ଆଜିଠାରୁ ୫ମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ

କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା ପଞ୍ଜାବର ସ୍କୁଲ ଗୁଡ଼ିକ ଆଜିଠାରୁ ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୫ମରୁ ଦ୍ଵାଦଶ ଶ୍ରେଣୀର ପିଲାମାନଙ୍କୁ କ୍ଲାସ କରିବା ପାଇଁ ଅନୁମତି ମିଳିବ। ଶିକ୍ଷାମନ୍ତ୍ରୀ ବିଜୟ ସିଙ୍ଗଲା କହିଛନ୍ତି ଯେ, ସକାଳ ୧୦ ଘଟିକାରୁ ଦିନ ୩ଟା ପଯ୍ୟନ୍ତ କରୋନା କଟକଣା ମଧ୍ୟରେ କ୍ଲାସ ହେବ।

Google

ଅଭିଭାବକମାନେ ଦୀର୍ଘ ଦିନ ହେଲାଣି ସ୍କୁଲ ଗୁଡିକୁ ଖୋଲିବା ପାଇଁ ଦାବି କରିଆସୁଥିଲେ। ରାଜ୍ୟରେ ଥିବା ସମସ୍ତ ସରକାରୀ,ସେମି – ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପିଲାମାନଙ୍କୁ କରୋନା ସଂକ୍ରମଣରୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ପାଳନ କରିବାକୁ ସମସ୍ତେ ବାଧ୍ୟ ବୋଲି ସେ କହିଛନ୍ତି।

୨୦୨୦ ମସିହା ମାର୍ଚ୍ଚ ମାସରୁ ଦେଶରେ ଥିବା ସମସ୍ତ ସ୍କୁଲ,କଲେଜ ଓ ଶିକ୍ଷାନୁଷ୍ଠାନ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିଲା। ତେବେ ଧିରେଧିରେ କରୋନା ସଂକ୍ରମଣ ହ୍ରାସ ପାଇବାରୁ ବିଭିନ୍ନ ରାଜ୍ୟର ସରକାର ସବୁ କିଛି ସ୍ଵାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *