ସୋନୁ ସୁଦଙ୍କ ନାଁରେ FIR ଦାଖଲ, ଜାଣନ୍ତୁ କାରଣ

ଚଳଚିତ୍ରରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁରେ ଆସିଛି ଏଫ-ଆଇ-ଆର। ମୁମ୍ବାଇ ପୋ-ଲି-ସ ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି। ବିଏମସି ସୋନୁଙ୍କ ନାଁରେ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ।

ମୁମ୍ବାଇର ଜୁହୁରେ ଥିବା ତାଙ୍କର ଛଅ ମହଲା ବିଶିଷ୍ଟ ବଙ୍ଗଳାକୁ ସୋନୁ ସୁଦ୍ ବ୍ୟବସାୟୀଙ୍କ ପ୍ରତିଷ୍ଠାନର ପରିଣତ କରିଦେଇଛନ୍ତି। ତାଙ୍କ ଘରକୁ ସେ ବିନା କୌଣସି ଅନୁମତିରେ ହୋଟେଲରେ ପରିଣତ କରିଥିବା ପାଇଁ ବିଏମସି ଅଭିଯୋଗ କରିଛନ୍ତି।

ବିଏମସି ଗତ ୪ ତାରିଖରେ ଜୁହୁ ପୋ-ଲି-ସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗରେ କୁହାଯାଇଛି ଯେ, ସୋନୁ ସୁଦ୍ ଶକ୍ତିସାଗର ବିଲ୍ଡିଂକୁ ବିନା ସରକାରୀ ଅନୁମତିରେ ହୋଟେଲରେ ପରିଣତ କରିଦେଇଛନ୍ତି। ଏହି ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ ପ୍ଲାନିଂ ଆକ୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ବିଏମସି ନିବେଦନ କରିଛନ୍ତି।

ସୋନୁ ସୁଦ୍ ଏହି ଅଭିଯୋଗକୁ ନେଇ କହିଛନ୍ତି, ବ୍ୟବସାୟିକ ପ୍ରତିଷ୍ଠାନ ତଥା ୟୁଜର ପରିବର୍ତ୍ତନ ପାଇଁ ବିଏମସିକୁ ସେ ଅନୁମତି ମାଗିଥିଲେ। କିନ୍ତୁ, କରୋନା ମହାମାରୀ ଯୋଗୁଁ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ଅନୁମତି ମିଳିପାରି ନଥିଲା। ସୋନୁ ସୁଦ୍ ଅନୁମତି ପାଇଁ ଅପେକ୍ଷା କରିଥିବା ବେଳେ, ପୋ-ଲି-ସ ଘଟଣାର ବିଷୟରେ ତଦନ୍ତ ଜାରି ରଖିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *