୧ କୋଟି ସରକାରୀ କର୍ମଚାରୀ ଜାନୁଆରୀରୁ ପାଇବେ ଅଧିକ ଦରମା

ଚଳିତବର୍ଷ ପ୍ରଥମ ମାସରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର। କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୪ ପ୍ରତିଶତ ଅଧିକ ଦରମା ପାଇବେ ବୋଲି ସୂଚନା ମିଳିଛି। ସପ୍ତମ ବେତନ କମିଶନରଙ୍କ ରେପୋର୍ଟ ଅନୁସାରେ ଜାନୁଆରୀରୁ କେନ୍ଦ୍ର କର୍ମଚାରୀଙ୍କ ଦରମାର ୪ ପ୍ରତିଶତ ଡିଏ (Dearness Allowance) ଏବଂ ଡିଆର (Dearness Relief) ବଢିବ ବୋଲି ସୂଚନା ଦେଇଛନ୍ତି। ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କର ଦୀର୍ଘ ଦିନର ଏହି ଦରମା ପାଇବାକୁ ଜୁନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

Google

ଗତବର୍ଷ ମାର୍ଚ୍ଚରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ବସିଥିବା ଏହି ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଡିଏ, ଡିଆର ବଢିବ ବୋଲି ନିଷ୍ପତ୍ତି ଦେଇଥିଲେ। ଏଥିପାଇଁ କେନ୍ଦ୍ର ସରକାର ଡିଏ ବାବଦକୁ ୧୨,୫୧୦.୦୪ କୋଟି ଓ ଡିଆର ବାବଦକୁ ୧୪,୫୯୫.୦୪ କୋଟି ଅଧିକ ଆର୍ଥିକ ବୋଝ ବୋହିବେ ବୋଲି ଅର୍ଥ ମନ୍ତ୍ରାଳୟ କହିଥିଲେ। ଜାନୁଆରୀ ୨୦୨୦ ରୁ ଫେବୃଆରୀ ୨୦୨୧ ପଯ୍ୟନ୍ତ ୧୪ ମାସ ପାଇଁ ଏହି ଟଙ୍କା ସ୍ତିର କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପ୍ରାୟ ୪୮.୩୪ ଲକ୍ଷ୍ୟ ସରକାରୀ କର୍ମଚାରୀ ଓ ୬୫.୨୬ ଲକ୍ଷ୍ୟ ପେନସନ ଭୋଗୀ ଉପକୃତ ହେବେ।

Google

କେନ୍ଦ୍ର ସରକାରଙ୍କ ପାଖରେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀଙ୍କୁ ଅକ୍ଷମତା କ୍ଷତିପୂରଣ ବଢ଼ାଇବାକୁ ଅନୁମତି ଦେଇଛନ୍ତି, ଅର୍ଥାତ୍ ଯେଉଁମାନେ ଡ୍ୟୁଟିରେ ଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ସେମାନେ ଚାକିରୀରେ ଅଛନ୍ତି। ଗତ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ବିଷୟରେ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *