ଭାରତ ବନାମ ଅଷ୍ଟ୍ରେଲିଆ: ଚତୁର୍ଥ ଟେଷ୍ଟ ହେବ ନା ନାହିଁ ? ବ୍ରିସବେନରେ କୋଭିଡ-୧୯ର ନୂଆ ଷ୍ଟ୍ରେନ ମିଳିବାରୁ ହେଲା ଲକଡାଉନ,ଜାଣନ୍ତୁ ପୁରା ଖବର

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ଯାଚକୁ ନେଇ ଅସୁବିଧା ସୃଷ୍ଟି ହୋଇଛି। ଦୁଇ ଦଳ ଜାନୁୟାରୀ ୧୫ରେ ଏହି ସିରିଜର ଶେଷ ଓ ଚତୁର୍ଥ ଟେଷ୍ଟ ଖେଳିବେ, କିନ୍ତୁ ଏହା ପୂର୍ବରୁ ସେଠାରେ କରୋନାର ନୂଆ ଷ୍ଟ୍ରେନ ମିଳିବା ଯୋଗୁଁ ହଡକମ୍ପ ବ୍ଯାପିଯାଇଛି। ନୂଆ ମାମଲା ସାମ୍ନାକୁ ଆସିବା ପରେ କ୍ଵିସଲାଣ୍ଡ ସରକାର ତିନି ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ଶୁକ୍ରବାର ସନ୍ଧ୍ଯା ଛଅଟା ପାଖରୁ ନେଇ ସୋମବାର ସନ୍ଧ୍ଯା ଛଅଟା ପର୍ଯ୍ଯନ୍ତ ଲାଗୁ ରହିବ। ଆଶା କରାଯାଉଛିକି ରାଜ୍ୟ ସରକାର ସୁରକ୍ଷା ନିୟମକୁ ଶକ୍ତ ଭାବରେ ଲାଗୁ କରିପାରନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ତୃତୀୟ ଟେଷ୍ଟ ଖେଳାଯାଉଛି। ଯାହାର ସମାପ୍ତି ପରେ ଦୁଇଟି ଦଳର ପ୍ରସ୍ତୁତ ହୋଇଥିବା ବିବରଣୀ ଅନୁସାରେ ଜାନୁୟାରୀ ୧୨ରେ ବ୍ରୀସବେନରେ ପହଞ୍ଚିବେ। ନିୟମ ମୁତାବିକ ଖେଳାଳୀଙ୍କୁ ଗୋଟିଏ ଦିନ କଡା ନିୟମରେ ହୋଟେଲ ରୁମ ମଧ୍ୟରେ ରହିବେ।

Google

ସ୍ଥାନୀୟ ସରକାର ସଂକେତ ଦେଇଛନ୍ତିକି ଯଦି ସଂକ୍ରମଣ ବ୍ୟାପେ ତେବେ ଲକଡାଉନକୁ ଆଗକୁ ବଢାଯାଇପାରେ। ରିପୋର୍ଟ ମୁତାବିକ ବ୍ରୀସବେନରେ ଏକ କ୍ଵାରେଣ୍ଟାଇନ ହୋଟେଲର କର୍ମଚାରୀଙ୍କର ନୂଆ କୋଭିଡ-୧୯ ଷ୍ଟ୍ରେନରୁ ସଂକ୍ରମିତ ହୋଇଥିଲେ। ଯାହାପରେ ସରକାର ଲକଡାଉନ ଘୋଷଣା କରିଦେଇଥିଲେ।

ଦୁଇ କ୍ରିକେଟ ବୋର୍ଡ ବିଷୟରେ କହିଲେ, ବିସିସିଆଇ ଗୁରୁବାର ଦିନ ଅଧିକାରିକ ରୂପରେ କ୍ରିକେଟ ଅଷ୍ଟ୍ରେଲିଆକୁ ପତ୍ର ଲେଖି କହିଛିକି ବ୍ରୀସବେନରେ କ୍ଵାରେଣ୍ଟାଇନର ନିୟମକୁ ଛଡାଯାଉ। ବିସିସିଆଇ ଅଷ୍ଟ୍ରେଲିଆ ବୋର୍ଡକୁ ପରିଷ୍କାର ଭାବରେ କହିଛିକି ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ହୋଇଥିବା କଥାବାର୍ତ୍ତା ଅନୁସାରେ ଭାରତୀୟ ଦଳ ଅନିବାର୍ଯ୍ୟ କ୍ଵାରେଣ୍ଟାଇନ ଅବଧି ସମ୍ପୂର୍ଣ କରିଛି ଓ ଏହା ଦ୍ଵିତୀୟ ଥର କରିହେବ ନାହିଁ। ଯେତେବେଳେକି କ୍ଵିସଲାଣ୍ଡ ସରକାର ଏହି ମାମଲାରେ ଏହି ପ୍ରସଙ୍ଗରେ କୌଣସି ଆରାମ ଦେବାକୁ ପ୍ରସ୍ତୁତ ନାହାନ୍ତି। ଏମିତିରେ ବର୍ତ୍ତମାନ ନୂଆ ମାମଲା ମିଳିବା ପରେ ଏହାକୁ ନେଇ ଚିନ୍ତା ବଢିଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *