ମହିଳା ନିଜ କାରରେ ଲଗାଇଥିଲେ ରତନ ଟାଟାଙ୍କ କାର ନମ୍ୱର୍ ପ୍ଲେଟ, ଇ-ଚାଲାଣ କାଟିବାରୁ ଖୋଲିଲା ସବୁ ରାଜ,ଜାଣନ୍ତୁ ପୁରା ଘଟଣା

ମୁମ୍ବାଇରେ ଏକ ମଜାଳିଆ ମାମଲାଟି ସାମ୍ନାକୁ ଆସିଛି। ମୁମ୍ବାଇରେ ଜଣେ ମହିଳା ରତନ ଟାଟାଙ୍କ କାରର ନମ୍ବର ପ୍ଲେଟ ବ୍ୟବହାର କରି ନିଜ କାର ଚଳାଉଛନ୍ତି। ଏହା ସେତେବେଳେ ଜଣାପଡି଼ଥିଲା, ଯେତେବେଳେ ମୁମ୍ବାଇ ପୋଲିସ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଦେଶର ବଡ଼ ଶିଳ୍ପପତି ରତନ ଟାଟାଙ୍କ ଠାରେ ଚାଲାଣ ପଠାଇଥିଲେ।

ପୋଲିସକୁ କହିଛନ୍ତିିଯେ, ଅଭିଯୁକ୍ତ ମହିଳା ତାଙ୍କ କାରରେ ରତନ ଟାଟାଙ୍କ କାରର ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ପୋଲିସଙ୍କ ଅନୁସାରେ, ମହିଳାଜଣକ କହିଛନ୍ତିଯେ, ତାଙ୍କୁ ଏହି କଥା ବିଷୟରେ ଜଣାନଥିଲାକି ତାଙ୍କ କାରରେ ଲାଗିଥିବା ନମ୍ବର ପ୍ଲେଟ ରତନ ଟାଟାଙ୍କ କାରର ନମ୍ବର ପ୍ଲେଟ ଅଟେ।

Google

ମହିଳା ଜଣକ ପୋଲିସକୁ କହିଛନ୍ତିଯେ, ଜଣେ ଜ୍ୟୋତିଷ ତାଙ୍କୁ ତାଙ୍କ କାର ପାଇଁ ଏକ ସ୍ୱତନ୍ତ୍ର ନମ୍ବର ପ୍ଲେଟର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ମହିଳା ଜଣକ ସେହି ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ପୋଲିସ କହିଛିଯେ, ଏହି ଘଟଣାଟି ରାତିରେ ହୋଇଥିଲା ଏବଂ ଅଭିଯୁକ୍ତ ଜଣକ ମହିଳା ଥିଲେ, ତେଣୁ ମହିଳାଙ୍କୁ ତୁରନ୍ତ ପୋଲିସ ଷ୍ଟେସନକୁ ଡକାଯାଇ ନଥିଲା।

ମହିଳାଙ୍କୁ ବୁଧବାର ଦିନ ପଚରାଉଚରା ପାଇଁ ଡକାଯାଇଥିଲା ଏବଂ ମହିଳା ଜଣଙ୍କୁ ଗିରଫ କରିବାରେ ବହୁତ ଆଶା ରହିଛି। ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଇପିସିର ଧାରା ୪୨୦ ଏବଂ ୪୬୫ର ମାମଲା ରୁଜୁ କରିଛି। ପୋଲିସ କହିଛିଯେ, ରତନ ଟାଟାଙ୍କ ଉପରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ପାଇଁ ଜରିମାନା ଲଗା ଯାଇଥିଲା କିନ୍ତୁ ସେ କୌଣସି ଟ୍ରାଫିକ ନିୟମ ଭାଙ୍ଗି ନଥିଲେ।

ଟାଟା ସମୂହ ଅଧିକାରୀ କହିଲେକି ରତନ ଟାଟାଙ୍କ ତରଫରୁ ଏମିତି କୌଣସି ନିୟମ ଭଙ୍ଗା ଯାଇନାହିଁ। ଯାହା ପରେ ଏହି ମାମଲା ବିଷୟରେ ଜଣା ପଡ଼ିଛି। ପୋଲିସ ମାଟୁଙ୍ଗା ପୋଲିସ ଷ୍ଟେସନରେ କାରକୁ ଜବତ କରିନେଇଛି। ମହିଳା ଓ ତାଙ୍କର କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରାଯାଇଛି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଲେକି ଆରୋପୀ ଜ୍ୟୋତିଷ ଅଙ୍କର ଲାଭ ନେବା ପାଇଁ ନମ୍ୱର୍ ପ୍ଲେଟରେ ହେରଫେର କରି ନକଲି ନମ୍ବରକୁ ବ୍ୟବହାର କରିଥିଲେ। ରତନ ଟାଟାଙ୍କ କାରକୁ ପଠାଯାଇଥିବା ସମସ୍ତ ଇ-ଚାଲାଣ ବର୍ତ୍ତମାନ ଆରୋପୀଙ୍କ ନାମକୁ ଟ୍ରାନସଫର କରିଦିଆଯାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *