ଭାରତରେ କରୋନା ନୂଆ ରୂପରେ କାୟା ବିସ୍ତାର କରୁଛି, ସଂଖ୍ୟା ୩୮ ଛୁଇଁଲା

ବ୍ରିଟେନରେ ଦେଖାଯାଉଥିବା କରୋନା ନୂଆ ରୂପରେ ଭାରତରେ ଧୀରେଧୀରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆଜି କରୋନାର ନୂଆ ଷ୍ଟ୍ରେନରେ ଆଉ ୯ଜଣ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮ରେ ପହଞ୍ଚି ଯାଇଛି। ଜାନୁଆରୀ ୧ ତାରିଖ ସୁଦ୍ଧା ଏହା ସଂଖ୍ୟା ୨୯ରେ ରହିଥିଲା।

ବ୍ରିଟେନ ଭାଇରସରେ ଆକ୍ରାନ୍ତ ହୋଇଥିବା ୩୮ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ନମୁନା ବେଙ୍ଗାଲୁରୁ, ହାଇଦ୍ରାବାଦରେ ୩ଜଣ, ପୁଣେରେ ୫ଜଣ, ଦିଲ୍ଲୀର ଆଇଜିଆଇବିରେ ୧୧ଜଣ, ଦିଲ୍ଲୀର ଏନସିଡିସିରେ ୮ଜଣ ଓ କୋଲକାତାରେ ଥିବା ଲ୍ୟାବରେ ଜଣଙ୍କର ପରୀକ୍ଷା କରାଯାଇଥିଲା।

Google

ତେବେ NCBS,InSTEM,Bengaluru,CDFD Hyderabad,ILS Bhubaneswar,and NCCS Puneରେ ଥିବା ଲ୍ୟାବ ଗୁଡିକରେ ପରୀକ୍ଷା କରାଯାଇଥିଲା। ବ୍ରିଟେନ ଫେରନ୍ତାଙ୍କ ନମୁନାରୁ ଏଯାଏ ନୂଆ ଷ୍ଟ୍ରେନ ଠାବ ହୋଇନାହିଁ।

ବ୍ରିଟେନ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ପରିବାର ଲୋକ ଓ କଣ୍ଟାଣ୍ଟ ଟ୍ରେସିଂକୁ ସ୍ଥାନୀୟ ପ୍ରଶାସନ ଜୋରଦାର କରିଛି।

କରୋନାର ଏହି ନୂଆ ଷ୍ଟ୍ରେନ ଅଧିକ ଦ୍ରୁତଗତିରେ ସଂକ୍ରମଣ କରିବାର କ୍ଷମତା ରଖିଛି। ଏହା ଉପରେ ବ୍ରେକ ଲଗାଇବାକୁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତଥାପି ବ୍ରିଟେନର ନୂଆ ଷ୍ଟ୍ରେନ ଭାରତରେ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳୁଛି ଯେ, ବେଶ ସତର୍କତାର ସହ ପରିସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରମାନଙ୍କୁ ସର୍ଭେଲାନ୍ସ କଣ୍ଟେନମେଣ୍ଟ ଟେଷ୍ଟିଂ ଓ ବ୍ରିଟେନ ଫେରନ୍ତାଙ୍କ ଜିନୋମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଇବାକୁ ନିୟମିତ ପରାମର୍ଶ ଦିଆଯାଉଛି। ଏଥିପାଇଁ ବିଚଳିତ ନ ହେବାପାଇଁ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Google

ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ ପ୍ରାୟ ୩୩ ହଜାର ଯାତ୍ରୀ ଭାରତକୁ ଫେରିଛନ୍ତି। ଏଥିରୁ ମୋଟ ୧୧୪ ଜଣ କରୋନା ପଜିଟିଭ ବାହାରିଥିଲେ। ଏହାପରେ ସମସ୍ତଙ୍କର ନମୁନାକୁ ଲ୍ୟାବକୁ ପଠାଯାଇଥିଲା। ପରୀକ୍ଷା ପରେ ଏପଯ୍ୟନ୍ତ ୩୮ଜଣ ନୂଆ ଷ୍ଟ୍ରେନ ଦ୍ଵାରା ସଂକ୍ରମିତ ହେବ ଜଣାପଡିଛି।

ବ୍ରିଟେନରେ ମିଳିଥିବା ନୂଆ ଷ୍ଟ୍ରେନକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ, ଏହା ପୂର୍ବରୁ ଦେଖାଦେଇଥିବା ଭାଇରସ ତୁଳନାର ମାତ୍ରା ୫୬% ବେଗରେ ବ୍ୟାପୁଛି। ଏହି କାରଣ ପାଇଁ ନୂଆ ଷ୍ଟ୍ରେନକୁ ଅଧିକ ମାତ୍ରାରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।

କରୋନାର ଏହି ନୂଆ ଷ୍ଟ୍ରେନ ପ୍ରଥମେ ବ୍ରିଟେନରେ ଦେଖାଦେଇଥିଲା। ଏହା ପରେ ୟୁରୋପର କିଛି ଦେଶ ସହ ଡେନମାର୍କ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ସ୍ଵିଡେନ, ଫ୍ରାନ୍ସ ସ୍ପେନ, ସ୍ଵିଜରଲ୍ୟାଣ୍ଡ, ଜର୍ମାନୀ, କାନାଡା,ଜାପାନ, ଲେବାନନ୍, ସିଙ୍ଗାପୁରରେ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *