ସୌରଭ ଗାଙ୍ଗୁଲୀଙ୍କ ନିକଟରେ ରହିଛି ଏତେ ମାତ୍ରାରେ ସମ୍ପତ୍ତି ଓ ବିଳାସପୂର୍ଣ ବଙ୍ଗଳା, ପ୍ରତ୍ୟକ ବର୍ଷ ଆୟ କରନ୍ତି ଏତେ କୋଟି ଟଙ୍କା,ଜାଣନ୍ତୁ ଦାଦାଙ୍କ ସମ୍ପତି ଆଉ ଲାଇଫ ଷ୍ଟାଇଲ ବିଷୟରେ

କ୍ରିକେଟ ଖେଳାଳି ନାମ ଓ ପଇସା ମାମଲାରେ କାହାରି ନିକଟରୁ ପଛରେ ନୁହନ୍ତି। ଯଦି ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କ ବିଷୟରେ କୁହାଯାଏ ତେବେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ନିକଟରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ଏମାନଙ୍କର ଲାଇଫ ଷ୍ଟାଇଲ ବିଳାସପୂର୍ଣ ଅଟେ ଓ ଏମାନଙ୍କ ପାଖରେ ବିଳାସପୂର୍ଣ ଘର ମଧ୍ୟ ଅଛି। ମହେନ୍ଦ୍ର ସିଂ ଧୋନୀ ହେଉନ୍ତି କିମ୍ବା ବିରାଟ କୋହଲି ହେଉନ୍ତି କିମ୍ବା ଆଉ କେହି, ସମସ୍ତେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। ସେହିପରି ଅନେକ ପୂର୍ବ କ୍ରିକେଟର ଅଛନ୍ତି ଯେଉଁମାନେ ନିଜର ଲାଇଫଷ୍ଟାଇଲ ଓ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଆଜି ଆମେ ଭାରତୀୟ କ୍ରିକେଟର ପୂର୍ବ ଖେଳାଳି ଓ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ବିଷୟରେ କହିବାକୁ ଯାଉଛୁ।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ନିଜର ଖେଳ ମାଧ୍ୟମରେ ଅନେକ ଥର କୋଟି କୋଟି ଭାରତୀୟଙ୍କ ମୁଣ୍ଡକୁ ଗର୍ବରେ ଉଞ୍ଚା କରିଛନ୍ତି। ବର୍ତ୍ତମାନ ସୌରଭ ଗାଙ୍ଗୁଲୀ ବିସିସିଆଇର ପ୍ରେସିଡେଣ୍ଟ ଭାବରେ ଦାୟିତ୍ଵଭାର ଗ୍ରହଣ କରି ଭାରତୀୟ କ୍ରିକେଟକୁ ନୂଆ ଦିଗରେ ନେବାକୁ ଚେଷ୍ଟା କରୁଛନ୍ତି। ପ୍ରେସିଡେଣ୍ଟ ଭାବରେ କାମ କରୁଥିବା ସମୟରେ ସୌରଭ ଗାଙ୍ଗୁଲୀ ବିସିସିଆଇ ନିକଟରୁ କୌଣସି ସେଲାରୀ ନେଉ ନାହାନ୍ତି। ତଥାପି ସୌରଭ ଗାଙ୍ଗୁଲୀ କୋଟି କୋଟି ଟଙ୍କା ଆୟ କରୁଛନ୍ତି।

Google

ବାସ୍ତବରେ caknowledge.com ଅନୁସାରେ ସୌରଭ ଗାଙ୍ଗୁଲୀ ପାଖାପାଖି ୪୧୬କୋଟି ଟଙ୍କାର ମାଲିକ ଅଟନ୍ତି। ଏଥିରେ ସୌରଭ ଗାଙ୍ଗୁଲୀଙ୍କର ଚଳ ଓ ଅଚଳ ସମ୍ପତ୍ତି ମଧ୍ୟ ସାମିଲ ଅଛି। ସୌରଭ ଗାଙ୍ଗୁଲୀ ରାଜା ମାନଙ୍କ ଭଳି ଜୀବନଯାପାନ କରନ୍ତି। ତାଙ୍କ ନିକଟରେ ବିଳାସପୂର୍ଣ ଓ ମହଙ୍ଗା ଜିନିଷର କୌଣସି ଅଭାବ ନାହିଁ।

ଆପଣଙ୍କୁ ଜଣାଇଦେଉଛୁକି କୋଲକାତାରେ ସୌରଭ ଗାଙ୍ଗୁଲୀଙ୍କର ବିଳାସପୂର୍ଣ ମହଲା ଅଛି। ଯାହାକୁ ସାହି ବଙ୍ଗଳା କୁହାଯାଏ ଓ ଏହାର ମୂଲ୍ୟ ବହୁତ ଅଧିକ। ସୌରଭ ଗାଙ୍ଗୁଲୀଙ୍କ ବଙ୍ଗଳା କୌଣସି ରାଜାଙ୍କ ବଙ୍ଗଳା ଠାରୁ କମ ନୁହଁ।

ସୌରଭଙ୍କ ବଙ୍ଗଳା ଯେତିକି ବାହାରୁ ସୁନ୍ଦର ଦେଖାଯାଏ, ବଙ୍ଗଳା ଭିତରେ ମଧ୍ୟ ବହୁତ ସୁନ୍ଦର ଅଟେ। ନିଜ ଘର ଭିତରର ଏକ ଝଲକ ଦେଖାଇଛନ୍ତି। ଯାହାର ଚିତ୍ର ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ବ୍ୟତୀତ ଗାଙ୍ଗୁଲିଙ୍କର ପ୍ରସିଦ୍ଧ ଜୋତା କମ୍ପାନୀ ପୁମା ସହିତ ଏକ ଚୁକ୍ତି ଅଛି। ଏଥିପାଇଁ ତାଙ୍କୁ ବାର୍ଷିକ ୧.୩୫ କୋଟି ଟଙ୍କା ମିଳିଥାଏ।

ପୂର୍ବ କ୍ରିକେଟର ସୌରଭ ଗାଙ୍ଗୁଲୀ ଡିଟିଡିସି ଏକ୍ସପ୍ରେସ ଲିମିଟେଡର ବ୍ରାଣ୍ଡ ଅମ୍ବାସଡାର ଅଟନ୍ତି। ସେ ଏଥିରୁ ବାର୍ଷିକ ୧କୋଟି ଟଙ୍କା ଆୟ କରିଥାନ୍ତି। ଏହା ବ୍ଯତୀତ ସୌରଭ ଗାଙ୍ଗୁଲୀ ଜେଏସଡବ୍ଲୁ ସିମେଣ୍ଟ, ଅଜନ୍ତା ସୁସ, ମାଈ ୧୧ ସର୍କଲ, ଟାଟା ଟେଟଲେ, ଏସିଲର ଲେନ୍ସ ଓ ସେନକୋ ଗୋଲ୍ଡ ଇତ୍ୟାଦିର ବିଜ୍ଞାପନ କରି ଭଲ ଆୟ କରିଥାନ୍ତି।

ଆପଣଙ୍କୁ ଜଣାଇଦେଉଛୁକି ସୌରଭ ଗାଙ୍ଗୁଲୀ ଗୌତମ ଅଦାନି ଗୃପର ଫରଚ୍ୟୁନର ବିଜ୍ଞାପନ କରନ୍ତି। ସମୁଦାୟ ମିଶି ସେ ପ୍ରତ୍ଯେକ ବର୍ଷ ବିଜ୍ଞାପନରୁ କୋଟି କୋଟି ଟଙ୍କା ଆୟ କରନ୍ତି। ଓ ଏତିକି ସମ୍ପତ୍ତିର ମାଲିକ ଅଟନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *