ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆସିଲା ବଡ଼ ଖବର,ଆସନ୍ତା କାଲି

ହୃତଘାତ ହେବାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିସିସିଆଇର ଅଧକ୍ଷ ସୌରଭ ଗାଙ୍ଗୁଲୀ, ତାଙ୍କୁ ଆସନ୍ତାକାଲି ଛୁଟି ମିଳିଯିବ। ପୂର୍ବ ଭାରତୀୟ କ୍ରିକେଟ ଅଧିନାୟକଙ୍କୁ କୋଲକାତାର ବୁନ୍ଦଲଡେଶ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଡାକ୍ତର ରୂପାଲୀ ବସୁ ଆଜି ଦ୍ଵିପହର ୧୨ଟା ପାଖାପାଖି ମିଡିଆକୁ ଏହି ବିଷୟରେ ସୂଚନା ଦେଇଛନ୍ତି।

ବୁନ୍ଦଲଡେଶ ହସ୍ପିଟାଲର ଏମଡି ଓ ସିଇଓ ଡାକ୍ତର ରୂପାଲୀଙ୍କ କହିବା କଥାକି ୪୮ବର୍ଷୀୟ ସୌରଭ ଗାଙ୍ଗୁଲୀ ଦୁଇ-ତିନି ସପ୍ତାହରେ ଉପଚାରର ଆଗାମୀ ସୋପାନ ପାଇଁ ପ୍ରସ୍ତୁତ ହୋଇଯିବେ। ବୋଧହୁଏ ସେତେବେଳେ ତାଙ୍କର ଆଉ ଏକ ଆଞ୍ଜିଓପ୍ଲାଷ୍ଟି ହେବ। ତାଙ୍କର ସ୍ଥିତି ବର୍ତ୍ତମାନ ସ୍ଥିର ଅଛି ଓ ଆସନ୍ତାକାଲି ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଯିବ। ଘରେ ମଧ୍ୟ ଗାଙ୍ଗୁଲୀ ମେଡିକାଲର ତଦାରଖରେ ରହିବେ। ସେଠାରେ ତାଙ୍କର ପ୍ରତ୍ଯେକ ଦିନ ଯାଞ୍ଚ ହେବ।

Google

ଡାକ୍ତର ଲଗାତର ତଦାରଖରେ ରଖିବେ:-

ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିବେ। ଡାକ୍ତରଖାନା ଛାଡିବା ପରେ ଘରେ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବ। ଗତ ଶନିବାର ଦିନ ୪୮ବର୍ଷୀୟ ଗାଙ୍ଗୁଲିଙ୍କୁ ‘ମୃଦୁ’ ହୃଦଘାତରେ ଆକ୍ରାନ୍ତ ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତାଙ୍କର ତିନୋଟି ମୁଖ୍ୟ ଧମନୀ ହୃଦୟକୁ ଯାଉଥିବା ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି, ଏକ ଷ୍ଟେଣ୍ଟ ଭର୍ତ୍ତି କରାଯାଇଛି।

ବିଦେଶୀ ଡାକ୍ତରଙ୍କ ମଧ୍ୟ ନିଆଯାଇଥିଲା ଉପଦେଶ:-

ବରିଷ୍ଠ ଡାକ୍ତରଙ୍କ ସୋମବାର ନଅ ସଦସ୍ୟ ବିଶିଷ୍ଟ ବୋର୍ଡ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଉପରେ ଆଲୋଚନା କରି ସହମତ ହୋଇଥିଲେଯେ ତାଙ୍କ ଅବସ୍ଥା ସ୍ଥିର ଥିବାରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟିକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇପାରିବ। ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡ. ଦେବୀ ସେଟ୍ଟୀ ଏବଂ ଡ. ଆର. କେ. ପଣ୍ଡା ଅନଲାଇନ ମିଟିଂରେ ଯୋଗ ଦେଇଥିଲେ ଏବଂ ଆମେରିକାର ଅନ୍ୟ ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ଫୋନ ମାଧ୍ୟମରେ ଏହି ବିଷୟରେ ଆଲୋଚନା କରିଥିଲେ।

Google

ଅନୁରାଗ ଓ ଜୟ ଶାହା ସାକ୍ଷାତ କରିବାକୁ ପହହଞ୍ଚିଲେ:-

କେନ୍ଦ୍ରୀୟ ମନ୍ତ୍ରୀ ଓ ବିସିସିଆଇର ପୂର୍ବ ଅଧକ୍ଷ ଅନୁରାଗ ଠାକୁର ସୋମବାର ଦିନ ଗାଙ୍ଗୁଲୀଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଠାକୁର କହିଲେକି ଦାଦା ଦେଶର ହୀରା ଅଟନ୍ତି। ସେ ଜୀବନର ଅନେକ ଉତ୍ତାର-ଚଢାବ ଦେଖିଛନ୍ତି। ଓ ସବୁବେଳେ ବିଜୟ ହୋଇ ଦେଖାଇଛନ୍ତି। ଏଥର ମଧ୍ୟ ସେମିତି ହେବ। ସେ କହିଲେକି ମୀନ ଯେତେବେଳେ ଦାଦାଙ୍କୁ ସାକ୍ଷାତ କଲି ସେ ସେତେବେଳେ ହସୁଥିଲେ। ସେ ଅତିଶୀଘ୍ର ସାମାନ୍ଯ ଜୀବନକୁ ଫେରିଆସିବେ। ଓ କ୍ରିକେଟକୁ ନୂଆ ସ୍ତରକୁ ନେବାକୁ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *