ଚଳିତ ବର୍ଷ ପ୍ରଥମରୁ ବଢିଲା ତେଲ ଦର

ପେଟ୍ରୋଲ ଓ ଡିଜେଲ ଦର ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ। ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ଦରଦାମ ମଧ୍ୟ ତେଲ ଦର ଅନୁସାରେ କମ୍ ବେଶି ହୋଇଥାଏ। ତେଣୁ, ତେଲ ମୂଲ୍ୟ ଉପରେ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ। ୨୯ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାର ସୂଚନା ରହିଛି। ପେଟ୍ରୋଲ ଲିଟର ପିଛା ୨୪ରୁ ୨୬ ପଇସା ବଢ଼ିଥିବା ବେଳେ ଡିଜେଲ ଦର ୨୫ରୁ ୨୭ ପଇସା ବଢ଼ିଛି।ସୂଚନା ଅନୁସାରେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଛି।

Google

ଇଣ୍ଡିଆନ ଓଏଲର ୱେବସାଇଟ ଅନୁସାରେ, ବୁଧବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କା ୯୭ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୭୪ ଟଙ୍କା ୧୨ ପଇସା ହୋଇଛି। ସେହିପରି ଭୁବନଶ୍ବରରେ ପେଟ୍ରୋଲ ଦର ୮୪ ଟଙ୍କା ୬୧ ପଇସା ହୋଇଥିବାବେଳେ ଡିଜେଲର ମୂଲ୍ୟ ୮୦ ଟଙ୍କା ୭୪ ପଇସା ରହିଛି। ନୋଏଡାରେ ପେଟ୍ରୋଲ ମୂଲ୍ୟ ୮୩ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲର ମୂଲ୍ୟ ୭୪ ଟଙ୍କା ୫୫ ପଇସା ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *