୧୫ ଲକ୍ଷରୁ ଅଧିକ କୃଷକଙ୍କର ଅଟକି ଯାଇଛି ସପ୍ତମ କିସ୍ତିର ଟଙ୍କା, ଯଦି ଆପଣ ମଧ୍ୟ କରୁଛନ୍ତି ଏମିତି, ତା ହେଲେ ଆସିବନି ଟଙ୍କା, ଜାଣନ୍ତୁ କଣ ପାଇଁ ଅଟକିଛି କିସ୍ତି?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୦୦୦ ଟଙ୍କାର କିସ୍ତିକୁ ବର୍ତ୍ତମାନ ମଧ୍ୟ ଲକ୍ଷ ଲକ୍ଷ କୃଷକ ଅପେକ୍ଷା କରିଛନ୍ତି, ତେବେ ମୋଦି ସରକାର ଡିସେମ୍ବର ୨୫ ତାରିଖରେ ୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୧୮,୦୦୦ କୋଟି ଟଙ୍କା କିସ୍ତି ଭାବରେ ରଖିସାରିଛନ୍ତି | ଏହା ସତ୍ତ୍ୱେ ମଧ୍ୟ ଟେକ୍ନୋଲୋଜି ତ୍ରୁଟି ଏବଂ ରେଜିଷ୍ଟ୍ରେସନ ସମୟରେ କରାଯାଇଥିବା ମଣିଷ ଦ୍ୱାରା ଭୁଲ ପାଇଁ ବର୍ତ୍ତମାନ ଜାନୁୟାରୀ ୫ ତାରିଖ ପର୍ଯ୍ୟନ୍ତ ୧୫ ଲକ୍ଷ କୃଷକଙ୍କ ଆକାଉଣ୍ଟରେ ୭ତମ କିସ୍ତି ପହଞ୍ଚି ପାରିନାହିଁ | ଯେପରି ୬ତମ କିସ୍ତିକୁ ୪୩ ଲକ୍ଷରୁ ଅଧିକ ଚାଷୀ ଅପେକ୍ଷା କରିଛନ୍ତି | ସରକାର ଏଫଟିଓ ଜେନେରେଟ କରି ଦେଇଛନ୍ତି | କିନ୍ତୁ ସେମାନଙ୍କ ଖାତାରେ ରାଶି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ | ଏହି ସଂଖ୍ୟାଗୁଡିକ ପିଏମ କିଷାନ ପୋର୍ଟାଲର ଅଟେ | ୨୦ ଲକ୍ଷ କୃଷକଙ୍କ ପଞ୍ଚମ କିସ୍ତି ଅଟକି ରହିଥିବା ବେଳେ, ଅଢେଇ ଲକ୍ଷରୁ ଅଧିକ କୃଷକଙ୍କର ପେମେଣ୍ଟ ବିଫଳ ହୋଇଛି | ସୂଚନା ଅନୁସାରେ, ପିଏମ କିଷାନ ସ୍କିମରୁ ଏପର୍ଯ୍ୟନ୍ତ ୧୧ କୋଟି ୪୭ ଲକ୍ଷ କୃଷକ ଯୋଡି ହୋଇସାରିଛନ୍ତି |

Google

ଜାଣନ୍ତୁ କଣ ପାଇଁ ଅଟକିଛି କିସ୍ତି :-

ଯଦି ଆପଣଙ୍କୁ ଡିସେମ୍ବରର ୨୦୦୦ ଟଙ୍କାର କିସ୍ତି ମିଳିନାହିଁ, ତେବେ ହୋଇପାରେ ଆପଣଙ୍କ ଡକ୍ୟୁମେଣ୍ଟରେ କୌଣସି ତ୍ରୁଟି ରହିଯାଇଛି | ଆପଣଙ୍କ ଆଧାର,ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଭୁଲ ଥିବ | ଯଦି ଏପରି ହୋଇଥିବ, ତେବେ ଆପଣଙ୍କୁ ନଭେମ୍ବରର କିସ୍ତି ମଧ୍ୟ ମିଳିନଥିବ | ଏହି ଭୁଲ ବା ତ୍ରୁଟିକୁ ଆପଣ ଘରେ ବସି ଦୂର କରିପାରିବେ| ଏଥିପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟର (CSC) ଯିବାକୁ ମଧ୍ୟ ପଡ଼ିବନାହିଁ |

Google

ଜାଣନ୍ତୁ ସହଜ ଟିପ୍ସ –

PM-Kisan Scheme ର ଅଫିସିଆଲ ୱେବସାଇଟ (https://pmkisan.gov.in/) କୁ ଯାଆନ୍ତୁ | ଏହାର ଫର୍ମର କର୍ଣ୍ଣର ଭିତରକୁ ଯାଇ Edit Aadhaar Details ଅପସନ ଉପରେ କ୍ଲିକ କରନ୍ତୁ |

ଏଠାରେ ଆପଣ ଆଧାର ନମ୍ବର ପଞ୍ଜିକରଣ କରନ୍ତୁ | ଏହା ପରେ ଏକ କ୍ୟାପଚା କୋଡ ଦେଇ ସବମିଟ କରନ୍ତୁ |

ଯଦି ଆପଣଙ୍କର କେବଳ ନାମ ଭୁଲ ରହିଛି, ଅର୍ଥାତ ଆପ୍ଲିକେସନ ଏବଂ ଆଧାରରେ ଆପଣଙ୍କ ନାମ ଉଭୟ ଅଲଗା ଅଲଗା ରହିଛି, ତେବେ ଆପଣ ଏହାକୁ ଅନଲାଇନରେ ଠିକ କରିପାରିବେ |

ଯଦି ଅନ୍ୟ କୌଣସି ଭୁଲ ଅଛି, ତେବେ ଏହାକୁ ଆପଣଙ୍କର ଲେଖପାଲ ଏବଂ କୃଷି ବିଭାଗ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ |

ଏହା ବ୍ୟତୀତ ୱେବସାଇଟରେ ଦିଆଯାଇଥିବା Helpdesk ଅପସନ ଉପରେ କ୍ଲିକ କରିବା ପରେ ଆପଣ ଆଧାର ନମ୍ବର, ଆକାଉଣ୍ଟ ନମ୍ବର ଏବଂ ମୋବାଇଲ ନମ୍ବର ଏଣ୍ଟର କରିବା ପରେ ଯେକୌଣସି ଭୁଲ ଥିବ, ତାକୁ ସଂଶୋଧନ କରିପାରିବେ | ଯେପରି ଆଧାର ନମ୍ବରର ସଂଶୋଧନ,ବନାନରେ ଭୁଲ ଏଭଳି ଭୁଲକୁ ଠିକ କରାଯାଇପାରିବ| ଆପଣଙ୍କର ଟଙ୍କା କାହିଁକି ଅଟକି ଯାଇଛି, ଏହା ବିଷୟରେ ମଧ୍ୟ ସୂଚନା ମିଳିଯିବ, ଯାହାଫଳରେ ଆପଣ ଭୁଲଗୁଡ଼ିକୁ ସଂଶୋଧନ କରିପାରିବେ |

ଜାଣନ୍ତୁ କେବେ ଆସିଥାଏ କିସ୍ତି :-

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ ମୋଦି ସରକାର ଫେବୃଆରୀ ୨୪ ତାରିଖ ୨୦୧୯ ରେ ଆରମ୍ଭ କରିଥିଲେ ଏବଂ ଏହା ଡିସେମ୍ବର ୧ ତାରିଖ ୨୦୧୮ ଠାରୁ ହିଁ ପ୍ରଭାବିତ ହୋଇଥିଲା | ଏହି ସ୍କିମ ଅନୁଯାୟୀ ସରକାର କ୍ଷୁଦ୍ର ଚାଷୀଙ୍କୁ ପ୍ରତିବର୍ଷ ତିନି କିସ୍ତିରେ ୬୦୦୦ ଟଙ୍କା ଦେଇଥାନ୍ତି | ପ୍ରଥମ କିସ୍ତି ଏପ୍ରିଲ ୧ ତାରିଖରୁ ଜୁଲାଇ ୩୧ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟ ୧ ତାରିଖରୁ ନଭେମ୍ବର ୩୦ ଏବଂ ତୃତୀୟ କିସ୍ତି ଡିସେମ୍ବର ୧ ତାରିଖରୁ ମାର୍ଚ୍ଚ ୩୧ ମଧ୍ୟରେ ଆସିଥାଏ | କିସ୍ତି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରଯାଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *