ପ୍ରେମକୁ ପ୍ରକାଶ କରିବା ପାଇଁ ବ୍ୟକ୍ତି ଜଣକ ନେଲେ ପାରାର ସାହାରା, ତା’ପରେ ଘଟିଲା ଏମିତି କିଛି,ଜାଣନ୍ତୁ ପୁରା ଘଟଣା

ପ୍ରେମକୁ ପ୍ରକାଶ କରିବାପାଇଁ ପ୍ରେମିକ ଏବଂ ପ୍ରେମିକା ବିଭିନ୍ନ ପ୍ରକାରର ପଦ୍ଧତି ଆପଣାଇଥାନ୍ତି | ଏହି କ୍ରମରେ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ପ୍ରପୋଜ କରିବା ପାଇଁ ଏକ ପାରାର ସାହାରା ନେଲେ ଏବଂ ତା’ପରେ ତାଙ୍କ ପାର୍ଟନରଙ୍କୁ ପ୍ରପୋଜ କରିବାକୁ ଲାଗିଲେ | କିନ୍ତୁ ଏହି ସମୟରେ ଯାହା ହେଲା ତାହା ଜାଣି ଆପଣଙ୍କୁ ମଧ୍ୟ ହସ ଲାଗିବ |

ଅଷ୍ଟ୍ରେଲୀୟ ଦମ୍ପତି ଜେସି ଏବଂ ଏରିନ ପରସ୍ପରକୁ ଭଲ ପାଉଥିଲେ ଏବଂ ଜେସି ନିଜ ଗର୍ଲଫ୍ରେଣ୍ଡ ଏରିନଙ୍କୁ ବିବାହ ପାଇଁ ପ୍ରପୋଜ କଲେ | ଯେଉଁଥିପାଇଁ ସେ ଏକ ପାରାର ସାହାଯ୍ୟ ନେଇଥିଲେ | ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ପାରାଟି ଝିଅଟିର ହାତ ଉପରେ ଆସି ବସି ଯାଉଥାଏ ଏବଂ ଯେପରି ଏରିନ ନିଜ ପକେଟରୁ ପାଞ୍ଚ ଡଲାର ବାହାର କରୁଛନ୍ତି ଏବଂ ପାରାଟି ହାତରେ ଏକ ଚିଠି ଦେଇ ଉଡ଼ିଯାଇଥାଏ | ଚିଠିଟିକୁ ପଢିବାପରେ ଝିଅଟି ଆଶ୍ଚର୍ଯ୍ୟ ହୋଇଯାଏ କାରଣ ସେଥିରେ ବିବାହ ନିମନ୍ତେ ପ୍ରସ୍ତାବ ରହିଥିଲା |

प्यार का इजहार

ଏହା ପରେ ମହିଳାଙ୍କ ପ୍ରେମିକ ଜେସି ତୁରନ୍ତ ଆଣ୍ଠୁରେ ବସି ଏରିନଙ୍କୁ ପ୍ରପୋଜ କରିଥିଲେ | ଝିଅଟି ହଁ କହିବା ମାତ୍ରେ ହିଁ ସେଠାରେ ଉପସ୍ଥିତ ଭିଡ ଲୋକମାନେ ଖୁସିରେ ଚିତ୍କାର କରିଉଠନ୍ତି ଏବଂ ଲୋକମାନେ କରତାଳି ଦେବା ଆରମ୍ଭ କରନ୍ତି |

ଏହି ଭିଡିଓକୁ ଅଷ୍ଟ୍ରେଲିଆ ଜୁ ନାମକ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରାଯାଇଛି, ଯାହା ପରେ ଦେଖୁ ଦେଖୁ ଏହା ଭାଇରାଲ ହୋଇଗଲା | ଲୋକମାନେ ବର୍ତ୍ତମାନ ଏହି ଭିଡିଓ ଉପରେ କମେଣ୍ଟ କରି ପ୍ରେମୀ ଯୁଗଳଙ୍କୁ ଅଭିନନ୍ଦନ ଜଣାଉଛନ୍ତି |

ଜୁ ତରଫରୁ ଏହି ବିଶେଷ ସମୟରେ ଲେଖାଯାଇଥିଲା, ଆମ ଅତିଥି, ଜେସି ଏବଂ ଏରିନଙ୍କୁ ଅଭିନନ୍ଦନ | ଯେଉଁମାନେ କି ଏହି ବର୍ଷ ସେହି ବିଶେଷ ମୁହୂର୍ତ୍ତଗୁଡିକର ପ୍ଲାନିଙ୍ଗ କରିଥିଲେ ? ଆପଣଙ୍କର ଏହି ମୁହୂର୍ତ୍ତଗୁଡିକ ସ୍ମରଣୀୟ କରିବା ପାଇଁ ଆମର ସମ୍ପୂର୍ଣ୍ଣ ଟିମ ଆପଣଙ୍କୁ ସାହାଯ୍ୟ କରିବ |

प्यार का इजहार

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *