୧୦ରେ ହେବ ମାଟ୍ରିକ ଫର୍ମ ଫିଲପ

ମହାମାରୀ କରୋନାର କୋପ ପାଇଁ ବହୁ ଦିନ ଧରି ବନ୍ଦ ରହିଥିବା ସ୍କୁଲ ଆସନ୍ତା ୮ ତାରିଖରେ ଖୋଲିବ। କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ରାଜ୍ୟ ସରକାର ପ୍ରକାଶ କରିଥିବା ବେଳେ, ଏବେ ମାଟ୍ରିକ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଫର୍ମ ପୂରଣ କେବଳ ଅନଲାଇନ୍ ଦ୍ଵାରା କରାଯାଇପାରିବ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବୃଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ କରାଯିବ। ବିନା ଜରିମାନାରେ ଜାନୁଆରୀ ୨୭ ଫି ଦାଖଲର ଶେଷ ଦିନ ବୋଲି ଧାର୍ଯ୍ୟ କରାଯାଇଛି।

ଏହାବ୍ୟତୀତ ବିନା ଜରିମାନାରେ ଜାନୁଆରୀ ୨୮ ଫର୍ମ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ଜରିମାନା ସହ ଫେବୃଆରୀ ୨ ପଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମ ଦାଖଲ କରିପାରିବେ।

ସୂଚନା ଅନୁସାରେ, ରାଜ୍ୟରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଖୋଲାଯିବ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଉଭୟ କ୍ଲାସ ୧୦୦ ଦିନ ପାଇଁ ପାଠ ପଢା ଯିବ। ଶନିବାର ଓ ରବିବାର ସ୍କୁଲ ବନ୍ଦ ରହିବନାହିଁ। ଏହି ଦିନ ମଧ୍ୟ ପାଠପଢ଼ା ଚାଲୁ ରହିବ। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ପାଠପଢ଼ା ହେବ। ଦ୍ବାଦଶ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ପଯ୍ୟନ୍ତ ପାଠପଢ଼ା ଚାଲୁ ରହିବ।

Google

କଣ୍ଟେନମେଣ୍ଟ ଜୋନରେ କ୍ୟୈଣସି ଶିକ୍ଷକ, ପିଲା ସ୍କୁଲ ଆସିବା ପାଇଁ ମନା ରହିଛି। କଣ୍ଟେନମେଣ୍ଟ ଜୋନ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ ରହିବ। ସ୍କୁଲ ଖୋଲିବା ପୂର୍ବରୁ ଆସବାପତ୍ର,ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ କରାଯିବ। ଶ୍ୟୈଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପରିବନି। ଏବେ କୌଣସି ହଷ୍ଟେଲ ଖୋଲିପାରିବେନି ବୋଲି ରାଜ୍ୟ ସରକାର କହିଛନ୍ତି। ସ୍କୁଲ ବସ ବଦଳରେ ଅଭିଭାବକ ପିଲାଙ୍କୁ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇପାରିବ ନାହିଁ।

କେବଳ ଅଭିଭାବକ ଏବଂ ପିଲା ରାଜି ଥିଲେ ସ୍କୁଲକୁ ଆସିପାରିବେ। ପ୍ରତି କ୍ଲାସ୍ ରୁମରେ ପିଲାମାନେ ସାମାଜିକ ଦୂରତାକୁ ରକ୍ଷାକରି ଗୋଟିଏ ସିଟ ଛାଡି ବସିବା ପାଇଁ ନିର୍ଦ୍ଧିଷ୍ଟ ସିଟ ବ୍ୟବସ୍ଥା ହେବ। ପ୍ରତି ସ୍କୁଲରେ ଆଇସୋଲେସନ୍ ରୁମ ବ୍ୟବସ୍ଥା ହେବ। ପ୍ରତି କ୍ଲାସରେ ୨୦ ରୁ ୨୫ ଜଣ ପିଲାଙ୍କୁ ବସିବାକୁ ଅନୁମତି ମିଳିବ। ପୂର୍ବଭଳି ସ୍କୁଲ ଟାଇମିଂ ରଖିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରିସେସ ଟାଇମ୍ ଭିନ୍ନ ଭିନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *