ଦୁନିଆର ସବୁଠାରୁ ଦାମୀ ଦାମୀ ଘରଗୁଡିକ ମଧ୍ୟରୁ ଏକ ପ୍ରମୁଖ ଘର ହେଉଛି ମୁକେଶ ଅମ୍ବାନିଙ୍କ ଏହି ‘ଏଣ୍ଟିଲିୟା’, ଏହି ଘରର ଇଲେକ୍ଟ୍ରି ବିଲ ଶୁଣି ଆପଣ ହେବେ ଆଶ୍ଚର୍ଯ୍ୟ,ଜାଣନ୍ତୁ ସେ ଘର ବିଷୟରେ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିୟା’ର ଗଣନା ଦୁନିଆର ସବୁଠାରୁ ମହଙ୍ଗା ଏବଂ ବିଳାସପୂର୍ଣ୍ଣ ଆବାସିକ ସମ୍ପତ୍ତି ମଧ୍ୟରେ ହୋଇଥାଏ | ଅଏସ-ଆରାମର ସମସ୍ତ ସୁବିଧା ସହିତ ସଜ୍ଜିତ ୨୭ ମହଲା ବିଶିଷ୍ଟ ‘ଏଣ୍ଟିଲିୟା’ର ଦେଖାଶୁଣା କରିବାପାଇଁ ପ୍ରାୟ ୬୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି | ଯେଉଁଥିରେ ମାଳିଠାରୁ ନେଇ ରୋଷେୟା, ପ୍ଲମ୍ବର ଏବଂ ଇଲେକ୍ଟ୍ରିସିଆନ ଇତ୍ୟାଦି ସାମିଲ ଅଛନ୍ତି | ‘ମୁମ୍ବାଇ ମିରର’ର ଏକ ରିପୋର୍ଟ ଅନୁଯାୟୀ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ଘର ‘ଏଣ୍ଟିଲିୟା’ରେ ଏକା ଯେତିକି ଇଲେକ୍ଟ୍ରି ଖର୍ଚ୍ଚ କରନ୍ତି, ସେତିକି ପ୍ରାୟ ୭୦୦୦ ହଜାର ପରିବାର ମିଶି କରିଥାନ୍ତି |

ଏହି ରିପୋର୍ଟ ଅନୁଯାୟୀ, ‘ଏଣ୍ଟିଲିୟା’ରେ ୬,୩୭,୨୪୦ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇସାରିଛି | ଯାହାର ବିଲ ୭୦ ଲକ୍ଷ ଟଙ୍କା ଆସିଥିଲା ​​| ଏହି ବିଲ ଉପରେ ଥିବା ନିୟମ ଅନୁଯାୟୀ ଅମ୍ବାନୀଙ୍କୁ ୪୮,୩୫୪ ଟଙ୍କାର ଡ଼ିସକାଉଣ୍ଟ ମଧ୍ୟ ମିଳିଥିଲା | ‘ବେଷ୍ଟ’ର ଅଧିକାରୀଙ୍କ ଅନୁଯାୟୀ, ଏଣ୍ଟିଲିୟାରେ ଉଚ୍ଚ ପାର୍କିଂ ଏବଂ ବିସ୍ତାରଯୋଗ୍ୟ ଏୟାର କଣ୍ଡିସନିଙ୍ଗ ବ୍ୟବସ୍ଥା ରହିଛି | ଯେଉଁଥିରେ ବହୁତ ପରିମାଣରେ ବିଦ୍ୟୁତ୍ ଖର୍ଚ୍ଚ ହୋଇଥାଏ |

ପୃଥିବୀରେ ସବୁଠାରୁ ଦାମୀ ଘରଗୁଡିକରୁ ଗୋଟିଏ ଅଟେ ‘ଏଣ୍ଟିଲିୟା’ :-

ମୁକେଶ ଅମ୍ବାନୀଙ୍କ ୨୭ ମହଲା ବଙ୍ଗଳାର ନାମ ଏକ ଦ୍ୱୀପ ନାମରେ ରଖାଯାଇଛି | ଏଥିରେ ତିନୋଟି ହେଲିପ୍ୟାଡ, ୫୦ ସିଟର ଥିଏଟର, ୯ ଏଲିଭେଟର, ସୁଇମିଂ ପୁଲ, ଆବାସିକ କ୍ୱାର୍ଟର୍ସ ରହିଛି | ୨୭ ମହଲା ଏଣ୍ଟିଲିୟାରେ ବହୁ ଆଧୁନିକ ପ୍ରଣାଳୀରେ ପାଣିର ପାଇପଲାଇନ ବିଛାଯାଇଛି | ଏହାସହିତ ଘରେ ମଧ୍ୟ ବହୁତ ବିଳାସପୂର୍ଣ୍ଣ ବାଥରୁମ ଫିଟିଂ ମଧ୍ୟ ଲାଗିଛି | ଗର୍ଜିୟନଙ୍କ ଅନୁଯାୟୀ ଏଣ୍ଟିଲିୟାର ମୂଲ୍ୟ ୪,୫୬୭ କୋଟି ଟଙ୍କା ଅଟେ | ଯାହା ଦୁନିଆର ସବୁଠାରୁ ମହଙ୍ଗା ଘର ମଧ୍ୟରୁ ଗୋଟିଏ ଅଟେ |

ଏଣ୍ଟିଲିୟାର କର୍ମଚାରୀମାନଙ୍କୁ ମିଳିଥାଏ ଲକ୍ଷ ଲକ୍ଷ ଦରମା :-

ଲାଇଭ ମିରର ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ଏଣ୍ଟିଲିୟାରେ କାର୍ଯ୍ୟ କରୁଥିବା ଷ୍ଟାଫଙ୍କ ଦରମା ମାସକୁ ୨ ଲକ୍ଷ ଟଙ୍କା ହୋଇଥାଏ |ଘରୋର ପ୍ଲମ୍ବରଙ୍କୁ ମଧ୍ୟ ଦରମା ହିସାବରେ ୨ ଲକ୍ଷ ଟଙ୍କା ମିଳିଥାଏ | ଦରମା ସହିତ ମେଡିକାଲ ଖର୍ଚ୍ଚ ଏବଂ ପିଲାମାନଙ୍କ ପାଇଁ ଶିକ୍ଷା ଭତ୍ତା ମଧ୍ୟ ମିଳିଥାଏ | କେବଳ ଏତିକି ନୁହେଁ, ମୁକେଶ ଅମ୍ବାନୀଙ୍କ ଏଣ୍ଟିଲିୟାର ଷ୍ଟାଫ ହେବାକୁ ହେଲେ ଅନେକ ନିୟମକୁ ପୂରଣ କରିବାକୁ ପଡିଥାଏ |

ନୂତନ ଅତିଥିଙ୍କ ଆଗମନ ପାଇଁ ଏଣ୍ଟିଲିୟାରେ ଉତ୍ସାହର ବାତାବରଣ :-

ତେବେ ମୁକେଶ ଏବଂ ନୀତା ଅମ୍ବାନୀ ଅଜା-ଆଈ ହୋଇଛନ୍ତି | ତାଙ୍କ ପୁଅ ଆକାଶ ଅମ୍ବାନୀଙ୍କ ସ୍ତ୍ରୀ ଶ୍ଲୋକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି | ପୁଅର ସ୍ୱାଗତ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଫ୍ୟାମିଲି ହାଉସ ଏଣ୍ଟିଲିୟାରେ ହୋଇଥିଲା | ନୂତନ ଅତିଥିଙ୍କ ଆଗମନ କେବଳ ଅମ୍ବାନୀ ପରିବାର ମଧ୍ୟରେ ନୁହେଁ ବରଂ ଏଣ୍ଟିଲିୟାରେ କାର୍ଯ୍ୟ କରୁଥିବା ସବୁ ଷ୍ଟାଫଙ୍କ ମଧ୍ୟରେ ମଧ୍ୟ ଉତ୍ସାହର ବାତାବରଣ ରହିଛି | ନୀତା ଅମ୍ବାନୀ ଅନେକ ଥର କହିଛନ୍ତି ଯେ ଏଣ୍ଟିଲିୟାର ଷ୍ଟାଫ ମଧ୍ୟ ତାଙ୍କ ପରିବାର ପରି ଅଟନ୍ତି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *