ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ କ୍ରିକେଟରେ ଏକ ନମ୍ବର ହୋଇ ସୃଷ୍ଟି କଲା ଇତିହାସ,ପଢନ୍ତୁ ପୁରା ଖବର

କେନ୍ ୱିଲିୟମସନଙ୍କ ନ୍ୟୁଜିଲାଣ୍ଡ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ପ୍ରଥମଥର ଭାବରେ ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚି କୀର୍ତ୍ତିମାନ ହାସଲ କରିଛି। ପାକିସ୍ଥାନକୁ ଗୋଟିଏ ଇନିଂସରେ ୧୭୬ ରନରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡ ଏହି ରେକର୍ଡ ସୃଷ୍ଟି କରିଛି।

କିଛି ଦିନ ପୂର୍ବରୁ ଦଳର ଅଧିନାୟକ କେନ୍ ୱିଲିୟମସନ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ରାଙ୍କରେ ପ୍ରଥମ ସ୍ଥାନରେ ପହଞ୍ଚିଥିଲେ। ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜକୁ ୨-୦ରେ ମୂଳପୋଛ କରି କ୍ୱିୱି ଟିମ୍ ମଧ୍ୟ ଆଇସିସି ଟେଷ୍ଟ ଟିମ୍ ରାଙ୍କିଙ୍ଗର ୧ ନମ୍ବର ସ୍ଥାନରେ ପହଞ୍ଚିଯାଇଛନ୍ତି। ୱିଲିୟମସନ ପାକିସ୍ତାନ ବିପକ୍ଷରେ ଦୁଇଟି ଯାକ ଟେଷ୍ଟରେ ଦୁଇ ଶତକ ହାସଲ କରିଛନ୍ତି।

Google

ନ୍ୟୁଜିଲାଣ୍ଡ ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ପହଞ୍ଚିବା ପଛରେ ୱିଲିୟମସନ ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଅବଦାନ ରହିଛି। ଆଜି ମ୍ୟାଚ୍ ଜିତିବା ପରେ ମ୍ୟାକକୁଲମ ତାଙ୍କୁ ବିଜୟର ଟ୍ରଫି ପ୍ରଦାନ କରିଥିଲେ। ୱିଲିୟମସନ କହିଛନ୍ତି, ମ୍ୟାକକୁଲମଙ୍କ ଅଧିନାୟକ ସମୟରୁ ହିଁ ନ୍ୟୁଜିଲାଣ୍ଡ ଟିମ ସଂସ୍କୃତିରେ ପରିବର୍ତ୍ତନ ଆସିଥିଲା।

ପ୍ରଥମ ସ୍ଥାନରେ ପହଞ୍ଚିବା ପାଇଁ ଆମକୁ ଅନେକ କଠୋର ପରିଶ୍ରମ କରିବାକୁ ପଡିଛି। ଏହା ଆମ ପାଇଁ ଖୁସିର ମୁହୂର୍ତ୍ତ। ଯୁବ ଖେଳାଳୀମାନେ ଭଲ ପ୍ରଦର୍ଶନ କରିବା ଏହା ଏକ ଭଲ ଖବର। ବ୍ରେଣ୍ଡନଙ୍କ ଅଧିନାୟକତ୍ବ ସମୟରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଦଳରେ ପରିବର୍ତ୍ତନ ହୋଇଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *