ନି-ଖୋ-ଜ ହୋଇଥିବା ବିମାନର ମିଳିଲା ଭଗ୍ନାଵଶେଷ, ମିଳିଲା ଖଣ୍ଡ ବିଖଣ୍ଡିତ ମୃ-ତ-ଦେ-ହ

ଶନିବାର ଇଣ୍ଡୋନେସିଆ ଜକର୍ତ୍ତାରେ ନିଖୋଜ ହୋଇଥିବା ବିମାନଟି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇ ଭଗ୍ନାଵଶେଷ ଅବସ୍ଥାରେ ମିଳିଛି। ବିମାନ ଦୁର୍ଘଟଣାର ଦିନକ ପରେ ଜାଭା ସହରରୁ ଭଗ୍ନାଵଶେଷ ମିଳିଥିବାବେଳେ ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃ-ତ ଦେହ ଓ କିଛି ଫଟା କପଡା ମଧ୍ୟ ଉଦ୍ଧାର କରାଯାଇଛି। ଏହି ବିଷୟରେ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Google

ଶନିବାର ଶ୍ରିବିଜୟା ଏୟାର ବିମାନ ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାରୁ ଉଡାଣ କରିଥିଲା। କ୍ରୁ ମେମ୍ବର ସହିତ ବିମାନରେ ୬୨ ଜଣ ଯାତ୍ରୀ ଥିଲେ। ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ହଠାତ ଆକାଶରୁ ନିଖୋଜ ହୋଇଯାଇଥିଲା ଏହି ଯାତ୍ରୀବାହୀ ବିମାନ। ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କ ସହ କଥା ହେବାର ୪ ମିନିଟ ପରେ ବିମାନଟି ରାଡ଼ାରରୁ ଗାଏବ ହୋଇଯାଇଥିଲା ବୋଲି ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି ସୂଚନା ଦେଇଛନ୍ତି।

ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜକର୍ତ୍ତାଠୁ ୯୦ ମିନିଟର ଉଡାଣ ଭାରିଥିଲା। ଏଥିରେ ୫୦ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ। ଯାତ୍ରୀମାନଙ୍କ ମଧ୍ୟରେ ୧୦ଜଣ ଛୋଟ ଛୁଆ ସାମିଲ ଥିଲେ। ସମସ୍ତ ଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ।

ସୂଚନା ଅନୁସାରେ, ୪ଟି ଯୁ-ଦ୍ଧ ଜାହାଜ ସହ ୧୨ରୁ ଅଧିକ ଜାହାଜ ଲଙ୍ଗାଙ୍ଗ ଦ୍ୱୀପ, ଲାକୀ ଦ୍ୱୀପର ଉତ୍ତରରେ ଥିବା ଅନ୍ୟ ଦ୍ୱୀପପୁଞ୍ଜରେ ସ-ନ୍ଧା-ନ କରାଯାଉଛି। ୫୦ଟି ଟିମ ଏହି ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନରେ ଲାଗିଛନ୍ତି। ନ୍ୟାସନାଲ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ବଙ୍ଗାଗ୍ ସୂର୍ଯ୍ୟୋ କହିବା ଅନୁଯାୟୀ, ବିମାନର ଭଗ୍ନାଵଶେଷ ମାଛ ଧରାଳି ମାନେ ଠାବ କରିଛନ୍ତି। ଅଧିକ ଯାଞ୍ଚ୍ ପାଇଁ ଭଗ୍ନାଵଶେଷ ଗୁଡ଼ିକୁ ଲ୍ୟାବକୁ ପଠାଯାଇଛି। ଦୁ-ର୍ଘ-ଟ-ଣା ଗ୍ରସ୍ତ ଏହି ଯାତ୍ରୀବାହୀ ବୋଇଂ ୭୩୭-୫୫ ବିମାନଟି ପ୍ରାୟ ୨୭ ବର୍ଷ ପୁରୁଣା ଥିଲା

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *