ସମ୍ନାକୁ ଆସିଲା ସତ ଖବର, ଜାଣନ୍ତୁ କ୍ରିକେଟକୁ ପରିଚାଳିତ କରୁଥିବା ବିସିସିଆଇ ପାଖରେ ବର୍ତମାନ ଅଛି କେତେ ଟଙ୍କା ?

କ୍ରିକେଟର ଦୁନିଆ ଏମିତିରେ ତ କ୍ରିକେଟ କାଉନ୍ସିଲ ଆଇସିସି ଦ୍ୱାରା ପରିଚାଳିତ ହୋଇଥାଏ କିନ୍ତୁ ଯେବେ ଟଙ୍କାର କଥା ଉଠେ ସେତେବେଳେ ବିସିସିଆଇ ସର୍ବପ୍ରଥମେ ଆସିଥାଏ । 2018-19 ମସିହାରେ ବିସିସିଆଇ 14,489 କୋଟି ଟଙ୍କା ସହିତ ଦୁନିଆର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ରୂପରେ ସମ୍ନାକୁ ଆସିଥିଲା । ଏଥିସହ ବିସିସିଆଇ 2,597 କୋଟି ଟଙ୍କା ଆହୁରି ଯୋଡି ଦେଇଛି ।

2018 ଆଇପିଏଲ ସମୟରେ ବିସିସିଆଇ ଏଥିରୁ 4,017 କୋଟି ଟଙ୍କା ହାସଲ କରିଛି । ବାଲାନ୍ସ ସିଟ ଏବେବି ଠିକ ଭାବରେ ସମ୍ନାକୁ ଆସିନାହିଁ । 2019-20 ଆଇପିଏଲ ଇନକମ ଲିଷ୍ଟ ମଧ୍ୟ ଏଯାବତ ଆସିନାହିଁ ।

ଏହା ଧ୍ୟାନରେ ରଖିବା ଆବଶ୍ୟକ କି, ବିସିସିଆଇ ଏବେବି କେତେକ ମୋକଦ୍ଦମା କୋର୍ଟରେ ଲଢ଼ୁଛି । ବିସିସିଆଇ ଇନକମ ଟ୍ୟାକ୍ସ ଦେବାସହ ଆଇପିଏଲ ଟିମ କୋଚି ଟସ୍କର୍ସ କେରଳା, ଡେକାନ ଚାର୍ଜର୍ସ ପାଇଁ କେସ ଲଢ଼ିବାକୁ ପଡୁଛି । ଯଦି ବିସିସିଆଇ ଏଥିରେ ଦୋଷୀ ସାବ୍ୟସ୍ତ ହେଲା ତାହେଲେ ବିସିସିଆଇର ଚିନ୍ତା ବଢିଯିବ କାରଣ ମୋକଦ୍ଦମା ହାରିବାପରେ ବିସିସିଆଇକୁ ଏହାର ଭରଣା କରିବାକୁ ହେବ ।

Google

ବିତ୍ତୀୟ ବର୍ଷ 2018-19 ରେ ବିସିସିଆଇକୁ ଆୟ 828 କୋଟି ଟଙ୍କା ମିଡ଼ିଆ ଠାରୁ ଆସିଥିଲା । 2014-15 ମସିହାରେ ବିସିସିଆଇର ମୋଟ ସମ୍ପତ୍ତି 5,438 କୋଟିର ଥିଲା । ବିସିସିଆଇ 2015-16 ମସିହାରେ ମୋଟ ଆୟ 2,408 କୋଟି କରିଥିଲା ଓ ବିସିସିଆଇର ସମ୍ପତ୍ତି ସମୁଦାୟ 7,847 କୋଟି ହୋଇଯାଇଥିଲା ।

2016-17 ମସିହାରେ ବିସିସିଆଇର ମୋଟ ସମ୍ପତ୍ତି 8,431 କୋଟି ହୋଇଯାଇଥିଲା । 2017-18 ରେ ବିସିସିଆଇ ନିଜର ସମ୍ପତ୍ତି ବୃଦ୍ଧି କରି 11,892 କୋଟି ଟଙ୍କାରେ ପହଞ୍ଚାଇଥିଲା । 2018-19 ରେ ବାଲାନ୍ସ ସିଟ 14,889 କୋଟି ଟଙ୍କା ବଢିଯାଇଥିଲା ।

ବିସିସିଆଇର ଅଧିକାରୀ ପ୍ରସାରଣକର୍ତା ଷ୍ଟାର ଇଣ୍ଡିଆ ଭାରତରେ ଖେଳାଯାଉଥିବା ପ୍ରତେକ ଇଣ୍ଟରନାଶନାଲ ମ୍ୟାଚରେ 43.20 କୋଟି ଟଙ୍କା ଭରଣା କରିଥାଏ । 2018-19 ମସିହାରେ ବିସିସିଆଇ ପ୍ରାୟ ପ୍ରାୟ 22 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଆୟୋଜନ କରିଥିଲା । ଯେଉଁଥିରେ 7ଟି ଟେଷ୍ଟ, 10ଟି ଦିନିକିଆ ଓ 5ଟି t-20 ଖେଳାଯାଇଥିଲା । ଏଥିରୁ 950.40 କୋଟି ଆସିଥିଲା ।

ଏତଦବ୍ୟତୀତ ବିସିସିଆଇ ପାଖରେ ମୋଟ 7ଟି ସ୍ପନ୍ସର ଅଛନ୍ତି। ସେଗୁଡିକ ଯଥାକ୍ରମେ: ଷ୍ଟାର ସ୍ପୋର୍ଟସ, ବୈଜୁ, ପେଟିଏମ, ଡ୍ରିମ 11, ହୁଣ୍ଡାଇ ଓ ଅମ୍ବୁଜା ସିମେଣ୍ଟ ଓ କିଟ ସ୍ପନ୍ସର ମଧ୍ୟ ରହିଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *