ବ୍ୟବହାର ହୋଇସାରିଥିବା କ-ଣ୍ଡୋ-ମ ମଧ୍ୟରେ ଫସିଗଲା ସାପ,ଉଦ୍ଧାର କରିବାକୁ ଆସିଲା ବନ ବିଭାଗ,ଜାଣନ୍ତୁ ପୁରା ଘଟଣା

ମୁମ୍ବାଇରେ ଏକ ଅଜୀବ ଘଟଣା ଦେଖିବାକୁ ମିଳିଛି । ଯେଉଁଠାରେ ଏକ ସାପ ବ୍ୟବହାର ହୋଇସାରିଥିବା କ-ଣ୍ଡୋ-ମ ମଧ୍ୟରେ ଫସିଯାଇଥିଲା ଓ ସେ ନିଶ୍ୱାସ ନେବାରେ ଅସମର୍ଥ ହେଉଥିଲା । ଏହାପରେ ବନ ବିଭାଗ ଟିମ ଆସି ସାପଟିକୁ କ-ଣ୍ଡୋ-ମ ଭିତରୁ ଉଦ୍ଧାର କରିଥିଲେ ।

ମୀତା ମାଲବଙ୍କର ନାମକ ମହିଳା ଜଣକ ସାପଟିକୁ ଏହିପରି ଅବସ୍ଥାରେ ଦେଖି ବନ ବିଭାଗକୁ ଫୋନ କରିଥିଲେ । ଘଟଣା ସ୍ଥଳର ଲୋକମାନଙ୍କ କହିବା କଥା ହେଲା ସାପଟିର ମୁହଁରେ ପ୍ଲାଷ୍ଟିକ ଥଳି ଲାଗିବାପରେ ତାକୁ ସେଥିରୁ ବାହାରିବା ପାଇଁ ସମସ୍ୟା ହୋଇଥିଲା । ଯାଞ୍ଚ ପରେ ଏହା ଜଣାପଡିଲା ଲୋକମାନେ ଯାହାକୁ ପ୍ଲାଷ୍ଟିକ ଥଳି ଭାବୁଥିଲେ ତାହା ଅସଲରେ ଏକ କ-ଣ୍ଡୋ-ମ ଥିଲା ।

ସାପ ବଞ୍ଚାଉଥିବା ଟିମ ସେଠାକୁ ଆସି ସାପ ମୁହଁରୁ କ-ଣ୍ଡୋ-ମ ବାହାର କରିଥିଲେ ଓ ସାପ ଆଶ୍ଵସ୍ତି ହୋଇଥିଲା । ମୀତାଙ୍କ କହିବା ହେଲା ସାପର ମୁହଁରେ କ-ଣ୍ଡୋ-ମ ଲାଗି ରହିଥିବା କାରଣରୁ ଅକ୍ସୀଜେନର ଅଭାଵ ଥିଲା ଓ ସେ ନିଶ୍ୱାସ ନେଇପାରୁନଥିଲା । ସାପ ବଞ୍ଚାଇବା ସଦସ୍ୟଙ୍କ କହିବା ହେଲା ଏହିକାମ ସେହି ସାପ ବିଶେଷଜ୍ଞ ହିଁ କରିଥିବ ।

ଏହି ମାମଲାରେ ଅଜ୍ଞାତ ଲୋକଙ୍କ ବିପକ୍ଷରେ ଜୀବଜନ୍ତୁଙ୍କ ପ୍ରତି ଏହିପରି କ୍ରୁରତା ପାଇଁ ଦଣ୍ଡ ମିଳିବା ଆବଶ୍ୟକ । ବଞ୍ଚାଇ ଯାଇଥିବା ସାପକୁ ବୋରିବାଲି ରାଷ୍ଟ୍ରୀୟ ଉଦ୍ୟାନରେ ଛଡ଼ାଯାଇଥିଲା । ଏହାପରେ ନାଶନାଲ ପାର୍କ ପଶୁ ଚିକିତ୍ସକ ଅଧିକାରୀ କହିଥିଲେ କି, ବର୍ତ୍ତମାନ ସାପର ଅବସ୍ଥା ଠିକ ରହିଛି।

ସଞ୍ଜୟ ଗାନ୍ଧୀ ପାର୍କର ପଶୁ ଚିକିତ୍ସକ କହିଥିଲେ କି, ସାପକୁ ଯେତେବେଳେ ଉଦ୍ୟାନକୁ ନିଆଯାଉଥିଲା ସେତେବେଳେ କୌଣସି ଅବସ୍ଥା ତାର ଠିକ ନଥିବାର ଦେଖାଯାଇଥିଲା। ଏହାପରେ ପରବର୍ତ୍ତୀ ସମୟରେ ତା’କୁ ସୁରକ୍ଷିତ ଛଡ଼ାଯାଇଥିଲା । ବନ ଅଧିକାରୀଙ୍କ ଦ୍ଵାରା ଏହି ମାମଲାରେ ଅଜ୍ଞାତ ବ୍ୟକ୍ତି ମାନଙ୍କ ବିରୋଧରେ କେସ ଦାରଜ କରାଯାଇଛି।

Leave a Reply

Your email address will not be published. Required fields are marked *