ଜାଣନ୍ତୁ ଏ ବିମାନ ବିଷୟରେ, ଯିଏକି ଦୁଇ ବର୍ଷ ମଧ୍ୟରେ ନେଇ-ଗଲା ୩୪୬ ଜଣ ଲୋକଙ୍କର ଜୀବନ

ବୋଇଙ୍ଗ କମ୍ପାନୀର ଏକ ବିମାନ ଆରମ୍ଭ ହେବାର ମାତ୍ର ଦୁଇ ବର୍ଷ ମଧ୍ୟରେ ହିଁ ମୋଟ ୩୪୬ ଲୋକଙ୍କ ଜୀବନ ନେଇଯାଇଛି | ତେବେ ଏହି ବିମାନକୁ ସୁରକ୍ଷା ନିୟମରେ ଜାଲିଆତି କରିବାର ଦୋଷୀ ସାବ୍ୟସ୍ତ ହୋଇଛି | ଆମେରିକାର ନ୍ୟାୟ ବିଭାଗ ବଡ ନିଷ୍ପତ୍ତି ଶୁଣାଇ ବୋଇଙ୍ଗ କମ୍ପାନୀକୁ କ୍ଷତିପୂରଣ ଏବଂ ଜରିମାନା ରୂପରେ ୨.୫ ବିଲିୟନ ଡଲାର ଦେବାକୁ କହିଛି | ବୋଇଙ୍ଗ କମ୍ପାନୀର ଏହି ବିମାନର ନାମ ହେଉଛି ୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟ | ଏହି ବିମାନ କାରଣରୁ ଦୁଇଟି ଭୟଙ୍କର ଦୁର୍ଘଟଣା ଘଟିଥିଲା |

ନ୍ୟାୟ ବିଭାଗର ସୂଚନା ଅନୁଯାୟୀ ବୋଇଙ୍ଗ ମଧ୍ୟ ସେଟେଲମେଣ୍ଟ ପାଇଁ ରାଜି ହୋଇଛି | 737 ମ୍ୟାକ୍ସ ଏୟାରକ୍ରାଫ୍ଟ ଦ୍ୱାରା ଘଟିଥିବା ଦୁର୍ଘ-ଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ କର୍ମଚାରୀଙ୍କ ପରିବାରକୁ କ୍ଷତି ଏବଂ ନିୟମ ଉଲ୍ଲଂଘନ ପାଇଁ ଜରିମାନା କରାଯିବ | ବୋଇଙ୍ଗ କମ୍ପାନୀ ଦ୍ୱାରା ଏହି ବିମାନକୁ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା | ମେ ୨୯ ତାରିଖ ୨୦୧୮ ମସିହାରେ ଇଣ୍ଡୋନେସିଆର ଲାୟନ ଏୟାର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ବିମାନ ସମୁଦ୍ରରେ ପଡି ଯାଇଥିଲା |

Google

ତେବେ ଏହା ସତ୍ତ୍ୱେ ମଧ୍ୟ ବୋଇଙ୍ଗ ଏହି ବିମାନର ଚଳାଚଳ ଜାରି ରଖିଥିଲା | ଦ୍ୱିତୀୟ ଦୁର୍ଘଟଣା ୧୦ ମାର୍ଚ୍ଚ ୨୦୧୯ ମସିହାରେ ଘଟିଥିଲା ​​| ଏହି ସମୟରେ ଇଥିଓପିଆର ଏୟାରଲାଇନ୍ସର ବିମାନ ଦୁର୍ଘ-ଟଣାଗ୍ରସ୍ତ ହୋଇଥିଲା | କୁହାଯାଉଛି ଯେ ଏହି ଦୁଇ ଦୁର୍ଘ-ଟଣାରେ କେହି ମଧ୍ୟ ଜୀବିତ ରହି ନଥିଲେ ଏବଂ ସମୁଦାୟ ୩୪୬ ଲୋକଙ୍କ ଜୀବନ ଚାଲିଯାଇଥିଲା |

ଏହି ଦୁଇଟି ଦୁର୍ଘଟଣା ପରେ ବୋଇଙ୍ଗ ନିଜର ଅଟୋମେଟିକ ଫ୍ଲାଇଟ କଣ୍ଟ୍ରୋଲ ସିଷ୍ଟମରେ ପରିବର୍ତ୍ତନ ଆଣିଥିଲା | କମ୍ପାନୀ ଜାଣିବାକୁ ପାଇଲା ଯେ ଏକ ସେନସରର ଭୁଲ ରିଡିଂ ଦୁର୍ଘଟଣାର କାରଣ ହୋଇଥିଲା | ଏହା ପରେ ବିମାନର ଡିଜାଇନ ବଦଳାଯାଇଥିଲା, ଯାହାଦ୍ୱାରା ସେନସର ସବୁବେଳେ କାମ କରିଚାଲିବ | ଏହାସହିତ ବିମାନର ଟମାଟିକ ସିଷ୍ଟମକୁ କମ ଶକ୍ତିଶାଳୀ କରାଯାଇଥିଲା, ଯାହାଫଳରେ ପାଇଲଟ ଏହା ଉପରେ ନିଜ କଣ୍ଟ୍ରୋଲ ରଖିପାରିବେ |

୨୦୧୯ମସିହାରେ ବନ୍ଦ ହୋଇଗଲା ସେବା :-

737 ମ୍ୟାକ୍ସ ଏୟାରକ୍ରାଫ୍ଟ ଦ୍ୱାରା ହୋଇଥିବା ଦୁଇଟି ଦୁର୍ଘଟଣା ପରେ ମାର୍ଚ୍ଚ ୨୦୧୯ ମସିହାରେ ଏହାର ସେବାକୁ ବନ୍ଦ କରି ଦିଆଯାଇଥିଲା | ଜାନୁୟାରୀ ୨୦୨୦ ସୁଦ୍ଧା ଏହାର ପ୍ରାୟ ୪୦୦ ବିମାନ ଠିଆ ହୋଇଥିଲା | ଏହା ପରେ ବିମାନରେ ଟେକ୍ନୋଲୋଜି ବଦଳାଇ ମେ ମାସରେ ଏହାର ଉତ୍ପାଦନ ପୁଣିଥରେ ଆରମ୍ଭ କରାଗଲା ଏବଂ ନଭେମ୍ବର ୨୦୨୦ ମସିହାରେ ପୁଣିଥରେ ଏହି ସେବା ପାଇଁ ଫିଟ ବୋଲି ଘୋଷଣା କରାଯାଇଥିଲା |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *