ପାକିସ୍ତାନ ଜେଲରୁ ଫେରି ନିଖୋଜ ହୋଇଥିବା ବିରଜୁଙ୍କ ପତ୍ତା ମିଳିଲା

ପାକିସ୍ତାନର ଲାହୋର ଜେଲରେ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ବନ୍ଦୀ ଜୀବନକୁ କାଟି ଗାଁକୁ ଫେରିଥିବା ବିରଜୁ କୁଲୁ ଗତ ଶନିବାର ରାତିରୁ ନିଖୋଜ ହୋଇଯାଇଥିଲେ। ଏନେଇ ପୋଲିସ ପକ୍ଷରୁ ତନାଘନା ଚାଲିଥିବା ବେଳେ ଆଜି ତାଳଚେରରୁ ଉଦ୍ଧାର ହେବା କଥା କହିଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ।

ସୂଚନା ଅନୁସାରେ, ୨୦ବର୍ଷ ବନ୍ଦୀ ଜୀବନ କାଟି ପାକିସ୍ତାନରୁ ଗତ ନଭେମ୍ବରରେ ନିଜ ଜନ୍ମ ମାଟିକୁ ପହଞ୍ଚିଥିଲେ ବିରଜୁ। କିନ୍ତୁ, ତାଙ୍କ ମାନସିକ ସ୍ଥିତି ଭଲ ନ ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ନିୟୋଜିତ ମେଡିକାଲ ଦଳ ନିୟମିତ ଭାବରେ ତାଙ୍କୁ ଚେକ୍ଅପ୍ କରୁଥିଲେ। ଏହାବ୍ୟତୀତ ପ୍ରଶାସନ ପକ୍ଷରୁ ତାଙ୍କୁ ଆଗୁଆ ୨ମାସର ରାସନ ଦିଆଯାଇଥିବାବେଳେ ଘର ଦେବାପାଇଁ ପ୍ରତିଶୃତି ଦିଆଯାଇଥିଲା। ଏହାସତ୍ତ୍ୱେ, ପୁଣି ଥରେ ପାକିସ୍ତାନ ଫେରିଯିବାକୁ ବିରଜୁ ମନ ବଳାଇଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Google

ଗତ ଶନିବାର ରାତି ଗୋଟାଏରୁ ବିରଜୁ ନିଖୋଜ ହୋଇଯାଇଥିଲେ। ସବୁଆଡେ ଖୋଜାଖୋଜି କରି ନିରାଶ ହେବା ପରେ ତାଙ୍କ ଭଉଣୀ କୁତ୍ରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୁତ୍ରା ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିରଜୁଙ୍କ ଫଟୋ ଆଖପାଖ ଥାନାକୁ ପଠାଇଥିଲେ।ଏପରିକି ସିମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ଥାନାକୁ ମଧ୍ୟ ଖବର ଦିଆଯିବା କଥା କହିଛନ୍ତି ସୁନ୍ଦରଗଡ ଏସପି।

ବିରଜୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା କଥା ଗତ ବର୍ଷ ଜଣାପଡ଼ିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲ୍ରୁ ଫେରିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବର ଅମୃତସରର ଏକ କୋଭିଡ ସେଣ୍ଟରରେ ରଖାଯାଇଥିଲା। ଏହାପରେ ଖବର ପାଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଅଣାଯାଇଥିଲା। ସେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଜଙ୍ଗାଟୋଲି ଗାଁରେ ନିଜର ପରିବାର ସହ ରହୁଥିବା ସମୟରେ ଗତ ଶନିବାର ଠାରୁ ନିଖୋଜ ହୋଇଯାଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *