ସଚିନ ତେନ୍ଦୁଲକରଙ୍କୁ “ବୁଢା ବୁଢା” ବୋଲି କହୁଥିଲେ ମାଇକେଲ କ୍ଲାର୍କ,ବୀରେନ୍ଦ୍ର ସେହବାଗ ଦେଲେ ଏମିତି ଜବାବ,ବନ୍ଦ ହୋଇଗଲା ମାଇକେଲ କ୍ଲାର୍କଙ୍କ ପାଟି,ଜାଣନ୍ତୁ ପୁରା ଘଟଣା

ଭାରତର ପ୍ରସିଦ୍ଧ ଖେଳାଳି ସଚିନ ତେନ୍ଦୁଲକରଙ୍କୁ ଦୁନିଆରେ ‘ କ୍ରିକେଟର ଭଗବାନ ‘ କୁହାଯାଇଥାଏ | ଏହା ସତ୍ତ୍ୱେ ମଧ୍ୟ ସେ ସ୍ଲେଡିଂରୁ ବଞ୍ଚି ନାହାଁନ୍ତି | କେବେ ଶୋଏବ ଅଖତର ତ ଆଉ କେବେ ରିକି ପୋଣ୍ଟିଙ୍ଗ ତାଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରିଥିଲେ | ଏପରିକି ସଚିନଙ୍କଠାରୁ ୮ ବର୍ଷର ସାନ ମାଇକେଲ କ୍ଲାର୍କ ମଧ୍ୟ ତାଙ୍କୁ ଥରେ ଅପମାନିତ କରିଥିଲେ | ଏହାର ଖୁଲାସା ବୀରେନ୍ଦ୍ର ସେହବାଗ କପିଲ ଶର୍ମାଙ୍କ ଶୋ’ରେ କରିଥିଲେ | ସଚିନଙ୍କୁ ଅପମାନିତ କରିବାର କଡା ଜବାବ ଦେଇଥିଲେ |

Virender Sehwag, Sachin Tendulkar, kapil sharma, The kapil sharma show

କପିଲ ଶର୍ମା ଶୋ ସମୟରେ କହିଥିଲେ, “କ୍ରିକେଟରେ ଅନ୍ୟ ଖେଳାଳିଙ୍କ ଧ୍ୟାନ ଭଙ୍ଗ କରିବାପାଇଁ ସ୍ଲେଜିଂ କରାଯାଇଥାଏ | ସଚିନ ସାର(ସଚିନ ତେନ୍ଦୁଲକର) ଙ୍କ ବିଷୟରେ କୁହାଯାଇଥିଲା ଯେ ତାଙ୍କୁ କେହି ଯଦି କିଛି ବି କହୁଥିଲେ ସେତେବେଳେ ସେ ତାଙ୍କ କାନ ବନ୍ଦ କରିଦିଅନ୍ତି | ତାଙ୍କୁ କିଛି ବି ଫରକ ପଡେନାହିଁ | ତେବେ ସଚିନଙ୍କ ବିରୋଧରେ ହୋଇଥିବା ସ୍ଲେଜିଂ ଉପରେ ଜବାବ ସବୁବେଳେ ବିରୁ ପାଜି (ସେହବାଗ) ଦେଉଥିଲେ | ଏହା ଉପରେ ବୀରେନ୍ଦ୍ର ସେହବାଗ କହିଛନ୍ତି, “ସଚିନ କିଛି ସମୟ ପାଇଁ ଫିଲଡିଂରୁ ବାହାରେ ରହୁଥିଲେ | ବୋଧହୁଏ ତାଙ୍କ ପିଠିରେ ସମସ୍ୟା ଥିଲା | ପରେ ସେ ବ୍ୟାଟିଂ କରିବାକୁ ଆସିଥିଲେ | ଏହା ପରେ ମାଇକେଲ କ୍ଲାର୍କ ତାଙ୍କୁ ବାରମ୍ବାର ବୁଢା ବୁଢା ବୋଲି କହି ଚିଡାଉଥିଲେ |

ଏହାପରେ ସେହବାଗ କ୍ଲାର୍କଙ୍କୁ ପଚାରିଲେ, ତୁମର ବୟସ କେତେ ? କ୍ଲାର୍କ ଉତ୍ତର ଦେଇଥିଲେ – ୨୩ ବର୍ଷ | ଏହାଉପରେ ସେହବାଗ କହିଛନ୍ତି, ” ତୁମକୁ ଜଣାଅଛି ସଚିନଙ୍କ ଟେଷ୍ଟରେ ଶତକ ସଂଖ୍ୟା ତୁମ ବୟସ ଠାରୁ ମଧ୍ୟ ବହୁତ ଅଧିକ ଅଟେ |” ଏତେକଥା ଶୁଣିବାପରେ ମଧ୍ୟ ମାଇକେଲ ମାନିନଥିଲେ, ସେତେବେଳେ ସେହବାଗ ଥରେ କ୍ଲାର୍କଙ୍କ ପାଖକୁ ଯାଇଥିଲେ ଏବଂ ତାଙ୍କୁ କହିଥିଲେ ଯେ ତୁମ ସାଙ୍ଗମାନେ ତୁମକୁ ପପ କୁହନ୍ତି ? କ୍ଲାର୍କ କହିଲେ-ହଁ | ଏହା ଉପରେ ସେହବାଗ ଆଉ ଏକ ପ୍ରଶ୍ନ ପଚାରିଥିଲେ, “ତେବେ ତୁମେ କେଉଁ ଜାତିର ?” ଏହା ଶୁଣି ମାଇକେଲ କ୍ଲାର୍କଙ୍କ ପାଟି ପୁରା ବନ୍ଦ ହୋଇଯାଇଥିଲା |

ସେହବାଗ ବ୍ୟାଟିଂ କରୁଥିବା ସମୟରେ ଗୀତ ଗାଉଥିଲେ | ଏହି କଥା ତ ପ୍ରାୟ ପ୍ରତ୍ୟେକ ପ୍ରଶଂସକ ଜାଣିଥିବେ, କିନ୍ତୁ କ୍ୱଚିତ ପ୍ରଶଂସକ ଜାଣନ୍ତି ଯେ ଯେତେବେଳେ ତାଙ୍କ ବ୍ୟାଟରୁ ରନ ବାହାରି ନଥାଏ,ସେତେବେଳେ ସେ ଭଜନ ଗାଇବାକୁ ଲାଗିଥାନ୍ତି | ସେହବାଗ କହିଛନ୍ତି, “ଗୀତ ଗାଇବାର ଏଭଳି ପ୍ରକାର ଥିଲା ଯେ ଯେତେବେଳେ ମୋର ସ୍କୋର ହୋଇନଥାଏ, ସେତେବେଳେ ମୁଁ ଭଜନ ଗାଏ | କିନ୍ତୁ ଯେତେବେଳେ ସ୍କୋର ବଢିବା ଆରମ୍ଭ ହୋଇଯାଏ ସେତେବେଳେ ବଲିଉଡ ଗୀତ ଉପରକୁ ଆସିଯାଏ | ଯେତେବେଳେ ଖେଳରେ ମଜା ଆସିଯାଏ ସେତେବେଳେ ଚିଟିୟା କଲାଇୟା ଏବଂ ସିଲା କି ଜଵାନୀ ଗୀତ ଗାଉଥାଏ |”

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *