ପେଟ ସହ ଜଡିତ ଏହି ସମସ୍ୟାକୁ କେବେ ଅଣଦେଖା କରନ୍ତୁ ନାହିଁ, ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ,ଜାଣନ୍ତୁ ସମସ୍ତ ପ୍ରକାର ରୋଗ ବିଷୟରେ

ସ୍ୱସ୍ଥ୍ୟ ସହିତ ଜଡିତ ଛୋଟ ଛୋଟ ଅସୁବିଧାକୁ ଆମେ ସବୁବେଳେ ଅଣଦେଖା କରିଦେଇଥାଉ। ସାଧାରଣତଃ ଲୋକଙ୍କ ପେଟ ବଥା, ଫୁଲିଯିବା ବାରମ୍ବାର ପରିସ୍ରା ଲାଗିବା ଓ ଡାଇରିଆ ପରି ଲକ୍ଷଣ ଉପରେ ଧ୍ୟାନ ଦେଇନଥାଉ। ଛୋଟ ଛୋଟ ଲାଗୁଥିବା ରୋଗ କିଛି ବଡ ଧରଣର ରୋଗ ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା ପେଟ ସହ ଜଡିତ କେଉଁ ସମାସ୍ୟାକୁ ଅଣଦେଖା କରିବା ଅନୁଚିତ।

ପେଟ ଆଣ୍ଟିଦେବା:-

ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପେଟ ଆଣ୍ଟିଦେବା କ୍ରୋହନ ରୋଗର ଏକ ସାଧାରଣ ଲକ୍ଷଣ। ଏହା ପାଚନ ତନ୍ତ୍ରରେ ଜ୍ଵଳନ କାରଣରୁ ହୋଇଥାଏ। ରୋଗ ସକ୍ରିୟ ହେବା ପରେ ପେଟର କଷ୍ଟ ବଢିଯାଏ। ଏହି କାରଣରୁ, ଆପଣଙ୍କୁ ଡାଇରିଆ, ଗଣ୍ଠି ଯନ୍ତ୍ରଣା ଏବଂ ଓଜନ ହ୍ରାସ ଭଳି ସମସ୍ୟା ମଧ୍ୟ ହୋଇପାରେ।

Google

ଶୌଚରେ ରକ୍ତ ଆସିବା:-

ଯଦି ଆପଣଙ୍କ ଶୌଚରେ ରକ୍ତ ଆସୁଅଛି ତେବେ ଜମାରୁ ଅଣଦେଖା କରନ୍ତୁ ନାହିଁ। ଡାକ୍ତରଙ୍କୁ ସଙ୍ଗେ ସଙ୍ଗେ ପରମର୍ଶ କରନ୍ତୁ। ବବାସିର ହେଲେ ଶୌଚରେ ରକ୍ତ ଆସିଥାଏ। ଏହା ବ୍ଯତୀତ, ଏହା କୋଲନ କ୍ୟାନ୍ସର, କୋଲନ ପୋଲିପ୍ସ କୋଲାଇଟିସ ଇ ଡାୟବର୍ଟିକୁଲୋସିସର ସଂକେତ ମଧ୍ୟ ହୋଇଥାଏ।

ଲଗାତର ଝାଡା:-

ଯଦି ଆପଣଙ୍କ ଝାଡା ହେଉଛି ଓ ଝାଡା ବନ୍ଦ ହେଉନାହିଁ ତେବେ ଏହା କାରଣରୁ ପେଟରେ ଇନଫେକସନ ହୋଇପାରେ। ଏହା କାରଣରୁ ଆପଣଙ୍କୁ ଇରିଟେବଲ ବଏଲ ସିଣ୍ଡ୍ରୋମ ହୋଇପାରେ। ଏହି ଇନଫେକସନ ଥାଇରଏଡ ଡିସଅର୍ଡର କିମ୍ବା କୌଣସି ଫୁଡ ଏଲର୍ଜି ଯୋଗୁଁ ହୋଇଥାଏ।

ପେଟରେ ଫୁଲା:-

ଯଦି କିଛି ଖାଇବା କିମ୍ବା ପିଇବା ପରେ ଆପଣଙ୍କ ପେଟ ଫୁଲିଯାଏ, ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ପେଟ ଭିତରେ ଥିବା କୋଷଗୁଡ଼ିକର ବୃଦ୍ଧି, ସଂକ୍ରମଣ କିମ୍ବା ହର୍ନିଆ ପରି ପରିସ୍ଥିତିରେ ଖାଦ୍ୟ ଏବଂ ତରଳ ପଦାର୍ଥ ଆପଣଙ୍କ ଅନ୍ତନଳୀ ମାଧ୍ୟମରେ ଶରୀରରେ ପହଞ୍ଚେ ନାହିଁ। ଏହି କାରଣରୁ, ପେଟରେ ଫୁଲା ଏବଂ ଗ୍ୟାସ ପାସ କରିବାରେ ଅସୁବିଧା ହୋଇପାରେ। ଯଦି ଆପଣଙ୍କର ଏହି ଲକ୍ଷଣଗୁଡ଼ିକ ଅଛି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

Google

ରକ୍ତ ବାନ୍ତି:-

ଯଦି ଆପଣଙ୍କ ବାନ୍ତିରେ ରକ୍ତ ଯାଉଛି ତେବେ ସାବଧାନ ହୋଇଯାନ୍ତୁ। ଏହାର ଅର୍ଥ ହୁଏତ ଆପଣଙ୍କର ଅଲସର ଅଛି। ପେଟ କିମ୍ବା ଉପର ଅନ୍ତନଳୀରେ କ୍ଷତ ଅଛି ଯେଉଁଥିପାଇଁ ରକ୍ତ ବାନ୍ତିରେ ଆସେ। ଏପରି ପରିସ୍ଥିତିରେ ଆପଣଙ୍କ ଛାତି ଜଳୁଥିବା ଅନୁଭବ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସାଧାରଣତଃ ଏହି ଲକ୍ଷଣଗୁଡିକ ଔଷଧ ଖାଇବା ପରେ ଭଲ ହୋଇଯାଏ କିନ୍ତୁ ଆପଣଙ୍କୁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବାକୁ ପଡିବ।

ନାଭିରେ ବଥା:-

ଯଦି ଆପଣଙ୍କ ନାଭିରେ ବଥା ରହୁଛି ତେବେ ୟୁରିନାରୀ ଟ୍ରେକ୍ତ ଇନଫେକସନ ହେବାର ସଂକେତ ହୋଇପାରେ। ଏହି ଅସୁବିଧା ସବୁବେଳେ ହୋଇଥାଏ। ଏହା ଯୋଗୁଁ ପେଟରେ ବଥା ଓ ଚାପ ଅନୁଭବ ହୁଏ। ଏହା ବ୍ୟତୀତ ଜ୍ଵର କିମ୍ବା ପରିସ୍ରା କରୁଥିବା ସମୟରେ ଜ୍ଵଳନ ଅନୁଭବ ହୁଏ। ଏହା ଏପେଣ୍ଡିକ୍ସର ଆରମ୍ଭ ହୋଇଥାଏ।

ପେଟର ଉପର ଅଂଶରେ ବଥା:-

ପେଟର ଉପର ଅଂଶରେ ଅଚାନକ ବଠ ଗୋଲବ୍ଲଡ଼ର ଆଟାକର ଲକ୍ଷଣ ଅଟେ। ଏହା ସେତେବେଳେ ହୁଏ ଯେତେବେଳେ ପିତ୍ତର ପଥରି ଯୋଗୁଁ ଆପଣଙ୍କ ପିତ୍ତ ନଳିକାରେ ରୁକାବଟ ଆସେ। ଏହା କାରଣରୁ ଆପଣଙ୍କ କାନ୍ଧରେ ବଥା, ବାନ୍ତି ପରି ଅନୁଭବ ହୁଏ।

ପେଟର ତଳ ଅଂଶରେ ବଥା:-

ପେଟର ତଳ ଅଂଶରେ ଡାହାଣ ପଟେ ଅଚାନକ ବଥା ହେବା ଏପେଣ୍ଡିସାଇଟର ଲକ୍ଷଣ ଅଟେ। ଏହି ବଥା ସବୁବେଳେ ନାଭି ପାଖରୁ ଆରମ୍ଭ ହୋଇ ପେଟର ଡାହାଣ ପଟେ ବଢିବାକୁ ଲାଗିଥାଏ। ଏହି ବଥାକୁ ସହି ହୁଏ ନାହିଁ।

Google

ଜୋର ଭୋକ ଲାଗିବା କାରଣରୁ ପେଟ ବଥା:-

ପେଟର ଅଲସର ଖୋଲା କ୍ଷତ ପରି ହୋଇଥାଏ। ଏହି ଅଲସର ଅଧିକ ଭୋକ କାରଣରୁ ଆପଣଙ୍କ ପେଟରେ ଜଳୁଥିବା ସମ୍ବେଦନଶୀଳତା ଏବଂ ଯନ୍ତ୍ରଣା ଦେଇପାରେ। ଯେତେବେଳେ ଆପଣ ଭୋକିଲା ଅନୁଭବ କରନ୍ତି ଏହି ଯନ୍ତ୍ରଣା ସାଧାରଣତଃ ଅନୁଭବ ହୁଏ। ଆପଣ ଏହି ଯନ୍ତ୍ରଣାକୁ ପିଠି ଏବଂ ବେକରେ ମଧ୍ୟ ଅନୁଭବ କରିପାରିବେ।

ପେଟ ଫୁଲ ଲାଗିବା:-

କମ ଖାଦ୍ୟ ଖାଇବା ପରେ ଯଦି ଆପଣଙ୍କ ପେଟ ଭରିଗଲା ଭଳି ଲାଗେ ତେବେ ଏହା ସାମାନ୍ୟ ନୁହେଁ। ଏହା ଅଲସର ଓ ଗ୍ୟାସ୍ତ୍ରୋଏସୋଫେଗଲ ରିଫ୍ଲକ୍ସ ରୋଗ ଅଟେ ଓ ଏହି କାରଣରୁ ହୋଇଥାଏ। ଯଦି ଆପଣଙ୍କୁ ୧୦ବର୍ଷରୁ ଅଧିକ ସମୟ ଧରି ଡାଇବେଟିସ ଅଛି ତେବେ ଆପଣଙ୍କୁ ଗ୍ୟାସ୍ତ୍ରୋପରେସିସର ସମସ୍ଯା ହୋଇପାରେ। ଏହି କାରଣରୁ ଆପଣଙ୍କ ପେଟ ଅତିଶୀଘ୍ର ଖାଲି ହୁଏନାହିଁ। ଯେତେଶୀଘ୍ର ହେବା କଥା। ଗମ୍ଭୀର ସ୍ଥିତିରେ ପେଟ କିମ୍ବା ଅଭେରୀୟନ କ୍ୟାନ୍ସର ମଧ୍ୟ ହୋଇପାରେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *