ ରହିବା ଆବଶ୍ୟକ । ରୂପା ନିଜର 20 ବର୍ଷର ଚାକିରୀ ମଧ୍ୟରେ 40 ଥର ଟ୍ରାନ୍ସଫର ହୋଇଯାଇଛନ୍ତି । ସେ କହିଥିଲେ, ଯେବେ ଆପଣ ଭ୍ରଷ୍ଟାଚାର ବିରୁଦ୍ଧରେ ଛିଡା ହେବେ ସେତେବେଳେ ଆପଣଙ୍କ ଉପରେ ଚାପ ପଡିବାକୁ ଲାଗିଥାଏ।

Google

ରୂପା ଜଣେ ସଚୋଟ ଅଫିସର ହେବାସହ ଜଣେ ଭଲ ଡାନ୍ସର ଓ ଗୀତିକାର ମଧ୍ୟ ଅଟନ୍ତି । ସେ କନ୍ନଡ଼ ଫିଲ୍ମ ବୟଲତାଡ ଭୀମ ଆନ୍ନା ପାଇଁ ଗୀତ ମଧ୍ୟ ଗାଇଥିଲେ । ଏହାସହ ତାଙ୍କୁ ଦୁଇଥର ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

2003 ମସିହାରେ ସେ ଜଣେ ଆଇପିଏସ ଅଫିସରଙ୍କୁ ବିବାହ କଲେ ଓ ତାଙ୍କ ସାନ ଭଉଣୀ ମଧ୍ୟ 2008 ମସିହାରେ ଆଇଆରଏସ ପଦବୀରେ କାର୍ଯ୍ୟରତ ଅଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *