AUS vs IND : ଦେଖନ୍ତୁ ଭିଡ଼ିଓ,ରାଷ୍ଟ୍ରୀୟ ସଙ୍ଗୀତ ଗାନ କରୁଥିବା ସମୟରେ କାନ୍ଦି ପକାଇଲେ ସିରାଜ,ଜାଣନ୍ତୁ ଲୁହ ଝରିବାର କାରଣ ?

ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଦିନ ଭାରତ ସିଡନୀ ଠାରେ ତୃତୀୟ ଟେଷ୍ଟ ଖେଳିବା ପୂର୍ବରୁ ରାଷ୍ଟ୍ର ସଙ୍ଗୀତ ଗାନ କରାଯାଉଥିବା ସମୟରେ ଭାରତୀୟ ସିମର ମହମ୍ମଦ ସିରାଜ ଭାବୁକ ହୋଇ କାନ୍ଦି ପକାଇଥିଲେ । ପୂର୍ବରୁ ମଧ୍ୟ ଏପରି ଦେଖିବାକୁ ମିଳିଥିଲା ଯେତେବେଳେ ସିରାଜ ନିଜର ପ୍ରଥମ ମ୍ୟାଚ ଖେଳିଥିଲେ ସେତେବେଳେ ମଧ୍ୟ ରାଷ୍ଟ୍ର ଗାନ କରୁଥିବା ସମୟରେ ଭାବୁକ ହୋଇଯାଇଥିଲେ ।

Google

ମହମ୍ମଦ ସିରାଜଙ୍କ ଏହି ଭିଜୁଆଲ ସମ୍ନାକୁ ଆସିଛି । ସିରାଜଙ୍କର ଏହି ଭାଇରାଲ ଫୋଟୋ ଉପରେ ଫ୍ୟାନ ମାନେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ପିତାଙ୍କ ମୃତ୍ୟୁରେ ସିରାଜ ଭାରତ ଯାଇ ପାରିନଥିଲେ ଓ ଅଷ୍ଟ୍ରେଲିଆରେ ରହିଯାଇଥିଲେ । ସେ ଏହାପରେ କହିଥିଲେ ତାଙ୍କ ପିତା ସର୍ବଦା ତାଙ୍କୁ ଭାରତ ପାଇଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ ।

ସିରାଜଙ୍କ ଏହି ଭାବୁକ ହୋଇଯିବା କଥା ଉପରେ ପୂର୍ବ ଓପନର ୱାସିମ ଜାଫର କହିଥିଲେ, ଭାରତୀୟ ଖେଳାଳି କ୍ରାଉଡ଼ ପାଇଁ ଖେଳିନଥାନ୍ତି । ଦେଶ ପାଇଁ ଖେଳିବାର ଯେଉଁ ପ୍ରେରଣା ଥାଏ ତାହା କୌଣସି କ୍ରାଉଡ଼ରେ ନଥାଏ । ବର୍ତ୍ତମାନ ଯୁବ ପ୍ରତିଭା ସିରାଜ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ଯୁବ ତାରକାଙ୍କୁ ବହୁତ ପ୍ରେରଣା ଦେବ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *