ପ୍ରେମିକା ସହିତ ବର ଫେ-ରା-ର, କନ୍ୟା ବିବାହ କଲା ବରଯାତ୍ରୀକୁ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

କୁହାଯାଏ ବିବାହ ଯୋଡି ଉପରବାଲା ବନାଇଥାଏ, କଣ ହୁଏ ଯଦି ବର ମଣ୍ଡପ ଛାଡି ନିଜ ପ୍ରେମିକା ସହିତ ପଳାୟନ କରିଥାଏ । କର୍ଣ୍ଣାଟକର ଚିକମଙ୍ଗଲୁରୁ ଜିଲ୍ଲାରେ ଏମିତି ଏକ ବିବାହ ଭାଙ୍ଗିବା ଘଟଣା ସମ୍ନାକୁ ଆସିଛି । ଯେଉଁଠାରେ ବର ନିଜର ହେବାକୁ ଥିବା ପତ୍ନୀକୁ ମଣ୍ଡପରେ ଛାଡ଼ିଦେଇ ପ୍ରେମିକାକୁ ନେଇ ଚାଲିଯାଇଥିଲା । ମଣ୍ଡପରେ ବସିଥିବା କନ୍ୟା ମଧ୍ୟ ବିଳମ୍ବ କରିନଥିଲେ ସେ ବରଯାତ୍ରୀରେ ଆସିଥିବା ଏକ ଯୁବକ ସହିତ ବିବାହ କରିଥିଲେ ।

ବେଙ୍ଗାଲୁରୁ ମିରର ଖବର ଅନୁସାରେ, ନବୀନ ଓ ତା’ ଭାଇ ଅଶୋକର ବିବାହ ହେବାକୁ ଥାଏ । ଅଶୋକର ବିବାହ ତ ହେଲା କିନ୍ତୁ ନବୀନ ପଳାୟନ କରିଥିଲା । ନବୀନ ବିବାହର ସମସ୍ତ ରୀତିନୀତି ଭାଗ ନେଇଥିଲା । ଯେତେବେଳେ ସାତ ଘେରା ନେବାର ସମୟ ଆସିଲା ସେତେବଳେ ନବୀନ ସେଠାରୁ ଛୁ ମାରିଥିଲା ।

Google

ବିବାହ ଦିନରେ ନବୀନର ପ୍ରେମିକା ଧମକ ଦେଇଥିଲେ କି, ଯଦି ସେ ବିବାହ କରନ୍ତି ତାହେଲେ ସେ ବିବାହ ସମାରୋହକୁ ଆସି ନିଜ ଜୀବନ ଦେଇଦେବ ଏବଂ ସାରା କାର୍ଯ୍ୟକ୍ରମ ଖରାପ କରିଦେବ । ଏହି କାରଣ ପାଇଁ ସେ ବିବାହ ଛାଡି ପ-ଳା-ୟ-ନ କରିଥିଲା ।

ଫିଲ୍ମ ଡ୍ରାମା ପରି ଚାଲିଥିବା ଏହି କାର୍ଯ୍ୟକ୍ରମ ଏତିକିରେ ରହିନଥିଲା । ଯେତେବେଳେ ନବୀନ ପଳାୟନ କରିଥିଲା ସେତେବେଳେ ମଣ୍ଡପରେ ବସିଥିବା କନ୍ୟା ନିଜର ଜୀବନସାଥୀ ବାଛିଥିଲେ ।

କନ୍ୟା ସିନ୍ଧୁ ବରଯାତ୍ରୀରେ ଆସିଥିବା ଏକ ବସ କଣ୍ଡକ୍ଟର ଚନ୍ଦ୍ରପାଙ୍କୁ ରୀତିନୀତି ସହିତ ବିବାହ କରିଥିଲେ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *