ଟିଭିରେ ରାଷ୍ଟ୍ରପତି ପୁତିନଙ୍କ କଟା ଚେହେରା,ତା ପରେ ରୁଷରେ ଆରମ୍ଭ ହେଲା ବିବାଦ,ଜାଣନ୍ତୁ ପୁରା ଘଟଣା

ରୁଷ ରାଷ୍ଟ୍ରପତି ପ୍ରତିଥର ପରି ଏଥର ମଧ୍ୟ ନୂଆବର୍ଷରେ ଗଣମାଧ୍ୟମରେ ନିଜର ଦେଶବାସୀଙ୍କୁ ସମ୍ବୋଧିତ କରିଥାନ୍ତି । ଏକ ଟିଭି ଗଣମାଧ୍ୟମ ଭୁଲ କାରଣରୁ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁତିନଙ୍କ ଚେହେରା କଟିଥିବାର ଦେଖିବାକୁ ମିଳିଲା ଏହାକୁ ଜଣେ ବ୍ୟକ୍ତି ଦେଖି ହଇରାଣ ହୋଇଯାଇଥିଲା ଓ ଏହାକୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଶେୟର କରିଦେଇଥିଲା। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡ ହେବାରେ ଲାଗିଛି ।

ରୁଷର ପଶ୍ଚିମ ଅଞ୍ଚଳ କାଲିନେନଗ୍ରେଡ ସହରର ଏହି ନ୍ୟୁଜ ଚ୍ୟାନେଲେ ଅଟେ । ଯେତେବେଳେ ନ୍ୟୁଜ ଏଜେନ୍ସି ନୂଆବର୍ଷ ଅଭିନନ୍ଦନ ଜଣାଉଥିବା ରାଷ୍ଟ୍ରପତିଙ୍କ ଭିଡ଼ିଓ ଦେଖାଇଥିଲେ ସେତେବେଳେ ପୁତିନଙ୍କ ଆଖି ଦେଖାଯାଉନଥିଲା କେବଳ ଆଖିର ତଳ ଭାଗ ଦେଖାଯାଉଥିଲା । ଶେଷରେ ଏହାକୁ ମିଡ଼ିଆ ବାଲା ଲୋକମାନଙ୍କୁ ଭୁଲ ମାଗିଥିଲେ ।

Google

ଏଡିଟର ଯେତେବେଳେ ଏହି ଭୁଲ ଜାଣିବାକୁ ପାଇଥିଲେ ସେତେବେଳେ ତୁରନ୍ତ ଏହାକୁ ବନ୍ଦ କରି ଏକ ମ୍ୟୁଜିକ ରୂପରେ ବଦଳାଇ ଦେଇଥିଲେ । ଚ୍ୟାନେଲେ ମାଲିକ କହିଥିଲେ ଏହା ଏକ ଟେକ୍ନିକ ସମସ୍ୟା କାରଣରୁ ଘଟିଥିଲା ଓ ଯାଞ୍ଚ କରାଯାଉଛି ଏଥିରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ନିଶ୍ଚିତ ଦଣ୍ଡ ଦିଆଯିବ ।

ପୁତିନଙ୍କ ଭାଷଣର କିଛି ମିନିଟ ପୂର୍ବରୁ ରିଜନାଲ ଗଭର୍ଣ୍ଣରଙ୍କ ନୂଆବର୍ଷ ସ୍ୱାଗତ ଭିଡ଼ିଓ ଆସିଥିଲା ଓ ଏଥିରେ କୌଣସି ପ୍ରକାର ସମସ୍ୟା ଦେଖାଦେଇନଥିଲା କିନ୍ତୁ ଏହାପରେ ରାଷ୍ଟ୍ରପତି ଭାଷଣ ଦେବାପରେ ସମସ୍ୟା ଦେଖା ଦେଇଥିଲା କୁହାଯାଉଛି ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଏହାଏକ ପଲିଟିକାଲ ଷଡଯନ୍ତ୍ର ।

ଆପଣଙ୍କୁ ଜଣାଇଦେଉଛୁ କି, କାଲିନେନଗ୍ରେଡ ସହର ସମୁଦ୍ର କୂଳରେ ଓ ଲୋକେସନ ଠାରୁ ବହୁତ ଦୂରରେ ଥିବାରୁ ଏଠାରେ ପୁତିନଙ୍କ ଭାଷଣ ଶେଷରେ ପହଞ୍ଚେ ଓ ରୁଷ ରାଜଧାନୀ ମସ୍କୋରେ ଚାଲିବାର ଏକଘଣ୍ଟା ପରେ ଏଠାରେ ଚାଲିଥାଏ । ଏହିଥର କରୋନା ମଧ୍ୟରେ ରାଷ୍ଟ୍ରପତି ପୁତିନ ନିଜ ନାଗରିକ ଓ ଡ଼କ୍ଟର ଓ ସ୍ୱାସ୍ଥ୍ୟ କର୍ମୀଙ୍କର ବହୁତ ସାହାର୍ଯ୍ୟ କରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *